Posted inରାଜ୍ୟ

ସାତକୋଶିଆରେ ହେବ ଶମ୍ବର ପ୍ରଜନନ କେନ୍ଦ୍ର

ବନ୍ତଳା,୨୪ା୭-ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ଖୁସି ଖବର। ଅନ୍ୟ ତୃଣଭୋଜୀ ଅପେକ୍ଷା ଶମ୍ବର ଶିକାର ବାଘର ପ୍ରଥମ ପସନ୍ଦ ହୋଇଥିବାରୁ ଏଠାରେ ଏକ ଶମ୍ବର ପ୍ରଜନନ କେନ୍ଦ୍ର କରାଯିବ। ଯେହେତୁ ଅଭୟାରଣ୍ୟରେ ଶମ୍ବର ସଂଖ୍ୟା ହ୍ରାସ ପାଉଛି ତେଣୁ ଭବିଷ୍ୟତରେ ବାଘ ପାଇଁ ଖାଦ୍ୟ ଯୋଗାଡ଼ ଓ ପ୍ରକଳ୍ପ ମଧ୍ୟରେ ଖାଦ୍ୟ ଶୃଙ୍ଖଳା ସଜାଡ଼ିବାକୁ ଏପରି ଏକ ଯୋଜନା କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ବାଘୁଣୀ ସୁନ୍ଦରୀ ପାଇଁ ପ୍ରଥମେ ୨୫ ହେକ୍ଟରରେ ନୂଆ ଏନକ୍ଲୋଜର ନିର୍ମାଣ ଶେଷ ହେବା ପରେ ରାଇଗୁଡ଼ାରେ ଏହି ପ୍ରଜନନ କେନ୍ଦ୍ର କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ନ୍ୟାଶନାଲ ଟାଇଗର କଞ୍ଜରଭେଶନ ଅଥରିଟି (ଏନ୍‌ଟିସିଏ) ଓ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଡବ୍ଲ୍ୟୁଆଇଆଇ)ର ମିଳିତ ରିପୋର୍ଟ ଅନୁଯାୟୀ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ପ୍ରତି ବର୍ଗ କିଲୋମିଟରରେ ୨୫ ତୃଣଭୋଜୀ ପ୍ରାଣୀ ଅଛନ୍ତି। ୨୦୧୭ରେ ଏଠାରେ ଶମ୍ବର, ଗୟଳ, ହରିଣ, ମିରିଗ, କୁଟୁରା, ମାଙ୍କଡ଼, ଗୁରାଣ୍ଡି ଆଦି ମୋଟ୍‌ ୨୪ ହଜାର ୯୬ ତୃଣଭୋଜୀ ପ୍ରାଣୀ ଥିବା ହିସାବ କରାଯାଇଛି। ତେବେ ପ୍ରତି ଏକ ବର୍ଗ କିଲୋମିଟର ଅଞ୍ଚଳରେ ଶମ୍ବର ସଂଖ୍ୟା ୮ରୁ କମ୍‌ ରହିଛି। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଓ ତା’ର ପରିସୀମା ଅଞ୍ଚଳରେ ଥିବା ଆଠମଲ୍ଲିକ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, ଆଠଗଡ ଓ ନୟାଗଡ଼ ବନଖଣ୍ଡରେ ଶମ୍ବରଙ୍କ ସଂଖ୍ୟା ହ୍ରାସ ପାଉଥିବା ସରକାରୀ ରିପୋର୍ଟରୁ ଜଣାପଡିଛି। ଅଭୟାରଣ୍ୟରେ ସକ୍ରିୟ ଥିବା ଆଖପାଖ ଅଞ୍ଚଳର ଶିକାରୀମାନେ ଅଧିକ ସଂଖ୍ୟକ ଶମ୍ବର ଶିକାର କରୁଛନ୍ତି। ସେହିପରି ଜଙ୍ଗଲରେ ଖରାଦିନେ ପାଣିର ଅଭାବ, ରୋଗ ଓ ଠିକଣା ସମୟରେ ପ୍ରଜନନ ହୋଇପାରୁ ନ ଥିବାରୁ ଏହି ତୃଣଭୋଜୀଙ୍କ ସଂଖ୍ୟା ହ୍ରାସ ପାଉଛି। ଏହାର ପ୍ରଭାବ ସାତକୋଶିଆ ଜୈବ ବିବିଧତା ଉପରେ ପଡୁଥିବା ବେଳେ ଖାଦ୍ୟ ଶୃଙ୍ଖଳା ବିଗିଡ଼ି ଯାଉଛି। ତେଣୁ ପ୍ରକଳ୍ପ ମଧ୍ୟରେ ବାଘବଂଶ ବୃଦ୍ଧି, ସୁରକ୍ଷା ଓ ସହଜରେ ବାଘକୁ ଶିକାର ଯୋଗାଇ ଦେବା ଉଦ୍ଦେଶ୍ୟରେ ଏଠାରେ ଶମ୍ବର ସଂଖ୍ୟା ବଢ଼ାଇବା ପାଇଁ ସରକାର ସ୍ବତନ୍ତ୍ର ଧ୍ୟାନ ଦେଇଥିବାରୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ଏହା ଏକ ଖୁସିର ଖବର ବୋଲି ପରିବେଶବିତମାନେ ମତବ୍ୟକ୍ତ କରିଛନ୍ତି।
ଏ ସମ୍ପର୍କରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ୍‌) ତଥା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ପ୍ରଦୀପ ରାଜ କରାଟେ କହିଛନ୍ତି, ବାଘ ବଂଶ ବୃଦ୍ଧି ପାଇଁ ଶମ୍ବର ସଂଖ୍ୟାରେ ବୃଦ୍ଧି ନିତାନ୍ତ ଆବଶ୍ୟକ। କିନ୍ତୁ ଶମ୍ବର ସଂଖ୍ୟା ଏଠାରେ କମିଛି। ତେଣୁ ଏହି ପ୍ରାଣୀର ସଂଖ୍ୟା ବୃଦ୍ଧି ଓ ସୁରକ୍ଷା ପାଇଁ ରାଇଗୁଡାରେ ଏକ ଏନକ୍ଲୋଜରରେ ପ୍ରଜନନ ବ୍ୟବସ୍ଥା କରାଯିବା ଯୋଜନା ରହିଛି।

(ଦୀନେଶ କୁମାର ଦେହୁରୀ)


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି ଆଲୋଚନା ବାଟବଣା ହେବା ବେଳେ, ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୧୩।୪: ପାକିସ୍ତାନରେ ଆମେରିକା-ଇରାନ ‘ଶାନ୍ତି ଆଲୋଚନା’ ବିଫଳ ହୋଇଛି। ଇରାନ ଆମେରିକୀୟ ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଛି। ଫଳସ୍ବରୂପ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ…

ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…

ବିଶୋଧିତ ଜଳ ବ୍ୟବହାର କଲେ ମନୁଷ୍ୟ ସମାଜ ସୁସ୍ଥ ରହିବ

ବିଶାଳ ଭୂପୃଷ୍ଠକୁ ସୁବିସ୍ତୃତ ଜଳରାଶି ଚାରିପଟୁ ସଜାଗ ପୋଲିସ ବାହିନୀ ସଦୃଶ ଘେରିରହିଛି। ମହାସାଗର, ସାଗର ଓ ନଦୀଜଳ ଦ୍ୱାରା ଜାଗତିକ ସଭ୍ୟତା ଉନ୍ନତିର ସୋପାନରେ ଆଗେଇ…

ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି

ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…

ମାନସ ରଞ୍ଜନ ମଙ୍ଗରାଜ,ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୧୩।୪: ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାନସଙ୍କୁ ବିଜେଡି ସଂସଦୀୟ ଦଳ ନେତା…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

ଇଲେକ୍ଟ୍ରୋନେଗେଟିଭିଟି ଭ୍ରମର ସମାଧାନ (Breaking the Electronegativity Myth): ପ୍ରାୟ ଏକ ଶତାବ୍ଦୀ ଧରି, ରସାୟନ ବିଜ୍ଞାନ ପାଠ୍ୟପୁସ୍ତକଗୁଡ଼ିକ ଏକ ନିୟମ ଶିଖାଇ ଆସିଥିଲେ: ହାଇଡ୍ରୋଜେନ ବନ୍ଧନ…

‘ଯେକୌଣସି ଭୁଲ ପ୍ରାଣଘାତକ ହେବ’ ହର୍ମୁଜ ପ୍ରଣାଳୀରେ ସୀମାପାର ମନୋଭାବରେ ଇରାନ

ତେହରାନ,୧୩।୪: ଇସଲାମାବାଦରେ ‘ଶାନ୍ତି ଆଲୋଚନା’ ବିଫଳ ହେବା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇପାରେ। ଇରାନ ନୌସେନା ହର୍ମୁଜ ପ୍ରଣାଳୀ…

ଆମେରିକାକୁ ବଡ଼ ପରାମର୍ଶ ଦେଲା ଇରାନ, କହିଲା ଟ୍ରମ୍ପଙ୍କୁ ଆମର…

ତେହରାନ,୧୩।୪: ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ସଙ୍କେତ ଦେଇଛନ୍ତି ଯେ ତେହରାନ ଆମେରିକା ସହିତ ଏକ ଚୁକ୍ତିରେ ପହଞ୍ଚିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ, ଏକ ସମାଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri