Posted inଫୁରସତ

ସର୍ବହରା ମା’ବାପା

ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତର ସ୍ବପ୍ନ ସବୁ ମା’ବାପା ଦେଖନ୍ତି। ତାକୁ ପୂରଣ କରିବାକୁ ଦିନରାତି ଏକାକାର କରି ପରିଶ୍ରମ କରନ୍ତି। ବେଳେବେଳେ ତ ନିଜର ସର୍ବସ୍ବ ହରାଇ ବସନ୍ତି। ତଥାପି ନ ଥାଏ ସେମାନଙ୍କର ଦୁଃଖ। ସେମିତି ଏକ ମା’ବାପାଙ୍କ କରୁଣ କାହାଣୀ ଦେଖିବାକୁ ମିଳେ ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ ନିରାକାରପୁର ପଞ୍ଚାୟତ, ପାଣ୍ଡବପାଟଣା ଗାଁରେ। ଗୋପାଳ ବେହେରା(୮୫) ଓ ତାଙ୍କ ଅର୍ଦ୍ଧାଙ୍ଗିନୀ ରଙ୍ଗି ବେହେରା (୮୦) ଏବେ ବୟସର ସାୟାହ୍ନରେ। ୪ ଝିଅ, ଗୋଟିଏ ପୁଅକୁ ନେଇ ତାଙ୍କ ସଂସାର। ଆଉ ସେଇ ପିଲାଙ୍କ ଜୀବନକୁ ଖୁସିରେ ଭରିବାକୁ ଚେଷ୍ଟାକରି ଏବେ ସେମାନେ ସର୍ବହରା। ମୁଣ୍ଡ ଉପରେ ଛାତ ବି ନାହିଁ। ବାସହରା ହୋଇ ଏଠି ସେଠି ମୁଣ୍ଡ ଗୁଞ୍ଜୁଛନ୍ତି। ବୟସ ଥିବାବେଳେ ଗୋପାଳ ମୂଲମଜୁରି ଲାଗି ଘର ଚଳାଉଥିଲେ। ଅଭାବ ଅସୁବିଧା ଥିଲେ ହେଁ ସଂସାର ବେଶ୍‌ ଭଲଭାବେ ଚାଲିଥିଲା। ଧୀରେ ଧୀରେ ପିଲାମାନେ ବଡ଼ ହେଲେ। ବିବାହ ବୟସ ବି ଆସିଗଲା। ସେମାନଙ୍କ ବାହାଘର ଚିନ୍ତା ଘାରିଲା ଗୋପାଳଙ୍କୁ। ବହୁକଷ୍ଟରେ ଟଙ୍କା ଯୋଗାଡ଼ କରି ତିନି ଝିଅ, ଗୋଟିଏ ପୁଅକୁ ବିବାହ କରାଇଲେ। ତେବେ ସାନଝିଅର ବିବାହ ବେଳକୁ ତାଙ୍କ ପାଖରେ ନ ଥାଏ ଆଉ କିଛି ସମ୍ବଳ। ଏଣେ ପିଲାମାନଙ୍କ ଆର୍ଥିକ ଅବସ୍ଥା ବି ସ୍ବଚ୍ଛଳ ନ ଥାଏ ବାପାଙ୍କୁ ସାହାଯ୍ୟ କରିବା ପାଇଁ। ତେଣୁ ଗୋପାଳଙ୍କ ଚିନ୍ତା ବଢ଼ିଯାଇଥାଏ। ଝିଅକୁ ତ ଆଉ ଅବିବାହିତ ରଖିପାରିବେନି। ଯେମିତି ହେଲେ ବିବାହ ଦେବାକୁ ପଡିବ। ହେଲେ ଆବଶ୍ୟକ ଅର୍ଥ ଆସିବ କେଉଁଠୁ ସେ ଭାବିପାରୁ ନ ଥାଆନ୍ତି। ଶେଷରେ ସେ ନେଲେ ଏକ ଚରମ ନିଷ୍ପତ୍ତି। ଏକମାତ୍ର ସମ୍ବଳ ନିଜ ଘରକୁ ଏକ ଲକ୍ଷ ୨୦ ହଜାର ଟଙ୍କାରେ ବିକ୍ରି କରିଦେଲେ। ଆଉ ସେଇଥିରେ ହିଁ ଝିଅକୁ ବାହାଦେଇ ଶାଶୁଘରକୁ ବିଦା କରିଦେଲେ। ହେଲେ ନିଜେ ହୋଇଗଲେ ବାସହରା। ଆଉ ଯାଯାବର ପରି ଜୀବନଯାପନ କଲେ ା ଦୀର୍ଘଦିନ ସେମାନେ ସ୍ଥାନୀୟ ହାଇସ୍କୁଲର ଏକ ଖଣ୍ଡିଆ ଘରେ ଜୀବନଯାପନ କଲେ। ଆଉ ନଳି ଛାଣି ଗୋପାଳ ଗାଁ ଗଣ୍ଡାରେ ବିକ୍ରି କଲେ। ତାଙ୍କ ସ୍ତ୍ରୀ ଅନ୍ୟ ଘରେ ବାସନ ମାଜିଲେ। ଏମିତି କିଛିଦିନ ଠିକ୍‌ଠାକ୍‌ ଚଳିଲେ। କିନ୍ତୁ ସ୍କୁଲର ଘର ଆବଶ୍ୟକ ପଡିବାରୁ ସ୍କୁଲ କର୍ତ୍ତୃପକ୍ଷ ସେଠାରୁ ବାହାରିଯିବାକୁ କହିଲେ। ଏବେ ସମ୍ପୂର୍ଣ୍ଣ ବାସହରା ହୋଇଗଲେ ଦୁହେଁ। ଏହି ଅବସ୍ଥା ଦେଖି ଗାଁର କିଛି ଲୋକ ଗାଁ କୋଠଘର ବାରିପଟେ ଜରି ଟାଣି ରହିବାକୁ ଦେଲେ। ହେଲେ ବାର୍ଦ୍ଧକ୍ୟ ଯୋଗୁ ନଳି ଛାଣିବା କି ଅନ୍ୟ ଘରେ କାମ କରିବା ଆଉ ସେମାନଙ୍କ ପାଇଁ ସମ୍ଭବ ହେଲାନାହିଁ ା ଶେଷରେ କିଛି ଗ୍ରାମବାସୀଙ୍କ ହାତଟେକାକୁ ଭରସା କଲେ ଦୁହେଁ। ଗ୍ରାମରେ ବିବାହ କରିଥିବା ଗୋଟିଏ ଝିଅ ବି ଅନେକ ସମୟରେ ଖାଇବା ଆଣି ଦେଇଯାଏ। ଯେଉଁଦିନ କେଉଁଆଡୁ କିଛି ନ ମିଳେ ଗୋପାଳଙ୍କ ସ୍ତ୍ରୀ ଘର ଘର ବୁଲି ଭିକ୍ଷା ବି ମାଗିଲେ। ପେଟ ଚାଖଣ୍ଡକ ଲାଗି ଏଭଳି ସଂଘର୍ଷ ଲାଗି ରହିଥିବାବେଳେ ଗତମାସରେ ହୋଇଥିବା ଭୟଙ୍କର ସାମୁଦ୍ରିକ ଝଡ଼ ଫନୀ ତାଙ୍କ ଦୁଃଖକୁ ଆହୁରି ବଢାଇଦେଲା। ପ୍ରବଳ ପବନରେ ଜରିଘର ତାଙ୍କର ଛାର୍‌ଖାର ହୋଇଗଲା। ତେଣୁ ହାଇସ୍କୁଲ ଗୃହରେ ଆଶ୍ରୟ ନେଇଥିଲେ।

ହେଲେ ସ୍କୁଲ ଖୋଲିଯିବା ପରେ ସେମାନେ ଏବେ ନିକଟସ୍ଥ ପାହାଡ ତଳେ କୁଡିଆ କରି ରହୁଛନ୍ତି। ସେଥିରେ ପୁଣି ଗୋପାଳ ପକ୍ଷାଘାତ ରୋଗରେ ଆକ୍ରାନ୍ତ। ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ସମ୍ଭବ ହେଉନାହିଁ ା ଏଣେ ତା’ ପାଇଁ କିଛି ନ ରଖି ଝିଅ ଲାଗି ଘର ବିକି ଦେଇଥିବାରୁ ପୁଅ ବି ଆଉ ଗାଁକୁ ଆସୁନାହିଁ। ତା’ ପରିବାରକୁ ନେଇ ବାହାରେ ରହି ମୂଲମଜୁରି ଲାଗି ଚଳୁଛି। ଏମିତିରେ ବାସହରା ଅସହାୟ ଗୋପାଳ ଓ ତାଙ୍କ ସ୍ତ୍ରୀ ଭାବିପାରୁନାହାନ୍ତି କେମିତି ବାକି ଜୀବନତକ କାଟିବେ। ଏବେ ଖାଲି ଭଗବାନ ହିଁ ସେମାନଙ୍କ ଭରସା ବୋଲି କୁହନ୍ତି।

-ମାନସ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri