ସାଇକେଲରେ ତାମିଲନାଡୁରୁ ସୁବର୍ଣ୍ଣପୁର

ସୋନପୁର,୭।୬(ନି.ପ୍ର.)-ତାମିଲନାଡୁର ଶ୍ରବଣପଲିରୁ ସୁବର୍ଣ୍ଣପୁର ଜିଲାର ନାରାୟଣପୁର ଦୀର୍ଘ ୧୭୦୦ କି.ମି. ସାଇକେଲ ଯାତ୍ରା। ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ ନାରାୟଣପୁରର କରୁଣା ଧରୁଆ(୨୭), ଗିରିଗୋବର୍ଦ୍ଧନ ଧରୁଆ(୨୯), କୃଷ୍ଣଚନ୍ଦ୍ର ବଗର୍ତ୍ତି(୨୬), ଭଗବାନ ମାଝି(୩୦) ଓ ତରଭା ବ୍ଲକ କଟାପାଲି ପଞ୍ଚାୟତ ଶତ୍ରୁପାଲି ଗାଁର ପୃଥ୍ବୀରାଜ ଭୋଇ(୨୮) ସାଇକେଲ ଚଳାଇ ୧୪ ଦିନରେ ନିଜ ଗଁା ନିକଟରେ ପହଞ୍ଚତ୍ଛନ୍ତି । ଏତେ ଲମ୍ବା ପଥ ଆସିବା ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ନିଜ ଲକ୍ଷ୍ୟସ୍ଥଳରୁ ସେମାନେ ବିଚ୍ୟୁତ ହୋଇ ନ ଥିଲେ। ଜୀବନକୁ ବାଜି ଲଗାଇ ଗାଁରେ ଗତ ୫ ତାରିଖ ସନ୍ଧ୍ୟାରେ ପହଞ୍ଚତ୍ବା ପରେ ସେମାନେ ଆଶ୍ୱସ୍ତ ହୋଇଛନ୍ତି । ପୋଲିସ ଓ ସରପଞ୍ଚ ନାରାୟଣପୁରର ୪ ପ୍ରବାସୀ ଶ୍ରମିକଙ୍କୁ ସ୍ଥାନୀୟ ହାଇସ୍କୁଲ ଟିଏମ୍‌ସିରେ କ୍ୱାରାଣ୍ଟାଇନ୍‌ରେ ରଖିବାର ବ୍ୟବସ୍ଥା କରିଛନ୍ତି। ସେହିଭଳି ପୃଥ୍ବୀରାଜଙ୍କୁ ତରଭା ବ୍ଲକ କଣ୍ଟାପାଲି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି । ସମସ୍ତେ ଏବେ ସୁସ୍ଥ ଅଛନ୍ତି।
ମହାମାରୀ କରୋନା ମୁକାବିଲା ପାଇଁ ମାର୍ଚ୍ଚ ୨୫ ତାରିଖରେ କେନ୍ଦ୍ର ସରକାର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଥିଲେ । ଏପଟେ କର୍ମସଂସ୍ଥାନ ହରାଇ ବାହାର ରାଜ୍ୟରେ କାମ କରୁଥିବା ଓଡିଆ ଲୋକେ ଘରକୁ ଫେରିବାକୁ ବ୍ୟଗ୍ର ହୋଇପଡିଲେ। କିଏ ଚାଲି ଚାଲି ତ ପୁଣି କିଏ ଲୁଚିଛପି ପଳାଇ ଆସିଲେ। ହେଲେ ସୁବର୍ଣ୍ଣପୁରର ଏହି ୫ ଯୁବକ ସାଇକେଲରେ ଗାଁକୁ ଫେରିବାକୁ ମନସ୍ଥ କରିଥିଲେ। ସେମାନେ କିଛିବର୍ଷ ହେଲା କୋଏମ୍ବାଟୁର ନିକଟସ୍ଥ ଶ୍ରବଣପଲିରେ ଏକ ଅଟୋ ମୋବାଇଲସ୍‌ ପାଟର୍‌ସ କାରଖାନାରେ କାମ କରୁଥିଲେ । ଲକ୍‌ଡାଉନ୍‌ ଯୋଗୁ କାରଖାନା ବନ୍ଦ ହୋଇ ଯିବାରୁ ସେଠାରେ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଖାଇବାକୁ ନ ପାଇ ଭୋକରେ ରହିବାକୁ ପଡିଥିଲା । ଶେଷରେ ସମସ୍ତେ ଗ୍ୟାସ୍‌ ଚୁଲା ଓ ସିଲିଣ୍ଡର ବିକ୍ରି କରି ଗୋଟିଏ ଲେଖାଏ ସାଇକେଲ କଣିଥିଲେ । ସେହି ସାଇକେଲରେ ଘରକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେମାନେ ମେ ୨୨ ତାରିଖରେ ଶ୍ରବଣପଲିରୁ ବାହାରିଥିଲେ । ବହୁ ସ୍ଥାନରେ ପୋଲିସ ଅଟକାଇ ଥିଲା । ମାତ୍ର ସେମାନେ ନିଜ ସମସ୍ୟା ଜଣାଇ ଖସି ଆସିଥିଲେ । କେତେକ ସ୍ଥାନରେ ସ୍ଥାନୀୟ ଲୋକେ ଖାଇବାକୁ ଦେଇଥିଲେ । ଅଧିକାଂଶ ଦିନ ଭୋକ ଉପାସରେ ସାଇକେଲ ଚଳାଇବାକୁ ପଡୁଥିଲା ବୋଲି ସେମାନେ କହିଛନ୍ତି । କ୍ୱାରାଣ୍ଟାଇନ୍‌ ଅବଧି ପରେ ସେମାନେ ଆଉ ତାମିଲନାଡୁ ଫେରିବେ ନାହିଁ। ସରକାର ଆମକୁ କାମ ଯୋଗାଇ ଦେଲେ ଆମେ ଏଇଠି କାମ କରିବୁ ବୋଲି ପ୍ରବାସୀ ଶ୍ରମିକମାନେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri