ସର୍ଗିଗୁଡ଼ାରେ ବଡ଼ଭାରି ପିଇଲା ପାଏନ୍‌ ସମସିଆ: ପାଏନ୍‌ ନାଁରେ ଫ୍ଲୋରାଇଡ୍‌ ପିଉଛନ୍‌ ଗାଁବାସୀ

ନୂଆପଡା ଅଫିସ,୨୨ା୪:  ନୂଆପଡ଼ା ରାଏଜର ସବୁଠାନୁ ଜହ ଫ୍ଲୋରାଇଡ୍‌ ପରଭାବିତ ଜିଲା। ଇଠାନର ପଚିଶ ପରତିଶତରୁ ଅଧ୍‌କା ଅଂଚଲରେ ଫ୍ଲୋରାଇଡ୍‌ ବାହାରୁଛେ। ନିରମଲ ପିଇଲା ପାଏନ୍‌ ଟିକେ ପାଏବାର ଲାଗି ଇଠାନେ ଲୁକ୍‌କୁ ନାନା ସମସିଆ ସଂଗେ ଯୁଝ୍‌ବାକେ ପଡ଼ୁଛେ। ସେ ଭିତରୁ ବୋଡ଼େନ ବ୍ଲକ କର୍ଲାକୋଟ ପଁଚେତ୍‌ର ସର୍ଗିଗୁଡ଼ା ଗାଁ ଅଲଗ୍‌ ଆଏ। ଖରାଦିନ ଆଏଲେ ଇଠାନେ ଲୁକ୍‌କର ପିଇଲା ପାଏନ୍‌ ସମସିଆଟା ଦୁଇଗୁନା ହେଇଯାଉଛେ। ଗାଁକେ ପାସର ଗୁଟେ ନଦୀରୁ ପାଇପ୍‌ରେ ପାଏନ୍‌ ଯୁଗେଇ ଦିଆଯାଉଛେ, ହେଲେ ଖରାଦିନ୍‌ ହେଲେ ସେଟା ବି ନିହଁଟ ହେଉଛେ। ଇଥ୍‌ରେ ଫେନ୍‌ ଘଡ଼େଛନେକେ ବିଜଲି କାଟ୍‌ ଲୁକ୍‌କର ମୁଡ଼ଦୁଖାର କାରନ୍‌ ସାଜିଛେ। ସମସିଆ ବାବ୍‌ଦେ ଗାଁବାସୀ ପରଶାସନକେ ବାରବାର ଗୁହାରି କରି ଆସୁଥିଲେ ବି ଇତାର ଥାୟୀ ସମାଧାନ ନାଇଁ ହେଇପାରବାର। ଚଲତି ବଛର ବି ସମାନ ସମସିଆ ଦେଖା ଦେଇଛେ। ମୁଡ଼ଫଟା କରାରେ ଆଏଜ୍‌କେ ୪ ଦିନ୍‌ ହେଲା ଟ୍ରାନ୍ସଫର୍ମର ଖରାପ ହେଇଥିବାର ଲାଗି ପାଇପ୍‌ ପାଏନ୍‌ ବଁଦ୍‌ ରହିଛେ। ଲୋକ୍‌ ଉପେ ଶୂଇନ୍‌ ହେଇ ନଲ୍‌ଚୁଅଁାର ଫ୍ଲୋରାଇଡ୍‌ ମିଶା ପାଏନ୍‌ ବେଭାର କରୁଛନ୍‌। ପରଶାସନିକ୍‌ ଉଦାସୀନ୍‌ତା ଲାଗି ଇଠାନେ ଲୋକ୍‌ ପାଏନ୍‌ ନାଁରେ ବିଷ୍‌ ପିଉଥିବାର ଅଭିଯୋଗ ହେଉଛେ।

ଜିଲା ସଦରନୁ ୭୦ କି.ମି. ଦୂରେ ଜଙ୍ଗଲ ତଲି ଅଂଚଲରେ ରହିଛେ ସର୍ଗିଗୁଡ଼ା। ଗାଁର ଲୋକ୍‌ ସଂଖ୍ୟା ପାଖାପାଖି ୧ ହଜାର ହେଇଥିଲାବେଲେ ବଡ଼ଭାଗି ଆଦିବାସୀ ସମାଜର। ଇଠାନେ ଲୋକ୍‌ ଅଭାବ୍‌ ଅନାଟନରେ ଚଲୁଛନ୍‌, ଯେନ୍‌ଥିରଲାଗି ବଛରର ବଡ଼ଭାଗି ସମିଆ ଇମାନେ ବାହାର ରାଏଜ୍‌କେ ଦାଦନ ଖଟି ଯାଉଛନ୍‌। ଇଆଡ଼େ ସରକାର ଗାଁଗଁଲିରୁ ସହର ତକ୍‌ ଲୁକ୍‌କୁ ନିରମଲ ପିଇଲା ପାଏନ୍‌ ଯୁଗେଇ ଦେବାର ଲାଗି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଇଠାନର ଲୁକ୍‌କର ଲାଗି କିଛି ଥାୟୀ ବେବସ୍‌ତା ନାଇଁ ହେଇପାରବାର। ସୁନ୍ଦର ନଦୀରୁ ପାଇପ୍‌ରେ ପାଏନ୍‌ ଯୁଗେଇ ଦିଆଯାଉଛେ। ହେଲେ ନଦୀର ପାଏନ୍‌ ଶୁଖି ଗଲେ ପାଏନ୍‌ ଯୁଗାବାରେ ବି ସମସିଆ ହେଉଛେ। ଇଠାନେ ଲାଗିଥିବାର ୬୩ କେ.ଭି. ଟ୍ରାନ୍ସଫର୍ମର ଖରାପ ହେବାର ଲାଗି ଏହେଦେ ଗାଁବାସୀକୁ ପାଇପ୍‌ରେ ପାଏନ୍‌ ଯୁଗାବାର ବଁଦ୍‌ ରହିଛେ। ଇ ବାବ୍‌ଦେ ବିଭାଗୀୟ ଅଧ୍‌କାରୀକୁଁ ଜନେଇଥିଲେ ବି କିଛି ଲାଭ ନାଇଁ ହେଉଥିବାର ଗାଁବାସୀ ଅଭିଯୋଗ କରିଛନ୍‌। ଗାଁରେ ଥିବାର ୩ଟା ନଲ୍‌ଚୁଅଁାରୁ ୨ଟା ଅଚଲ୍‌ ହେଇ ପଡ଼ିରହିଛେ। ଯେନ୍‌ ଗୁଟେ ନଲ୍‌ଚୁଅଁା ଚଲୁଛେ ସେଥ୍‌ରୁ ଫ୍ଲୋରାଇଡ୍‌ ମିଶା ପାଏନ୍‌ ବାହାରୁଛେ। ଲୋକ୍‌ ଉପେ ଶୂଇନ୍‌ ହେଇ, ଜାନିଶୁନି ସେ ପାଏନ୍‌କେ ବେଭାର କରୁଛନ୍‌। ସେନ୍‌ତା ଗାଁର ଆରକେତେ ଲୋକ୍‌ ୧ରୁ ୨ କି.ମି. ଦୂରିଆ ଉନିଆ ଗାଁକେ ଯାଇ ପିଇଲା ପାଏନ୍‌ ଆନୁଥିବାର ଦେଖ୍‌ବାକେ ମିଲୁଛେ। ପରଶାସନ ସମସିଆକେ ଗୁରୁତ୍‌ ଦେଇ ସମାଧାନ ଦିଗେ ପଦକ୍ଷେପ ନେବାକେ ଗାଁର ଟଙ୍କଧର ବେହେରା, ନରୋତ୍ତମ ବାଗ, ଲକ୍ଷ୍ମୀକାନ୍ତ ବେହେରା, ପରମାନନ୍ଦ ତାଣ୍ଡି, ସୁକାନ୍ତି ବେହେରା, କସ୍ତୁରୀ ବେହେରା ପରମୁଖ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ଗିରଫ କରି…

ସମ୍ବଲପୁର,୩ା୯(ପ୍ରମୋଦ): ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ପ୍ରାୟ ୧୨ ଗ୍ରାମ ବ୍ରାଉନସୁଗାର ଜବତ…

ପୁଣି ଫୁଲିଲା ହୀରାକୁଦ, ଏବେ ୪ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ୬୨୭ ଫୁଟ ଟପିଯାଇଛି। ଫଳରେ ଗୁରୁବାର ସକାଳେ ପୁଣି ୨ଟି ସ୍ଲୁଇସ ଗେଟ୍‌ ଖୋଲି ଦିଆଯାଇଛି।…

ଖଇରୀଙ୍କ ମୁଣ୍ଡ ଉପରେ ୫ ନାତୁଣୀନାତିଙ୍କ ଭାର: ଦୁଇ ମୁଠା ଖାଦ୍ୟ ପାଇଁ କରୁଛନ୍ତି ସଂଘର୍ଷ

ଜମନକିରା,୩।୯(ରବିନ୍ଦ୍ର ପ୍ରସାଦ ଦାନୀ): ସମୟ ବଦଳିଲେ ମଣିଷର ଭାଗ୍ୟ ବି ବଦଳିଯାଏ। କିନ୍ତୁ କିଛି ଲୋକଙ୍କ ଜୀବନରେ ଏଭଳି ପରିସ୍ଥିତି ଆସେ, ଯେଉଁଠି ଦୁଃଖ କେବେ ସରେ…

ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ, ପୁଣି ବନ୍ଦ ହେଲା ୪ ସ୍ଲୁଇସ୍ ଗେଟ୍

​ସମ୍ବଲପୁର,୧।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଫଳରେ ମଙ୍ଗଳବାର ସକାଳେ ପୁଣି ୪ଟି ସ୍ଲୁଇସ୍ ଗେଟ୍ କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri