ସହଯୋଗ କଲାନି ପ୍ରଶାସନ: ଚାଲିଚାଲି ଗଲେ ଛତିଶଗଡ଼ ପ୍ରବାସୀ

ଖୋର୍ଦ୍ଧା ଅଫିସ,୧୬ା୫: ଖୋର୍ଦ୍ଧା ଜିଲା ଜଟଣୀ ନିକଟ ତରାବୋଇର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ ୧୦ଜଣ ଶ୍ରମିକ ଗୁରୁବାର ବିଳମ୍ବିତ ରାତିରେ ପରିବାର ସହ ଛତିଶଗଡ ଚାଲିଚାଲି ଯାଇଛନ୍ତି। ସେମାନେ କାନ୍ଧରେ ଶିଶୁ ଓ ମୁଣ୍ଡରେ ଆସବାବପତ୍ର ଧରି ଯାଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ଅନୁଯାୟୀ, ଶ୍ରମିକମାନେ ଜଣେ ଠିକାଦାରଙ୍କ ଅଧୀନରେ ରହି ଉକ୍ତ ଅଞ୍ଚଳରେ କାର୍ଯ୍ୟ କରୁଥିଲେ। ଲକ୍‌ଡାଉନ୍‌ରେ କାମ ବନ୍ଦ ହୋଇଯିବାରୁ ଠିକାଦାର ସେମାନଙ୍କୁ ଦରମା ଦେବାକୁ ମନା କରିଦେଇଥିଲେ। ଫଳରେ ପରିବାର ଚଳାଇବା କଷ୍ଟକର ହୋଇପଡିଥିଲା। ପ୍ରଶାସନ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମିଳିଥିବା ଶୁଖିଲା ଖାଦ୍ୟରେ କିଛି ଦିନ ପରିବାର ଚଳିଯାଇଥିଲା। ପରେ ପରିବାର ଚଳାଇବା କଷ୍ଟକର ହେବାରୁ ନିଜ ଗ୍ରାମକୁ ଫେରିବା ଲାଗି ସରକାରଙ୍କ ଓ୍ବେବ୍‌ସାଇଟରେ ଗତ ୧୦ତାରିଖରେ ନାମ ପଞ୍ଜୀକରଣ କରିଥିଲେ। ଫେରିଯିବା ଲାଗି ପ୍ରଶାସନକୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ନିରାଶ ହେବା ପରେ ଚାଲିଚାଲି ଯିବାକୁ ନିଷ୍ପତ୍ତି ନେଇଥିଲୁ। ପିଲାଙ୍କୁ ଖାଇବାକୁ ଦେବାକୁ ପାଖରେ ଟଙ୍କା ନାହିଁ, ପୁଣି ଲମ୍ବା ରାସ୍ତା ଯିବାକୁ ପଡିବ। ଯେଉଁ ପର୍ଯ୍ୟନ୍ତ ଚାଲି ପାରିବୁ ଚାଲିବୁ ବୋଲି ଶ୍ରମିକମାନେ କହିଛନ୍ତି। କୌଣସି ସୂତ୍ରରୁ ଖବରପାଇ ଖୋର୍ଦ୍ଧା ବିକାଶ ପରିଷଦ କର୍ମକର୍ତ୍ତା ଶୋଭନ ଘୋଷ, ସୁଜନ ମିଶ୍ର ସେମାନଙ୍କୁ ସହାୟତାର ହାତ ବଢାଇବା ସହ କିଛି ଟଙ୍କା ପ୍ରଦାନ କରିଥିବା ଜଣାପଡିଛି। ସୂଚନାଥାଉକି, ପଞ୍ଜାବରୁ ଉତ୍ତରପ୍ରଦେଶ ଯାଉଥିବା ଜଣେ ଶ୍ରମିକ ମା’ ଥକିପଡ଼ିଥିବା ଶିଶୁକୁ ସୁଟକେଶରେ ଶୁଆଇ ଦୌଡି ଯୋଗେ ଟାଣି ଟାଣି ନେଉଥିବା ଦୃଶ୍ୟ ଭିଡିଓ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଖୁଣ୍ଟରେ ପିଟିହେଲା ବାଇକ୍‌: ଚାଲିଗଲା ଚାଳକଙ୍କ ଜୀବନ

ଥୁଆମୁଳ ରାମପୁର:୧୭।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ସ୍ଥିତ କର୍ଲାପାଟ ଥାନା ଅଞ୍ଚଳରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ...

ପ୍ରଥମଥର କଟକ ଗସ୍ତରେ ଯାଇ ଏମିତି ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

କଟକ, ୧୭।୬(ଶିଳ୍ପା ପ୍ରିୟଦର୍ଶିନୀ)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର କଟକ ଗସ୍ତରେ ଆସି ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ...

ନାଳରେ ରକ୍ତ ଭାସୁଥିବାରୁ ଦେଖି ଗୋଷ୍ଠୀ ସଂଘର୍ଷ: ୧୪୪ ଧାରା ଜାରି

ବାଲେଶ୍ବର ଅଫିସ, ୧୭।୬- ବାଲେଶ୍ୱର ସହର ସ୍ଥିତ ଭୁଜାଖିଆ ପୀର ନିକଟସ୍ଥ ନାଳରେ ରକ୍ତ ଭାସୁଥିବାରୁ ଦେଖି ଗୋଷ୍ଠୀ ସଂଘର୍ଷ ହୋଇଛି। ସ୍ଥାନୀୟ ଗାଁ ତଥା...

ବରଗଡ଼ ଆସିବେ ମୁଖ୍ୟମନ୍ତ୍ରୀ: ‘କିଷାନ ସମ୍ମାନ ନିଧି ଯୋଜନା’ର କିସ୍ତି ଟଙ୍କା ବଣ୍ଟନ ଉତ୍ସବରେ ଦେବେ ଯୋଗ

ବରଗଡ଼,୧୭ା୬(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଟଙ୍କା ବଣ୍ଟନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହେବ। ଏହି କ୍ରମରେ ବରଗଡ଼ରେ ହେବାକୁ...

ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼: ବରିଷ୍ଠ ଅଧିକାରୀ, ଅତିରିକ୍ତ ଫୋର୍ସ ଗଲେ ପୁରୀ

ପୁରୀ,୧୭ା୬: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ପରେ ଅପ୍ରତ୍ୟାଶିତ ଭାବେ ଶ୍ରଦ୍ଧାଳୁଙ୍କ ଆଗମନ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ରବିବାର ରାଜ୍ୟ ସରକାର ଅତିରିକ୍ତ ଫୋର୍ସ...

ପାହାଡ଼ରେ ପିଟିହେଲା ବସ୍‌

ବଣାଇ,୧୭ା୬: ସୁନ୍ଦରଗଡ଼ ଜିଲା ବଣାଇ ଘାଟିରେ ପାହାଡ଼ରେ ଏକ ବସ୍‌ ପିଟି ହୋଇଛି। ଫଳର ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିବା...

ରାୟଗଡ଼ାରେ ଡିପ୍‌ଥେରିଆ ଆତଙ୍କ

ଭୁବନେଶ୍ୱର/ ରାୟଗଡ଼ା,୧୭ା୬(ଅସମାପିକା ସାହୁ/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମନୁଷପଦର  ଗାଁରେ ଅଜଣା ରୋଗରେ ୫ ଶିଶୁଙ୍କ ମୃତ୍ୟୁ ପରେ କାରଣ...

ମଜୁରି ବୃଦ୍ଧି ଯୋଗୁ ଚାଷୀ ଅଣନିଃଶ୍ୱାସୀ

ପଟ୍ଟାମୁଣ୍ଡାଇ,୧୭ା୬ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଏବଂ ଚାଷଖର୍ଚ୍ଚ ବୃଦ୍ଧିକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଏପରି କି ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri