ସାକି, ସୀତାଙ୍କ ନିଆରା ରଜ ଉତ୍ସବ

ପାରାଦୀପ,୧୪ା୬(ସ୍ବ.ପ୍ର.): ସାକି ପରିଡ଼ା ଓ ସୀତା ମୁର୍ମୁ। ସେମାନଙ୍କ ଏବେର ଠିକଣା ସନ୍ତୋଷୀ ଜରାଶ୍ରମ, ବାଲିଝରା, ଓ୍ବାର୍ଡ ନଂ.୫, ପାରାଦୀପ। ପୂର୍ବର ଠିକଣା ଜଣାନାହିଁ। ଉଭୟଙ୍କ ବୟସ ୮୩ ବର୍ଷ ହୋଇଥିଲେ ମଧ୍ୟ ସରକାରୀ ଭତ୍ତା ମିଳୁ ନ ଥିଲା। କେତେଜଣ ସ୍ବେଚ୍ଛାସେବୀଙ୍କ ଉଦ୍ୟମ କ୍ରମେ ଗୁରୁବାର ଦୁଇ ବୃଦ୍ଧାଙ୍କୁ ମଧୁବାବୁ ପେନ୍‌ସନ ଯୋଜନାରେ ଜିଲା ସମାଜ କଲ୍ୟାଣ ବିଭାଗ ବା ପ୍ରଶାସନ ପକ୍ଷରୁ ମାସିକ ଭତ୍ତା ପ୍ରଦାନ କରାଯାଇଛି। ବୟସର ସାୟାହ୍ନରେ ଦୁଇ ବୃଦ୍ଧାଙ୍କୁ ରଜ ପର୍ବର ଠିକ୍‌ ପୂର୍ବଦିନ ଭତ୍ତା ମିଳିବା ସେମାନଙ୍କ ପାଇଁ ନିଆରା ରଜ ଉତ୍ସବ ବୋଲି ଜରାଶ୍ରମ ପକ୍ଷରୁ କୁହାଯାଇଛି।
ସରକାର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ହେଲେ ଆଜି ମଧ୍ୟ ଅନେକ ଲୋକ ସେହି ଯୋଜନାରୁ ବଞ୍ଚତ୍ତ ହୋଇ ରହିଛନ୍ତି। ସରକାରୀ ବ୍ୟବସ୍ଥା ଉପରୁ ଆସ୍ଥା ହରାଇ ସେମାନଙ୍କ ମଧ୍ୟରୁ ଅନେକ ଭିକ୍ଷାବୃତ୍ତି କରୁଛନ୍ତି ଓ ରାସ୍ତା କଡ଼ରେ ଶୋଉଛନ୍ତି। ଠିକଣା ବିହୀନ ଲୋକଙ୍କୁ ସରକାରୀ ଯୋଜନାରେ ସୁବିଧା ମିଳିବା କଷ୍ଟକର। ତେଣୁ ଜରାଶ୍ରମରେ ଥିବା ବୃଦ୍ଧାବୃଦ୍ଧଙ୍କୁ ଭତ୍ତା, ରାଶନ କାର୍ଡ ସ୍ବାସ୍ଥ୍ୟ ଯୋଜନା ଆଦି ପ୍ରାୟତଃ ମିଳୁନାହିଁ। ସୀତା ଓ ସାକିଙ୍କ ସମ୍ପର୍କରେ କେତେଜଣ ଯୁବକ ସୋସିଆଲ ମିଡିଆରେ ପ୍ରଚାର କରିବା ସହ ପୌର ନିର୍ବାହୀ ଅଧିକାରୀ ଦିଲୀପ ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମହାନ୍ତି କିରାଣି ନାରାୟଣ ମାଝିଙ୍କୁ ଦୁଇ ବୃଦ୍ଧାଙ୍କ ସମ୍ପର୍କରେ ଯାଞ୍ଚ କରିବା ସହ ଫର୍ମ ପୂରଣ କରିବାକୁ ଦାୟିତ୍ୱ ଦେଇଥିଲେ। ପରେ ଉକ୍ତ ଫର୍ମ ଉପଜିଲାପାଳଙ୍କ ପାଖକୁ ପଠାଯାଇଥିଲା। ମଧୁବାବୁ ପେନ୍‌ସନ ଯୋଜନାରେ ସେମାନଙ୍କୁ ଭତ୍ତା ପାଇଁ ନିର୍ଦ୍ଦେଶ (ନଂ.୭୫୨୦/୧୨/୦୬/୧୯) ଆସିଥିଲା। ଏହି ଯୋଜନାରେ ପ୍ରଥମ ମାସରେ ସେମାନଙ୍କୁ ୫୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ଆସନ୍ତା ମାସଠାରୁ ୭୦୦ ଟଙ୍କା ଦିଆଯିବ ବୋଲି ମହାନ୍ତି କହିଛନ୍ତି। ପ୍ରଶାସନ ପକ୍ଷରୁ ମହିଳା କର୍ମଚାରୀ ରାଜଲକ୍ଷ୍ମୀ ମହାନ୍ତି ଜରାଶ୍ରମକୁ ଯାଇ ଦୁଇ ବୃଦ୍ଧାଙ୍କୁ ଟଙ୍କା ଦେଇଆସିଥିଲେ। ଜରାଶ୍ରମରେ ରହୁଥିବା ନିରାଶ୍ରୟଙ୍କୁ ସରକାରୀ ଯୋଜନାରେ ସୁଫଳ ମିଳିବା ଅନନ୍ୟ ଘଟଣା ବୋଲି କହିଛନ୍ତି ଜରାଶ୍ରମର କର୍ମଚାରୀ ରତ୍ନାକର ଜେନା। ଏହା ଅନ୍ୟ ଅନ୍ତେବାସୀଙ୍କୁ ସରକାରୀ ସହାୟତା ମିଳିବାରେ ସହାୟକ ହେବ। ରଜ ପୂର୍ବରୁ ଏହି ସହାୟତା ପାଇ ଦୁଇ ବୃଦ୍ଧା ଖୁସିବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri