Posted inଫୁରସତ

ସାଥୀଙ୍କଠାରୁ ଦୂରେଇ ରହୁଥିଲେ କରନ୍ତୁ ଏପରି, ବନ୍ଧନ ରହିବ ଅତୁଟ

ସାଥୀଙ୍କଠାରୁ ଦୂରେଇ ରହିବା ବାସ୍ତବରେ କଷ୍ଟଦାୟକ। କିନ୍ତୁ କିଛି ଲୋକ କୁହନ୍ତି, ଦୂରତା ଦୁଇଟି ହୃଦୟକୁ ନିକଟତର କରିଥାଏ। ଆଉ କିଛି ଭାବନ୍ତି, ଯିଏ ଆଖିରୁ ଦୂରରେ, ସେ ମଧ୍ୟ ହୃଦୟଠାରୁ ଦୂରରେ। ମାତ୍ର ଏମିତି ଭ୍ରାନ୍ତ ଧାରଣା ଦୂର କରିବା ପାଇଁ ଏମିତି କିଛି କରନ୍ତୁ ଯେପରି କେବେ ଅନୁଭବ କରିବେ ନାହିଁ ଯେ, ସାଥୀଙ୍କଠାରୁ ଆପଣ ଦୂରରେ ବୋଲି।

ଶୁଭ ସକାଳ ଏବଂ ଶୁଭ ରାତ୍ରିର ଶୁଭେଚ୍ଛା ଦେବାକୁ ଭୁଲନ୍ତୁ ନାହିଁ :


ଏହି ଛୋଟ ଛୋଟ କଥା ବା ଶୁଭେଚ୍ଛା ଅନ୍ୟ ଜଣଙ୍କ ଭଲ ପାଇବାକୁ ଦୂରେଇ ଦେଇ ପାରେନା। ତେଣୁ ଏକ ଛୋଟ ବାର୍ତ୍ତା ମଧ୍ୟ ପ୍ରେମ ସମ୍ପର୍କକୁ ସୁଦୃଢ଼ କରି ରଖିବାରେ ସହାୟକ ହୋଇଥାଏ। ଆଜିକାଲି ଡିଜିଟାଲ ଯୁଗରେ କିଛି ଅସମ୍ଭବ ନୁହେଁ। ତେଣୁ ମଝିରେ ମଝିରେ ପରସ୍ପରକୁ ଫଟୋ, ଅଡିଓ କ୍ଲିପ୍‌ ଏବଂ ଭିଡିଓ ପଠାଇ ଯୋଗାଯୋଗ ଜାରି ରଖନ୍ତୁ। ଏହା ଦ୍ୱାରା ସାଥୀଙ୍କ ଭଲପାଇବା ବଢ଼ିଯିବ।

ଯେ କୌଣସି ବିଷୟରେ ପରସ୍ପର ଖୋଲାଖୋଲି କଥା ହୁଅନ୍ତୁ:


ସାଥୀ ଦୂରରେ ରହୁଥିଲେ ପ୍ରତିଟି କଥା ତାଙ୍କ ସହ ଶେୟାର କରିବାକୁ ଆଦୌ ଭୁଲନ୍ତୁ ନାହିଁ। ଯାହା ବି କରୁଛନ୍ତି ମନ ଖୋଲି କଥା ହୁଅନ୍ତୁ। ଦୁହେଁ ଦୁହିଁଙ୍କୁ ସମ୍ମାନ କରନ୍ତୁ। ସାଥୀଙ୍କୁ କୌଣସି କଥା ଲୁଚାନ୍ତୁ ନାହିଁ। ଏପରି କରିବା ଦ୍ୱାରା ସାଥୀ ଯେତେ ଦୂରରେ ଥିଲେ ପାଖରେ ଥିବା ପରି ଅନୁଭବ ହୁଏ।

ପରସ୍ପର ଦୂରତାକୁ ବିଚାର କରନ୍ତୁ:


ଦୂରତା ଦୁହିଁଙ୍କୁ ଅଲଗା କରୁଛି ବୋଲି ଭାବିବା ପରିବର୍ତ୍ତେ ଏହାକୁ ଏକ ଶିକ୍ଷଣ ପର୍ଯ୍ୟାୟ ଭାବରେ ଗ୍ରହଣ କରନ୍ତୁ। ଅଲଗା ରହିବା, ପରସ୍ପରକୁ ଭଲ ପାଇବା ଏହି ଅଭିଜ୍ଞତା ସହିତ ବନ୍ଧନ ଅତୁଟ ରହିଥାଏ ବୋଲି ମନକୁ ଆଣନ୍ତୁ। ସବୁଠୁ ବଡ଼ କଥା ହେଲା ଉତ୍ତମ ବୁଝାମଣା। ପରସ୍ପର ମଧ୍ୟରେ ସର୍ବଦା ବୁଝାମଣା ଠିକ୍‌ ରଖନ୍ତୁ। ଏପରି କଲେ ସାଥୀଙ୍କ ଦୂରତା କେବେ କଷ୍ଟ ଦେବନି ବରଂ ପ୍ରେମସମ୍ପର୍କ ଆହୁରି ନିବିଡ଼ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri