ସର୍ବକାଳୀନ ଆଲୁମିନିୟମ ଧାତୁ ବିକ୍ରୟ ରେକର୍ଡ

ଭୁବନେଶ୍ୱର,୨୨।୯ (ଅଭୟ ଦାଶ):ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ କମ୍ପାନୀ ନାଲ୍‌କୋର ୪୨ତମ ବାର୍ଷିକ ସାଧାରଣ ବୈଠକ ଗୁରୁବାର ଭିସି (ଭର୍ଚୁଆଲ ମୋଡ୍‌) ଜରିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଅଂଶଧନଧାରୀମାନେ ଆର୍ଥିକ ବର୍ଷ ୨୦୨୨-୨୩ ନିମନ୍ତେ ୧୪,୧୪୧ କୋଟି ଟଙ୍କାର ବିକ୍ରୟ କାରବାର ସହ ୧,୫୪୪ କୋଟିର ଲାଭାଂଶ ଏବଂ ୪,୨୧୭ କୋଟି ଟଙ୍କାର ରପ୍ତାନି ସମ୍ବନ୍ଧୀୟ ବାର୍ଷିକ କାରବାରକୁ ଅନୁମୋଦନ କରିଛନ୍ତି। ଏଥିସହ ଇକ୍ୱିଟି ଶେୟାର ପିଛା ୧ ଟଙ୍କା ହିସାବରେ ୨୦% ଚୂଡ଼ାନ୍ତ ଲାଭାଂଶକୁ ମଧ୍ୟ ବୈଠକରେ ଅନୁମୋଦନ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୨-୨୩ ଆର୍ଥିକ ବର୍ଷରେ କମ୍ପାନୀ ମୋଟ ୯୧୮.୩୨ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷରେ ନାଲ୍‌କୋ ସର୍ବକାଳୀନ ରେକର୍ଡ ବକ୍ସାଇଟ ଉତ୍ତୋଳନ କରିବା ସହ ୨୧.୩ ଲକ୍ଷ ଟନ ଆଲୁମିନା ହାଇଡ୍ରେଟ ଉତ୍ପାଦନ କରିଛି, ଯାହା ଉତ୍ପାଦନ କ୍ଷମତା ବିନିଯୋଗର ୧୦୧.୧% ବୋଲି କୁହାଯାଇଛି। ସେହିପରି ନାଲ୍‌କୋ ମୋଟ ୪.୬୪ ଲକ୍ଷ ଟନର ଧାତୁ ବିକ୍ରୟ ସହ ଘରୋଇ ବଜାରରେ ସର୍ବକାଳୀନ ରେକର୍ଡ ଧାତୁ ବିକ୍ରି କରିପାରିଛି। ବିଶେଷକରି କାରଖାନାର ଯନ୍ତ୍ରାଂଶଗୁଡ଼ିକ ଠିକ୍‌ ରକ୍ଷଣାବେକ୍ଷଣ ଯୋଗୁ ୪ ଦଶନ୍ଧିରୁ ଅଧିକ ସମୟ ହୋଇଥିଲେ ମଧ୍ୟ ପୂର୍ଣ୍ଣ କ୍ଷମତାର ଉର୍ଦ୍ଧ୍ୱରେ କାର୍ଯ୍ୟ କରିବା ସହ ଆଶାନ୍ବିତ ଉତ୍ପାଦନ ହାସଲ କରିପାରିଛି। ଏ ସମ୍ପର୍କରେ ନାଲକୋର ଅଧ୍ୟକ୍ଷ ଶ୍ରୀଧର ପାତ୍ର ଅଂଶଧନଧାରୀମାନଙ୍କୁ ସମ୍ବୋଧିତ କରି ସେମାନଙ୍କ ନିରନ୍ତର ବିଶ୍ୱାସ ଓ ନାଲ୍‌କୋ ସମୁଦାୟର ସହଯୋଗ ବଳରେ କମ୍ପାନୀ ଉଭୟ ଉତ୍ପାଦନ ଓ ବ୍ୟବସାୟିକ ସଫଳତା ହାସଲ କରିପାରିଛି ବୋଲି ପାତ୍ର ମତପ୍ରକାଶ କରିଛନ୍ତି। ସେହଭଳି ସର୍ବନିମ୍ନ ଉତ୍ପାଦନ ଖର୍ଚ୍ଚରେ ବକ୍ସାଇଟ ଓ ଆଲୁମିନା ଉତ୍ପାଦକ ହେବାର ରେକର୍ଡ ନାଲ୍‌କୋ ପାଖରେ ରହିଛି। ବର୍ତ୍ତମାନ ସମୟରେ କମ୍ପାନୀ ତା’ର ୫ମ ଷ୍ଟ୍ରିମ୍‌ ରିଫାଇନେରି ପ୍ରକଳ୍ପର ତ୍ୱରିତ ସମାପ୍ତି ଏବଂ ପୋଟାଙ୍ଗି ବକ୍ସାଇଟ୍‌ ମାଇନ୍ସର ବିକାଶ ଏବଂ ଓଡ଼ିଶାରେ କମ୍ପାନୀର ଅବଶିଷ୍ଟ ଆବଣ୍ଟିତ କୋଇଲା ବ୍ଲକକୁ କାର୍ଯ୍ୟକ୍ଷମ କରିବା ଉପରେ ଗୁରୁତ୍ୱ ଦେଉଛି ବୋଲି ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri