ସାତପଡ଼ାରୁ କୋଣାର୍କ ପାଟ୍ରୋଲିଂ କଡ଼ାକଡ଼ି

ପୁରୀ ଅଫିସ, ୮ା୧୨

ପୁରୀ ସମେତ କୋଣାର୍କ, ଚିଲିକା, ଚନ୍ଦ୍ରଭାଗା ଆଦି ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବର୍ଷତମାମ୍‌ ଦେଶ ବିଦେଶର ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢିଯାଏ। ତେବେ ବିଭିନ୍ନ ସମୟରେ ଏସବୁ ସ୍ଥାନରେ ଯାତ୍ରୀ, ପର୍ଯ୍ୟଟକ ଶୋଷଣ ସାଙ୍ଗକୁ ଲୁଟ୍‌ର ଶିକାର ନେଇ ଅଭିଯୋଗ ଉଠେ। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ପୋଲିସ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି। ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ିି କରିଥିବା ବେଳେ ଏକାଧିକ ଯୋଜନା ପ୍ରସ୍ତୁତ କରିଛି।
ଶନିବାର ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି, ୨/୩ବର୍ଷ ପୂର୍ବେ ୧୮ଜଣ ପୋଲିସ କର୍ମଚାରୀଙ୍କୁ ନେଇ ପୁରୀ ଜିଲାରେ ଟୁରିଷ୍ଟ ପୋଲିସ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ପର୍ଯ୍ୟଟନ ବିଭାଗ ପାଟ୍ରୋଲିଂ ଲାଗି ୪ଟି ଗାଡ଼ି ଦେଇଥିଲା। ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ମଧ୍ୟରୁ କେତେଜଣଙ୍କୁ ବଛାଯାଇ ଭୁବନେଶ୍ୱରରେ ୧୫ ଦିନିଆ ଟ୍ରେନିଂ ଦିଆଯାଇଛି। ସେହି ଟୁରିଷ୍ଟ ପୋଲିସଙ୍କ ମାଧ୍ୟମରେ ୪ଟି ଗାଡ଼ିି ପାଟ୍ରୋଲିଂ କରୁଛି। ସାତପଡ଼ାରୁ କୋଣାର୍କ ପର୍ଯ୍ୟନ୍ତ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ପୁରୀ-କୋଣାର୍କ ମଧ୍ୟରେ ୨ଟି (ପୁରୀରୁ ବାଲିଘାଇ, କୋଣାର୍କରୁ ବାଲିଘାଇ) ଏବଂ ପୁରୀ-ସାତପଡ଼ା ମଧ୍ୟରେ ୨ଟି (ପୁରୀରୁ ବ୍ରହ୍ମଗିରି, ସାତପଡ଼ାରୁ ବ୍ରହ୍ମଗିରି) ଗାଡ଼ି ପାଟ୍ରୋଲିଂ କରୁଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଡାଏଲ ୧୦୦ କଣ୍ଟ୍ରୋଲ ରୁମ୍‌ ସହିତ ଏବେ ୨ଟି ହେଲ୍‌ପ ଲାଇନ ନମ୍ବର ଯୋଡ଼ାଯାଇଛି। ଏହି ନମ୍ବର ସାତପଡ଼ାରୁ କୋଣାର୍କ ମଧ୍ୟରେ ବିଭିନ୍ନ ସ୍ଥାନରେ ଲଗାଯାଇଛି। କୌଣସି ପର୍ଯ୍ୟଟକ ବିପଦରେ ପଡ଼ି ଯଦି ଫୋନ କରନ୍ତି ତେବେ ଟୁରିଷ୍ଟ ପାଟ୍ରୋଲିଂ ଗାଡ଼ିି ତୁରନ୍ତ ଖବର ପାଇପାରିବ। ଆଖପାଖରେ ଯଦି ଟୁରିଷ୍ଟ ଗାଡ଼ିି ନ ଥିବ ତା’ହାଲେ ପିସିଆର ଭ୍ୟାନ୍‌ ନଚେତ ଥାନା ଗାଡ଼ି ପହଞ୍ଚତ୍ବ। ଟୁରିଷ୍ଟ ପାଟ୍ରୋଲିଂ ଗାଡ଼ିିରେ ମହିଳା କର୍ମଚାରୀ ବି ରହୁଛନ୍ତି। ଯଦି କୌଣସି ଜାଗାରେ ମହିଳା କିମ୍ବା ଯୁବତୀ ପର୍ଯ୍ୟଟକ ଅସୁବିଧାରେ ପଡ଼ନ୍ତି ସେମାନଙ୍କୁ ତୁରନ୍ତ ସହଯୋଗ ଯୋଗାଇ ଦିଆଯିବ। ନିକଟରେ ସବୁ ଥାନା ଗାଡ଼ି, ପିସିଆର ଭ୍ୟାନ ଏବଂ ଟୁରିଷ୍ଟ ପୋଲିସ ଗାଡ଼ିିକୁ ଜିପିଏସ୍‌ ମାଧ୍ୟମରେ ଯୋଡ଼ାଯାଇଛି। ଏହାଦ୍ୱାରା କଣ୍ଟ୍ରୋଲ ରୁମ୍‌ରେ ଗାଡ଼ିିଗୁଡ଼ିକର ଗତିବିଧି ଉପରେ ନଜର ରଖାଯାଇପାରିବ। ସେହିପରି ଓଡ଼ିଶା ମାଇନିଂ କର୍ପୋରେଶନ ପକ୍ଷରୁ ଅତ୍ୟାଧୁନିକ ୮ଟି ପିସିଆର (ଇନୋଭା ଭଳି ଗାଡ଼ିି) ପୁରୀ ପାଇଁ ମଞ୍ଜୁର ହୋଇଛି। ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଏହି ୮ଟି ଗାଡ଼ିି ଖୁବ୍‌ଶୀଘ୍ର ଆସିବ। ପୁରୀ ସହର ମଧ୍ୟରେ ଏହି ଗାଡ଼ିଗୁଡ଼ିକ ପାଟ୍ରୋଲିଂ କରିବ। ଫଳରେ ସହରବାସୀ ଏବଂ ପର୍ଯ୍ୟଟକଙ୍କୁ ତୁରନ୍ତ ସେବା ମିଳିପାରିବ। ପୁରୀକୁ ଆସୁଥିବା ପର୍ଯ୍ୟଟକମାନେ ମୁଖ୍ୟତଃ ୪ଟି ଜାଗାରେ ଶୋଷଣ ହେଉଥିବା ଅଭିଯୋଗ ହେଉଛି। ସାତପଡ଼ାରେ ପର୍ଯ୍ୟଟକ ଡଙ୍ଗା ବୁକିଂ, ନକଲି ମୋତି ବିକ୍ରି, ଗାଡ଼ିି ଭଡ଼ାରେ ନେବା ଏବଂ ହୋଟେଲ ବୁକିଂ ସମୟରେ ଶୋଷଣର ଶିକାର ହେଉଛନ୍ତି। ତେଣୁ ଏହି ୪ଟି ଜାଗା ଉପରେ ଆମର ସ୍ବତନ୍ତ୍ର ନଜର ରହିବ। ସେହିପରି ହେଲ୍‌ପ ଲାଇନ ନମ୍ବର ସବୁ ହୋଟେଲ ରିସେପ୍ସନରେ ଲଗାଇବାକୁ ବ୍ୟବସ୍ଥା କରୁଛୁ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ବେଳାଭୂମିରେ ୧୦୦ ଜଣ ଲାଇଫ୍‌ଗାର୍ଡ ପର୍ଯ୍ୟାପ୍ତ ହେଉନାହାନ୍ତି। ତେଣୁ କେତେଜଣ ସ୍ବେଚ୍ଛାସେବୀଙ୍କ ସାହାଯ୍ୟ ନେବା ପାଇଁ ଚେଷ୍ଟା କରୁଛୁ। ବିଭିନ୍ନ ସ୍ଥାନରେ ସୂଚନାଫଳକ ଲାଗୁଥିଲେ ବି ପର୍ଯ୍ୟଟକମାନେ ଏହାକୁ ଅନୁସରଣ କରୁନାହାନ୍ତି। ତେଣୁ ପର୍ଯ୍ୟଟନ ଋତୁକୁ ନଜରରେ ରଖି ୨/୩ ମାସ ପାଇଁ ବେଳାଭୂମିର ୨/୩ଟି ଜାଗାରେ ଟେଣ୍ଟ ପକାଇବାକୁ ଯୋଜନା କରୁଛୁ ବୋଲି ଏସ୍‌ପି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri