Posted inଜାତୀୟ

ସରକାର ଗଢିବାକୁ ଭାଜପାକୁ ରାଜ୍ୟପାଳଙ୍କ ଆମନ୍ତ୍ରଣ : ଶିବସେନାକୁ ମିଳିପାରେ ଏନ୍‌ସିପିର ସହଯୋଗ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ। ଏହାକୁ ନେଇ ଏବେବି ସ୍ପଷ୍ଟ ତଥ୍ୟ ମିଳି ପାରୁ ନାହିଁ। ଶିବସେନା କଥାରେ ରାଜି ନ ହୋଇ ନିଜ ଜିଦ୍‌ରେ ଅଡି ବସିଥିବା ଭାରତୀୟ ଜନତା ପାର୍ଟି(ଭାଜପା)କୁ ସରକାର ଗଠନ ଲାଗି ଶନିବାର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଆମନ୍ତ୍ରଣ କରିଛନ୍ତି। ଏହାସହ ସୋମବାର ଭାଜପା ବହୁମତ ସାବ୍ୟସ୍ତ କରିବାକୁ ମଧ୍ୟ କୁହାଯାଇଛି। ହେଲେ ଭାଜପା ପକ୍ଷରୁ ଏନେଇ କୌଣସି ସଙ୍କେତ ଦିଆଯାଇ ନାହିଁ। ସେପଟେ ରବିବାର ମଧ୍ୟାହ୍ନରେ ଭାଜପାର କୋର କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଇତିମଧ୍ୟରେ ଏନ୍‌ସିପି ତା’ର ନୂଆ ଫର୍ମୁଲା ପ୍ରୟୋଗ କରି ଭାଜପାକୁ ସରକାର ଗଠନ କରିବାକୁ ସୁଯୋଗ ଦେବ ନାହିଁ ବୋଲି ଶୁଣିବାକୁ ମିଳୁଛି। କୁହାଯାଉଛି ଏନ୍‌ସିପି ଏବେ ଶିବସେନାକୁ ସମର୍ଥନ କରିପାରେ। ଯଦି ଏହା ହେଲା ତେବେ ଭାଜପାର ଭବିଷ୍ୟତ କ’ଣ ହେବ ତାହା ମଧ୍ୟ ପ୍ରଶ୍ନବାଚି ହୋଇ ରହିଯାଇଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶନିବାର ମଧ୍ୟ ରାତ୍ରିରେ ପୂରଣ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଏଠାରେ କୌଣସି ଦଳ ସରକାର ଗଠନ କରିପାରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁସେନା ଦିବସରେ ଶକ୍ତି ପ୍ରଦର୍ଶନ କଲା ଭାରତ: ଚାଇନା-ପାକିସ୍ତାନର ଚିନ୍ତା ବଢ଼ିଲା

ଗାଜିଆବାଦ୍‌,୮।୧୦: ଭାରତୀୟ ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ପାଳିତ ହୋଇଛି। ଉତ୍ତରପ୍ରଦେଶ ଗାଜିଆବାଦ୍‌ର ହିଣ୍ଡେନ୍‌ ବାୟୁସେନା ଏୟାର ବେସ୍‌ରେ ଏୟାର ଚିଫ୍‌ ମାର୍ଶାଲ ରାକେଶ...

ମୋଦିଙ୍କ ଗସ୍ତ ପୂର୍ବରୁ ଗୁଜରାଟରେ ହିଂସାକାଣ୍ଡ: ୧୫ ଗିରଫ

ଅହମଦାବାଦ,୧୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ରବିବାର ରାତିରେ ଗୁଜରାଟର ବଡୋଦରାରେ ହିଂସାକାଣ୍ଡ ଘଟିଛି। ରାୱପୁରା ଟାୱାର ଅଞ୍ଚଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।...

କଶ୍ମୀରରେ ଜଣେ ନାବାଳିକାଙ୍କ ଜୀବନ ବଞ୍ଚାଇଲେ ଯବାନ

ଶ୍ରୀନଗର,୧୫।୭: ଜମ୍ମୁ କଶ୍ମୀର ବାରମୂଳାରେ ୨ଜଣ ସିଆରପିଏଫ୍‌ ଯବାନ ନିଜ ଜୀବନକୁ ବାଜି ଲଗାଇ ଜଣେ ନାବାଳିକାଙ୍କ ଜୀବନ ବଞ୍ଚାଇଛନ୍ତି। ସୋମବାର ୧୪ବର୍ଷର ଜଣେ ଝିଅ...

‘ଆକ୍ରମଣ ପାଇଁ ନୁହେଁ, ଦୁର୍ଘଟଣାରେ ଆହତ ହୋଇଛନ୍ତି ମମତା’ : ଇସି

କୋଲକାତା,୧୪।୩ : ନନ୍ଦିଗ୍ରାମ ରୋଡ୍‌ଶୋ ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଥିଲେ। ଏହାକୁ ଆକ୍ରମଣ ଦର୍ଶାଇ ନିର୍ବାଚନ ଆୟୋଗ (ଇସି) ନିକଟରେ ହାଜର...

ଆଇସିଜେ ରାୟ: ଭାରତର ବୃହତ୍‌ ବିଜୟ

ହେଗ୍‌,୧୮ା୭(ପି.ଟି./ଆଇଏଏନ୍‌ଏସ୍‌): କୁଳଭୂଷଣ ଯାଦବଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରହିଥିବା ସ୍ଥଗିତାଦେଶକୁ ବୁଧବାର ଅନ୍ତର୍ଜାତୀୟ ଅଦାଲତ ବଳବତ୍ତର ରଖିଛନ୍ତି। ଏହି ହାଇପ୍ରେଫାଇଲ୍‌ ମାମଲାର ରାୟ ପ୍ରକାଶ ବେଳେ...

ମୁଖ୍ୟମନ୍ତ୍ରୀଙ୍କ ପୁଅ ବାହାଘର: ସୁରକ୍ଷାରେ ଅବହେଳା ଯୋଗୁ ୪ ପୋଲିସ ନିଲମ୍ବିତ

ଚଣ୍ଡିଗଡ଼,୧୪ ।୧୦: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ପୁଅ ବାହାଘର ସରିଛି । ହେଲେ ଏଥିରେ ସୁରକ୍ଷାରେ ଅବହେଳା ଯୋଗୁ ୪ ଜଣ...

ମନ୍ଦିର ବାହାରେ କଟୁରି ଧରି ଗୋଡାଇଲେ ଆଇଆଇଟି ଗ୍ରାଜୁଏଟ୍‌

ଲକ୍ଷ୍ନୌ,୪।୪: ଉତ୍ତରପ୍ରଦେଶର ଗୋରଖନାଥ ମନ୍ଦିର ବାହାରେ ଜଣେ ଆଇଆଇଟି ଗ୍ରାଜୁଏଟ୍‌ ଏକ କଟୁରିରେ ଦୁଇ ପୋଲିସ କର୍ମୀଙ୍କୁ ଆକ୍ରମଣ କରିଛନ୍ତି। ଏଥିସହିତ ସେ ଧାର୍ମିକ ସ୍ଲୋଗାନ...

ମୂଷା ନେଇଗଲା ଅପମିଶ୍ରିତ ମଦ ପେଟି ମାମଲାର ହେବ ତଦନ୍ତ

ଲକ୍ଷ୍ନୌ,୨୮।୩ : ଜବତ ହୋଇଥିବା ଅପମିଶ୍ରିତ ମଦ ପେଟି ଷ୍ଟ୍ରଙ୍ଗରୁମରୁ ଉଭାନ ହୋଇଯିବା ପଛରେ ମୂଷାମାନଙ୍କ ହାତ ଥିବା ଉତ୍ତର ପ୍ରଦେଶର ଇଟା ଜିଲାର ସ୍ଥାନୀୟ...

Advertisement
Archives

Model This Week