ସରୁନି ଓଡିଆର୍‌ପି ଡ୍ରେନ୍‌, ରାସ୍ତା କାର୍ଯ୍ୟ ବିପଦସଙ୍କୁଳ ପ୍ରେମନଗର ମୁଖ୍ୟରାସ୍ତା

ବ୍ରହ୍ମପୁର ଅଫିସ,୧୨ା୧୧-ବ୍ରହ୍ମପୁର ସହରକୁ ସବୁଜ, ସୁନ୍ଦର ସହ ସ୍ମାର୍ଟ ସିଟିରେ ପରିଣତ କରିବାକୁ ନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି ା ରାସ୍ତା, ଡ୍ରେନ୍‌ ମରାମତି ଦିଗରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି ା
ବିଶେଷ କରି ଓଡିଆର୍‌ପି(ଓଡିଶା ବିପର୍ଯ୍ୟୟ ଥଇଥାନ ପ୍ରକଳ୍ପ)ରେ ନିର୍ମିତ ହେବାକୁ ଥିବା ସବରେଜିଷ୍ଟ୍ରାର ଅଫିସରୁ ପ୍ରେମନଗର ମୁଖ୍ୟରାସ୍ତା ଦେଇ ଆମ୍ବମାର୍କେଟ ପର୍ଯ୍ୟନ୍ତ ଡ୍ରେନ୍‌ ଓ ରାସ୍ତା ନିର୍ମାଣରେ ବିଳମ୍ବ ଯୋଗୁ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ଅନେକ ସମୟରେ ଯାତାୟାତ ବେଳେ ଯାନବାହନ, ଶିଶୁ ଓ ଅଞ୍ଚଳବାସୀ ଡ୍ରେନ୍‌ ପାଇଁ ଖୋଳା ଯାଇଥିବା ଗାତରେ ପଡି ଆହତ ହେଉଛନ୍ତି। ସୋମବାର ବିଏମ୍‌ସିର ଗାଡି (ନଂ-ଓଡି୦୭ଏସ୬୮୬୯) ଖୋଳାଯାଇଥିବା ଗାତରେ ଓଲଟି ପଡିଥିବା ଦେଖିବାକୁ ମିଳିଥିଲା।
ପ୍ରେମନଗର ମୁଖ୍ୟରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ୍‌ ନିର୍ମାଣ ପାଇଁ ୬ ମାସ ପୂର୍ବରୁ ଜବରଦଖଲ ଉଚ୍ଛେଦ କରାଯିବା ସହ ପ୍ରାୟ ୫ ରୁ ୬ ଫୁଟ ଗାତ ଖୋଳାଯାଇଥିଲା। କିନ୍ତୁ ଏଯାଏ ତାର କାର୍ଯ୍ୟ ଆରମ୍ଭ ହୋଇ ନ ଥିବାରୁ ଗାତଟି ଏବେ ଅଞ୍ଚଳବାସୀଙ୍କ ପାଇଁ ବିପଦ ସୃଷ୍ଟି କରିଛି ା ମୁଖ୍ୟରାସ୍ତା ପାର୍ଶ୍ୱରେ ବାସ କରୁଥିବା ପରିବାର ବର୍ଗଙ୍କୁ ନିଜ ଘରକୁ ଯିବାକୁ କାଠ, ବାଉଁଶର ସାହାରା ନେବାକୁ ପଡୁଛି। ଅନେକ ସମୟରେ ଲୋକେ ଗାତରେ ପଡି ଆହତ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସେହିପରି ପ୍ରେମନଗର ମୁଖ୍ୟରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ଲୋକେ କହିଛନ୍ତି। ପ୍ରେମନଗର ଡ୍ରେନ୍‌ ଓ ରାସ୍ତା ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ା ସେହିପରି ଖାଲରେ ଗାଡି ଡ୍ରାଇଭର ଭାରସାମ୍ୟ ହରାଇବା ଯୋଗୁ ଓଲଟି ପଡିଥିଲା। ତେବେ ଖବର ମିଳିବା ପରେ କ୍ରେନ ଦ୍ୱାରା ବାହାର କରାଯାଇଥିବା କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି ା ଏଥିସହ ବର୍ତ୍ତମାନ ଓଡିଆରପିରେ ଚାଲିଥିବା ସବରେଜିଷ୍ଟ୍ରାର ଅଫିସରୁ ପ୍ରେମନଗର ଦେଇ ଆମ୍ବମାର୍କେଟ ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ ହେବ ବୋଲି କମିଶନର ସୂଚାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri