Posted inଜାତୀୟ

ସାଇକେଲ-ହାତୀ କଲେନି ସହଯୋଗ: ଅମେଠିରେ ପଦ୍ମଠାରୁ ପରାଜିତ ହେଲା ହାତ

ନୂଆଦିଲ୍ଲୀ,୨।୬: ଚଳିତ ଲୋକ ସଭା ନିର୍ବାଚନରେ କଂଗ୍ରେସ ନିଜ ପୁରୁଣା ଗଡ଼ ବୋଲାଉଥିବା ଅମେଠିରେ ପରାଜିତ ହୋଇଛି। ଏଠାରେ ଭାଜପା ପ୍ରାର୍ଥୀ ସ୍ମୃତି ଇରାନୀ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ୫୫ ହଜାର ଭୋଟରେ ପରାଜିତ କରିଛନ୍ତି। ଏଠାରେ ରାହୁଲ କାହିଁକି ହାରିଲେ ସେ ନେଇ କଂଗ୍ରେସର ଦୁଇ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ତଥ୍ୟ ଉପସ୍ଥାପନ କରିଛନ୍ତି। ଏଠାରେ ଏସ୍‌ପି ଏବଂ ବିଏସ୍‌ପିର ସହଯୋଗ ନ ମିଳିବାରୁ କଂଗ୍ରେସ ସହଜରେ ପରାଜିତ ହୋଇଥିବା କୁହାଯାଉଛି। କଂଗ୍ରେସ ସଚିବ ଜୁବେର ଖାଁ ଏବଂ କେ.ଏଲ୍‌. ଶର୍ମା ଏସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି। ୨୦୧୪ରେ ରାହୁଲ ଏଠାରେ ୪.୦୮ ଲକ୍ଷ ଭୋଟ ପାଇଥିବାବେଳେ ୨୦୧୯ରେ ଏହାଠାରୁ ଅଧିକ ଭୋଟ ପାଇଛନ୍ତି। ଚଳିତ ଥର ରାହୁଲ ୪.୧୩ ଲକ୍ଷ ଭୋଟ ପାଇଛନ୍ତି। ତେବେ ଏସ୍‌ପି ଏବଂ ବିଏସ୍‌ପିର ସହଯୋଗ ନ ମିଳିବାରୁ ରାହୁଲ ପରାଜିତ ହୋଇଛନ୍ତି। ଏହା ଏକ ସାଧାରଣ ଗଣିତ ଭଳି କାର୍ଯ୍ୟକାରୀ ହୋଇଥିବା କମିଟି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନ ଭିତରେ ବଡ଼ ଖବର: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ମାନିନେଲେ ୨ ଦାବି…

ନୂଆଦିଲ୍ଲୀ,୨୧।୭: କକରୋଚ ଜନତା ପାର୍ଟି (CJP) ର ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ମଙ୍ଗଳବାର ଦିନ ବହୁ ସଂଖ୍ୟାରେ ଭାରତ-ଆମେରିକା ମଧ୍ୟରେ ପ୍ରସ୍ତାବିତ ଟ୍ରେଡ୍ ଡିଲ୍ (ବ୍ୟବସାୟିକ ଚୁକ୍ତି)…

ଛାତ୍ରୀଛାତ୍ରଙ୍କୁ ଲାଠିଚାର୍ଜ ପ୍ରତିବାଦରେ ରାହୁଲ-ପ୍ରିୟଙ୍କା ଗାନ୍ଧୀଙ୍କ ପଦଯାତ୍ରା, ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ପହଞ୍ଚି…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟି (CJP) ର ପ୍ରତିନିଧୀ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ମଧ୍ୟରେ ସୋମବାର ଏକ ସାକ୍ଷାତ ହୋଇଛି। ସୂତ୍ରରୁ ଜଣାପଡିଛି ଯେ…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମେଧାବୀ ଛାତ୍ରୀଙ୍କୁ ସ୍କୁଟି ସହ ମିଳିବ ପେଟ୍ରୋଲ

ଲକ୍ଷ୍ନୌ,୨୧।୭: ଉତ୍ତର ପ୍ରଦେଶର ଯୋଗୀ ସରକାର ଖୁବ୍ ଶୀଘ୍ର ରାଜ୍ୟର ମେଧାବୀ ଛାତ୍ରୀମାନଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ମେଧାବୀ ଛାତ୍ରୀମାନଙ୍କୁ ସ୍କୁଟି ଦେବା…

ସ୍ତ୍ରୀ ଗୀତାଞ୍ଜଳିଙ୍କ ଅପିଲ୍‌ ପରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ସୋନମ ୱାଙ୍ଗଚୁକଙ୍କୁ…

ନୂଆଦିଲ୍ଲୀ,୨୧।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ସଫଦରଜଙ୍ଗ ହସ୍ପିଟାଲରୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ। ତାଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ଆବେଦନ କ୍ରମେ ୱାଙ୍ଗଚୁକଙ୍କୁ ଏକ ବେସରକାରୀ ହସ୍ପିଟାଲକୁ…

ଧର୍ମେନ୍ଦ୍ରଙ୍କ ଇସ୍ତଫା କାହିଁକି ନେଉନାହାନ୍ତି ମୋଦି ସରକାର? ଭିତିରି ରହସ୍ୟ ଖୋଲିଦେଲେ ଅଖିଲେଶ, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ସିଜେପିର (CJP) ପ୍ରଦର୍ଶନ ସମୟରେ ହୋଇଥିବା ଲାଠିଚାର୍ଜ ଏବଂ ପୋଲିସ ହିଂସାରେ ଅନେକ ଛାତ୍ରୀଛାତ୍ର ଆହତ ହୋଇଥିଲେ। ଏହି ପ୍ରଦର୍ଶନକାରୀମାନେ NEET ପ୍ରଶ୍ନପତ୍ର ଲିକ୍‌…

ସରକାରଙ୍କ ଉପରେ ବଢ଼ିଲା ଚାପ, ଶେଷରେ ନେଲେ ଏହି ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୭: କକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ ସମୟରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହି ଘଟଣାରେ ଅନେକ ଯୁବକ ମଧ୍ୟ ଆହତ ହୋଇଥିଲେ। କେନ୍ଦ୍ରୀୟ…

ରାଜନୀତିରେ ହଲଚଲ: କେବଳ ଧର୍ମେନ୍ଦ୍ର ପ୍ରଧାନ ନୁହଁନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ…

ନୂଆଦିଲ୍ଲୀ,୨୧।୭: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ନେଇ ଦେଶବ୍ୟାପୀ ଜାରି ରହିଥିବା ପ୍ରତିବାଦ ମଧ୍ୟରେ କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri