ସାନିଟାଇଜର ପ୍ରସ୍ତୁତ କଲେ ୩ ଅଧ୍ୟାପକ

କଟକ ଅଫିସ,୨।୪: ଲକ୍‌ଡାଉନ୍‌ ବଳବତ୍ତର ଥିବାରୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ବନ୍ଦ ରହିଛି। ତେବେ ୩ଜଣ ଅଧ୍ୟାପକ ଏହି ଫାଙ୍କା ସମୟର ସଦୁପଯୋଗ କରି ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। କିଛି ଦିନର ପରିଶ୍ରମ ଭିତରେ ସେମାନେ ଏବେ ସୁଦ୍ଧା ୧୫ ଲିଟର ସାନିଟାଇଜର ପ୍ରସ୍ତୁତ କରିଛନ୍ତି। ଯାହାକୁ ମଙ୍ଗଳବାରଠାରୁ ମାଗଣାରେ ବଣ୍ଟାଯାଉଛି। ଆଉ ୧୦ ଲିଟର ପ୍ରସ୍ତୁତ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ସୁରକ୍ଷାକର୍ମୀ ଓ ବିଭିନ୍ନ ଜରୁରୀକାଳୀନ କର୍ମଚାରୀଙ୍କୁ ସାନିଟାଇଜର ଦିଆଯାଉଥିବାବେଳେ ପରେ ଏହାକୁ ସହରର ବିଭିନ୍ନ ସ୍ଥାନରେ ବଣ୍ଟାଯିବ ବୋଲି କୁହାଯାଇଛି। ପ୍ରତ୍ୟେକଙ୍କୁ ୧୦୦ ଏମ୍‌ଏଲ୍‌ ସାନିଟାଇଜର ଦିଆଯାଉଛି।
ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି କୁଳପତି ପ୍ରଫେସର ଈଶାନ କୁମାର ପାତ୍ର। କେବଳ ଶିକ୍ଷାଦାନ ନୁହେଁ ଅଧ୍ୟାପକମାନଙ୍କ ସାମାଜିକ ଦାୟିତ୍ୱବୋଧତା ସାଧାରଣରେ ଏକ ଭିନ୍ନ ବାର୍ତ୍ତା ଦେଉଛି ବୋଲି କୁଳପତି କହିଛନ୍ତି। ରସାୟନ ବିଭାଗର ଅଧ୍ୟାପକ ଡ. ସିଦ୍ଧାର୍ଥ ଭରଦ୍ୱାଜ, ଡ. ଆଶିଷ ଦାସ ମହାପାତ୍ର ଏବଂ ଡ. କ୍ଷୀରୋଦ କୁମାର ସାହୁ ମିଳିତ ଭାବେ ଏହି ସାନିଟାଇଜର ପ୍ରସ୍ତୁତ କରିଛନ୍ତି। ଅଧ୍ୟାପକ ଡ. ଭରଦ୍ୱାଜ କହିଛନ୍ତି, ଗତ ୧୦ ଦିନ ହେଲା ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ବନ୍ଦ ରହିଛି। ପ୍ରଶାସନିକ କାର୍ଯ୍ୟାଳୟରେ ମଧ୍ୟ ତାଲା ଝୁଲୁଛି। ତେବେ ବର୍ତ୍ତମାନ କରୋନା ଭଳି ସ୍ଥିତିରେ ସାନିଟାଇଜରର ଅଧିକ ଆବଶ୍ୟକତା ପଡୁଛି। ତେଣୁ ଘରେ ବସିବା ଅପେକ୍ଷା କିଛି ଭଲ କାର୍ଯ୍ୟ କରିବୁ ବୋଲି ଚିନ୍ତା କରିଥିଲୁ। ପରେ ସାନିଟାଇଜର ପ୍ରସ୍ତୁତି ପାଇଁ ନିଷ୍ପତ୍ତି ନେଇଥିଲୁ। ଇଥାନଲ୍‌, ଗ୍ଲିସେରିନ୍‌ ଓ ହାଇଡ୍ରୋଜେନ୍‌ ପେରକ୍ସସାଇଡ୍‌କୁ ମିଶ୍ରଣ କରାଯାଇ ସାନିଟାଇଜର ପ୍ରସ୍ତୁତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri