ସାଇନାଙ୍କ ବାୟୋପିକ୍‌ ପାଇଁ କଠିନ ପରିଶ୍ରମ କରୁଛନ୍ତି ପରୀ

ମୁମ୍ବାଇ: ଯେତେବେଳେ ବାୟୋପିକ୍‌ କଥା ଆସେ, ସେତେବେଳେ ଅଭିନେତ୍ରୀ/ଅଭିନେତାଙ୍କୁ ବିଶେଷ ପ୍ରସ୍ତୁତି କରିବାକୁ ପଡ଼ିଥାଏ। କାରଣ କୌଣସି କାଳ୍ପନିକ ଚରିତ୍ରକୁ ପରଦା ଉପରେ ଜୀବନ୍ତ କରି ଉତାରିବାଠାରୁ କାହିଁ କେତେ ଗୁଣ କଷ୍ଟକର ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱଙ୍କ ଚରିତ୍ରରେ ଅଭିନୟ କରିବା। କାରଣ ବାୟୋପିକ୍‌ରେ ଉକ୍ତ ଚରିତ୍ର ସହ ଦର୍ଶକେ ଆଗରୁ ଅଳ୍ପବହୁତେ ଜଡ଼ିତ ଥାଆନ୍ତି। ଏଣୁ ଅଭିନୟ ଜୀବନ୍ତ ଓ ବାସ୍ତବିକ ଅନୁଭବ ନ ହେଲେ, ଦର୍ଶକ ତୁଳନାତ୍ମକ ଦୃଷ୍ଟିକୋଣରୁ ଅସନ୍ତୁଷ୍ଟ ହୋଇପାରନ୍ତି। ଏଣୁ ଅନେକ ସମୟରେ ବାୟୋପିକ୍‌ରେ ଅଭିନୟ କରୁଥିବା ଅଭିନେତ୍ରୀ/ଅଭିନେତାଙ୍କୁ ସମ୍ପୃକ୍ତ ଚରିତ୍ରରେ ବାସ୍ତବିକତା ଆଣିବାକୁ ଅଧିକରୁ ଅଧିକ ପରିଶ୍ରମ ଓ ପ୍ରୟାସ କରିବାକୁ ପଡ଼ିଥାଏ।
କ୍ରମରେ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜିକାଲି କରୁଛନ୍ତି କଠିନ ପରିଶ୍ରମ। କାରଣ ଭାରତର ଗର୍ବ ଓ ଗୌରବ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳୀ ସାଇନା ନେହ୍ବାଲ୍‌ଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ଫିଲ୍ମରେ ପରିଣୀତି ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏବେ ଏଭଳି ଜଣେ ତାରକାଙ୍କ ଜୀବନୀକୁ ପରଦାରେ ଫୁଟାଇବାକୁ ହେଲେ ପରୀଙ୍କୁ କଷ୍ଟ ତ କରିବାକୁ ପଡ଼ିବ। ଏଥିପାଇଁ ତାଙ୍କୁ ସାଇନାଙ୍କ ଚାଲିଚଳନ, କଥାବାର୍ତ୍ତା, ବେଶଭୂଷା ଓ ବିଶେଷକରି ବ୍ୟାଡ୍‌ମିଣ୍ଟନ ଖେଳିବା ଷ୍ଟାଇଲ୍‌ ଶିଖିବାକୁ ପଡ଼ୁଛି। ବାକି ସବୁ ଠିକ୍‌ ଅଛି, କିନ୍ତୁ ବ୍ୟାଡ୍‌ମିଣ୍ଟନ୍‌ ଅଭ୍ୟାସ କରିବାରେ ପରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିଦିନ ବ୍ୟାଡ୍‌ମିଣ୍ଟନ୍‌ ଅଭ୍ୟାସ ପାଇଁ ପରୀଙ୍କୁୁ ମୁମ୍ବାଇସ୍ଥିତ ରାମଶେଠ୍‌ ଠାକୁର ଇଣ୍ଟର୍‌ନ୍ୟାଶନାଲ୍‌ ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ଯିବାକୁ ପଡ଼ୁଛି, ଯେଉଁଥିରେ ତାଙ୍କର ୫-୬ ଘଣ୍ଟା ସମୟ ନଷ୍ଟ ହୋଇଯାଉଛି। ଫଳରେ ସେ ଆବଶ୍ୟକତା ଅନୁଯାୟୀ ଶୋଇପାରୁ ନାହାନ୍ତି ଓ ଅନ୍ୟ କାମ ମଧ୍ୟ ଠିକ୍‌ ସମୟରେ କରିପାରୁନାହାନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଏଣିକି ସ୍ପୋର୍ଟସ୍‌ କମ୍ପ୍ଲେକ୍ସରେ ହିଁ ଅଭ୍ୟାସ ସରିବା ପର୍ଯ୍ୟନ୍ତ ରହିବାକୁ ସେ ସ୍ଥିର କରିଛନ୍ତି। ଘରଠରୁ ଦୂର ସେଠାରେ ରହି ଏବେ ସାଇନାଙ୍କ ଭଳି ଖେଳିବାର ଅଭ୍ୟାସଚଳାଇଛନ୍ତି ପରିଣୀତି। ଅନ୍ୟପକ୍ଷରେ ସାଇନା ନେହଓ୍ବାଲ୍‌ଙ୍କ ବାୟୋପିକ୍‌ରେ ପ୍ରଥମେ ଶ୍ରଦ୍ଧା କପୁରଙ୍କୁ ଫାଇନାଲ୍‌ କରାଯାଇଥିଲା। ତେବେ ଶ୍ରଦ୍ଧାଙ୍କ ହାତରେ ଅନେକ ଫିଲ୍ମ ଥିବାରୁ ସେ ଏହି ଫିଲ୍ମକୁ ରିଜେକ୍ଟ କରିଦେଇଥିଲେ। ପରେ ପରିଣୀତିଙ୍କୁ ଏହି ଫିଲ୍ମ ପାଇଁ ଚୟନ କରାଗଲା ଓ ସେ ରାଜି ମଧ୍ୟ ହୋଇଗଲେ। ପିଲ୍କକୁ ସୁପରହିଟ୍‌ କରିବା ଲାଗି ଏବେ ପରୀ ସମ୍ପୂର୍ଣ୍ଣଭାବେ ଲାଗିପଡିଛନ୍ତି। ସେ କଠିନ ପରିଶ୍ରମ ଜାରି ରଖିଛନ୍ତି। ଆଗାମୀ ଦିନରେ ଫିଲ୍ମଟି କେତେ ସଫଳ ହେଉଛି ଓ ଦର୍ଶକଙ୍କ ମନକୁ ଛୁଉଁଛି ତାହା ସମୟ ହିଁ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ହର୍ମୁଜ ପ୍ରଣାଳୀରେ ଇରାନ ଅଭିମୁଖେ ଯାଉଥିବା ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ; ଆମେରିକା କଲାଣି ଏମିତି ଦାବି ଚିନ୍ତାରେ ପଡ଼ିଲାଣି ସାରା ବିଶ୍ୱ

ତେହରାନ,୩୧।୫: ଶନିବାର ଆମେରିକା ଚେତାବନୀ ଦେଇଛି ଯେ ଆବଶ୍ୟକ ହେଲେ ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ପ୍ରସ୍ତୁତ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର କହିଛନ୍ତି…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

ସୂର୍ଯ୍ୟା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏନକାଉଣ୍ଟରରେ ନିହତ; ମା’ କହିଲେ: ‘ଘର ଉପରେ ମଧ୍ୟ ବୁଲଡୋଜର ଚଲାଇ ଦିଅ’

ନୂଆଦିଲ୍ଲୀ,୩୧।୫: ଗାଜିଆବାଦରେ ସୂର୍ଯ୍ୟା ଚୌହାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆସଦ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ପୋଲିସ ଇନ୍ଦିରାପୁରମରେ ଆସଦକୁ ଏନକାଉଣ୍ଟରରେ ନିଯୁକ୍ତ କରିଥିଲା। ଏହି…

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri