ସହର ଭିତରେ ପ୍ରବାସୀଙ୍କ ଭିଡ, ବଢୁଛି ସଂକ୍ରମଣ ଭୟ

ବଲାଙ୍ଗୀର ଅଫିସ, ୨୦ା୫: ବଲାଙ୍ଗୀର ସହରର ବିଭିନ୍ନ ରାସ୍ତାରେ ରାଜ୍ୟ ବାହାର ପ୍ରବାସୀ ଖୋଲାଖୋଲି ବୁଲୁଥିବା ଦେଖାଯାଉଛି। ପ୍ରତିଦିନ ଶତାଧିକ ପ୍ରବାସୀ ବସ୍‌ ଓ ଅନ୍ୟ ଯାନବାହନରେ ବଲାଙ୍ଗୀର ସହରରେ ପହଞ୍ଚୁଛନ୍ତି। ସେମାନଙ୍କୁ ଆଣୁଥିବା ବସ୍‌ ଓ ଯାନବାହନଗୁଡିକ କୌଣସି ନିର୍ଦ୍ଦିଷ୍ଟ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ନ ଛାଡି ସହରର ବିଭିନ୍ନ ରାସ୍ତାରେ ଛାଡି ପଳାଉଛନ୍ତି। ଏଭଳି କ୍ଷେତ୍ରରେ ପ୍ରବାସୀମାନେ କେଉଁଠିକୁ ଯିବେ ଜାଣି ନ ପାରି ଇତସ୍ତତଃ ବୁଲୁଥିବା ଦେଖାଯାଉଛି । ପ୍ରବାସୀମାନେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଓହ୍ଳାଇବା ପରେ କେଉଁଠିକି ଯିବେ ଜାଣି ପାରୁ ନ ଥିବାରୁ ଟାଉନ୍‌ ଥାନା ଓ ଜିଲାପାଳ କାର୍ଯ୍ୟାଳୟକୁ ଯାଇ ପଚାରୁଛନ୍ତି। ଏବେ ଅବସ୍ଥା ଏପରି ହୋଇଛି ଯେ, ଟାଉନ୍‌ ଥାନା ଓ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖ ପ୍ରବାସୀଙ୍କ ବସ୍‌ଷ୍ଟାଣ୍ଡ ଭଳି ପ୍ରତୀତ ହେଲେଣି। ପ୍ରଶାସନ ପାଖରେ ବସ୍‌ଗୁଡିକରେ ଆସୁଥିବା ପ୍ରବାସୀଙ୍କ ସମ୍ପୂର୍ଣ୍ଣ ଓ ଠିକ୍‌ ସୂଚନା ନାହିଁ। ଫଳରେ ସେମାନେ ଏମାନଙ୍କୁ ପରିଚାଳନା ଠିକ୍‌ ଭାବେ କରିପାରୁ ନାହାନ୍ତି । ବଲାଙ୍ଗୀର ରେଳଷ୍ଟେଶନ୍‌କୁ ନିୟମିତ ଶ୍ରମିକ ସ୍ପୋଶାଲ ଟ୍ରେନ୍‌ ଆସୁଥିବାରୁ ପ୍ରବାସୀଙ୍କ ପ୍ରତ୍ୟାଗମନ ବ୍ୟବସ୍ଥାରେ ପୂରା ପ୍ରଶାସନ ଘାଣ୍ଟି ହେଉଛି। ପ୍ରଶାସନ ଗୋଟିଏ ସମୟରେ ଟ୍ରେନ୍‌ ଓ ବସ୍‌ ପରିଚାଳନା କରିପାରୁନାହିଁ। ୨୨ ତାରିଖ ଦିନ ସାବିତ୍ରୀ ଅମାବାସ୍ୟା ଥିବାରୁ ଦୁଇଦିନ ହେଲାଣି ଫଳ ମାର୍କେଟରେ ଭିଡ ଜମୁଛି। ଏଠାରେ ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଭଳି ଗୁରୁତ୍ୱପୂର୍ଣ୍ଣ କୋଭିଡ ନିୟମାବଳୀକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ପ୍ରବଳ ଭିଡ ଯୋଗୁଁ ଏହାର ସୁଯୋଗ ନେଇ ଅନ୍ୟ ରାଜ୍ୟରୁ ଆସି ବଲାଙ୍ଗୀର ପହଞ୍ଚିଥିବା ପ୍ରବାସୀମାନେ ମଧ୍ୟ ଫଳ ଦୋକାନକୁ ପଶି କିଣାକିଣି କରୁଥିବା ଚର୍ଚ୍ଚା ହୋଇଛି । ଫଳରେ ଏଠାରେ କରୋନା ସଂକ୍ରମଣ ବଢ଼ି ଚାଲିଛି ବୋଲି କେତେକ ଆଶଙ୍କା ପ୍ରକଟ କରିଛନ୍ତ। ସେହିଭଳି ବଲାଙ୍ଗୀର ମାର୍କେଟରେ ପ୍ରତ୍ୟହ ଯେଭଳି ଭିଡ ପରିଲକ୍ଷିତ ହେଉଛି । ଏଠାରେ କୌଣସି ପ୍ରକାର ଲକ୍‌ଡାଉନ୍‌ ନିୟମ ଆଉ ନାହିଁ ଏହା ଯେକେହି ଖୋଲା ଆଖିରେ ଦେଖିପାରିବ। ପ୍ରଶାସନିକ ଅଧିକାରୀ, କର୍ମଚାରୀ ଓ ପୋଲିସ ମଧ୍ୟ ଏଦିଗରେ ଆଉ ଧ୍ୟାନ ଦେଉନାହାନ୍ତି। କିଛି ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କୁ ଛାଡିଦେଲେ ଆଉ କୌଣସି କାମ ଦାୟିତ୍ୱର ସହ ନକରି ହାଲୁକା ହୋଇପଡିଥିବା ଦେଖାଯାଉଛ। ଏଭଳି କ୍ଷେତ୍ରରେ ଅଣସଂକ୍ରମିତ ବଲାଙ୍ଗୀରବାସୀଙ୍କୁ ସବୁଠୁ ବେଶୀ ସଂକ୍ରମଣ ଭୟ ଘାରିଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri