ସର୍ବୋଚ୍ଚ ସ୍ତରରେ ସେନ୍‌ସେକ୍ସ

ନୂଆଦିଲ୍ଲୀ,୨୫।୧୧:ଭାରତୀୟ ଶେୟାର ବଜାରର କାରବାର ପୁଣି ଥରେ ଶିଖରରେ ପହଞ୍ଚତ୍ଛି। ଏପରିକି ଚଳିତ ସପ୍ତାହର ୪ର୍ଥ ଦିବସର କାରବାର ଅର୍ଥାତ୍‌ ଗୁରୁବାର ସେନ୍‌ସେକ୍ସ ୭୬୨.୧୦ ପଏଣ୍ଟ ବଢ଼ି ୬୨,୨୭୨.୬୮ ଅଙ୍କ ସହ ସର୍ବକାଳୀନ ଉଚ୍ଚ ସ୍ତରରେ ବନ୍ଦ ହୋଇଛି। ହେଲେ କାରବାର ସମୟରେ ସେନ୍‌ସେକ୍ସ ୬୨,୪୧୨.୩୩ ଅଙ୍କ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। ଉଲ୍ଲେଖଯୋଗ୍ୟ, ୨୦୨୧ ଅକ୍ଟୋବର ୧୯ରେ ସେନ୍‌ସେକ୍ସ ୬୨,୨୪୫ ଅଙ୍କର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଥିଲା। ଏହି ବୃଦ୍ଧି ଫଳରେ ନିବେଶକମାନେ ଗୋଟିଏ ଦିନରେ ପ୍ରାୟ ୨.୪୬ ଲକ୍ଷ କୋଟି ଟଙ୍କାର ଲାଭ ହାସଲ କରିପାରିଛନ୍ତି। କାରଣ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ପଞ୍ଜୀକୃତ ସବୁ ଷ୍ଟକ୍‌ର ବଜାର ପୁଞ୍ଜି ବା ମାର୍କେଟ କ୍ୟାପିଟାଲାଇଜେସନ ୨୮୩.୬୯ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ଗୁରୁବାର ବିଏସ୍‌ଇ ମାର୍କେଟ କ୍ୟାପ୍‌ ଅନୁଯାୟୀ ୨,୮୩,୬୯,୯୮୮.୦୨ କୋଟି ଟଙ୍କାରେ ପହଞ୍ଚତ୍ଛି। ଏପରିକି ଗୋଟିଏ ଦିନ ପୂର୍ବେ ଏହାର ପରିମାଣ ୨,୮୧,୪୪,୩୧୮.୬୩ କୋଟି ଟଙ୍କା ଥିଲା। ଏହା ତୁଳନାରେ ୨ଲକ୍ଷ କୋଟି ଟଙ୍କା ଅଧିକ ବୋଲି କୁହାଯାଉଛି। ଅପରପକ୍ଷରେ ନିଫ୍ଟି ୨୧୬.୮୫ ପଏଣ୍ଟ ବଢ଼ି ୧୮,୪୮୪.୧୦ ଅଙ୍କରେ ପହଞ୍ଚତ୍ଛି। ସେହିପରି ବିଏସ୍‌ଇ ସୂଚକାଙ୍କ ଅନୁସାରେ ଆଇଟି ସେକ୍ଟରର ଷ୍ଟକ୍‌ ସବୁଠୁ ଭଲ ପ୍ରଦର୍ଶନ କରିଛି। ବିଏସ୍‌ଇର ଶୀର୍ଷ ୩୦ ଶେୟାର ମଧ୍ୟରୁ ଇନ୍‌ଫୋସିସ୍‌, ଏଚ୍‌ସିଏଲ, ୱିପ୍ରୋ, ଟେକ୍‌ ମହିନ୍ଦ୍ରା, ଟିସିଏସ୍‌ରେ ସବୁଠୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। ଅପରପକ୍ଷରେ ପାୱାରଗ୍ରୀଡ୍‌,ଏଚ୍‌ଡିଏଫସି, ଏଚ୍‌ୟୁଏଲ୍‌, ସନ୍‌ଫାର୍ମା ଓ ଏମ୍‌ ଆଣ୍ଡ ଏମ୍‌ର ଶେୟାରରେ ମଧ୍ୟ ବଡ଼ ବୃଦ୍ଧି ଘଟିଛି। ଉଲ୍ଲେଖଯୋଗ୍ୟ, ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ମଧ୍ୟ କିଛି ପରିମାଣରେ ବୃଦ୍ଧି ଘଟିଛି। ଏପରିକି ଗୁରୁବାରର କାରବାର ଆରମ୍ଭ ହେବା ବେଳକୁ ଗୋଟିଏ ଡଲାରର ମୂଲ୍ୟ ୮୧.୮୫ ଟଙ୍କା ଥିବାବେଳେ ୨୬ ପଇସା ବୃଦ୍ଧି ଘଟି ତାହା ୮୧.୬୭ ଟଙ୍କାରେ ବନ୍ଦ ହୋଇଛି।
ସୂଚନାଯୋଗ୍ୟ, ମୁଖ୍ୟତଃ ଅନ୍ତର୍ଜାତୀୟ ବଜାରର ପ୍ରଭାବ ଯୋଗୁ ଭାରତୀୟ ଷ୍ଟକ୍‌ ବଜାରରେ ଏଭଳି ଉତ୍ସାହ ଦେଖାଦେଇଛି। ଆମେରିକାର ଫେଡେରାଲ ରିଜର୍ଭ ଦ୍ବାରା ସୁଧ ହାର ବୃଦ୍ଧିକୁ କମାଇବାର ସଙ୍କେତ ନିବେଶକଙ୍କୁ ବେଶ୍‌ ଉତ୍ସାହିତ କରିଛି। ସେହିପରି ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri