ସରକାରୀ ଯୋଜନା ବାଟବଣା: ବିଧବା,ବୃଦ୍ଧାବୃଦ୍ଧଙ୍କୁ ମିଳୁନି ସାମାଜିକ ନିରାପତ୍ତା

ରସୁଲପୁର,୮।୩(ଡି.ଏନ୍‌.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳମାଳ ଯୋଜନା କରିଛନ୍ତି। ଏସବୁ ଯୋଜନାରୁ ଅଧିକାଂଶ ଗରୀବ, ଖଟିଖିଆ, ଦିନମଜୁରିଆଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଉଦ୍ଦିଷ୍ଟ ବୋଲି କୁହାଯାଉଛି। ହେଲେ ସେସବୁ ଯୋଜନା ବାସ୍ତବ କ୍ଷେତ୍ରରେ ରୂପାୟନ ହେବାପୂର୍ବରୁ ବାଟବଣା ହୋଇଯାଉଛି। ଏଭଳି ଚିତ୍ର ଯାଜପୁର ଜିଲାର ରସୁଲପୁର ବ୍ଲକ ଅଞ୍ଚଳରେ ବିଧବା,ବୃଦ୍ଧାବୃଦ୍ଧଙ୍କୁ ଭତ୍ତା ପ୍ରଦାନ କ୍ଷେତ୍ରରେ ଦେଖିବାକୁ ମିଳିଛି। ଭତ୍ତା ପାଇଁ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମତିତା ହେଉଥିବା ଅଭିଯୋଗ ହେଉଛି। ଏ ଦିଗରେ କାର୍ଯ୍ୟକରୁଥିବା ସରକାରୀ ବାବୁଙ୍କ ଅସାଧୁତା ପଣିଆ ଓ ରାଜନୈତିକ ବ୍ୟକ୍ତିଙ୍କ ହୀନମନ୍ୟତା ଯୋଗୁ ଏଭଳିସ୍ଥିତି ଉପୁଜୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ବ୍ଲକର ୨୮ଗୋଟି ପଞ୍ଚାୟତ ମଧ୍ୟରୁ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ବନ୍ଧଡିହ ପଞ୍ଚାୟତରେ ୪୦୦ରୁ ଊର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀ ଭତ୍ତାରୁ ବଞ୍ଚତ୍ତ ଥିବା ନେଇ ସୂଚନା ମିଳିଛି। ରାଜ୍ୟ ସରକାଙ୍କ ପକ୍ଷରୁ ଆୟୋଜିତ ପିଠା କାର୍ଯ୍ୟକ୍ରମ ଜରିଆରେ ଭତ୍ତା ପାଇବା ପାଇଁ ହୋଇଥିବା ଆବେଦନ ଫର୍ମକୁ ଅନୁଧ୍ୟାନ କଲେ ତାହା ବୁଝାପଡ଼ୁଛି। ଭତ୍ତା ପାଇବା ପାଇଁ ଅପେକ୍ଷାରତ ହିତାଧିକାରୀଙ୍କ ମଧ୍ୟରୁ ଅଧିକାଂଶ ଏହି ପଞ୍ଚାୟତର ୯ନମ୍ବର ୱାର୍ଡର କିଆବାରିଆ ଦଳିତ ସାହିରେ ଅଛନ୍ତି ବୋଲି କୁହାଯାଉଛି। ଏହି ସାହିରେ ୪୦ରୁ ଊର୍ଦ୍ଧ୍ୱ ଦଳିତ ପରିବାର ଅଛନ୍ତି। ପ୍ରତ୍ୟେକ ପରିବାରରେ ଜଣେ ଦୁଇଜଣ ଲେଖାଏ ବୃଦ୍ଧାବୃଦ୍ଧ, ବିଧବା ଅଛନ୍ତି। ଭତ୍ତା ପାଇବା ପାଇଁ ସମସ୍ତଙ୍କ ଯୋଗ୍ୟତା ମଧ୍ୟ ରହିଛି। ଏପରିକି ଭତ୍ତା ପାଇଁ ସେମାନେ ବାରମ୍ବାର ଆବେଦନ କରିଆସୁଛନ୍ତି। ତେବେ ସେମାନଙ୍କୁ ଭତ୍ତା ମିଳୁ ନ ଥିବାରୁ ଅନେକଙ୍କ ମନରେ କ୍ରୋଧ ଆସିଛି। ଯାହାଫଳରେ ନୂତନ ଭାବରେ ଭତ୍ତା ଆବେଦନ କରିବା ପାଇଁ ସେମାନେ ଏବେ ଅରାଜି ହେଉଛନ୍ତି। ରଙ୍ଗ ମଲିକ(୮୦ବର୍ଷ), ଜଗବନ୍ଧୁ ମଲିକ(୭୫), ରାହାସ ମଲିକ(୭୦), ମୁକୁନ୍ଦ ମଲିକ(୬୮), ନଗନ ମଲିକ(୬୬), ବିଭୂତି ମଲିକ(୭୬), ଜିରା ମଲିକ(୬୫), ଗଗନ ମଲିକ(୭୧), ଭିକାରୀ ମଲିକ(୬୩), ଜାନକୀ ଦେଇ(୬୩), ଶିବ ମଲିକ(୬୩) ପ୍ରମୁଖଙ୍କ ସମେତ ଏହି ସାହିରେ ୫୦ରୁ ଊର୍ଦ୍ଧ୍ୱ ଯୋଗ୍ୟବ୍ୟକ୍ତି ସରକାରଙ୍କ ଏହି ଯୋଜନା ସହ ସାମିଲ ହୋଇପାରି ନାହାନ୍ତି। ଏହି ସାହିର ଅଧିକାଂଶ ଲୋକ ଖଟିଖିଆ ଦିନ ମଜୁରିଆ ହୋଇଥିବାବେଳେ ସରକାରଙ୍କ ଯୋଜନା ସେମାନଙ୍କ ନିକଟରେ ଅପହଞ୍ଚ ହୋଇପଡ଼ିବା ଠାରୁ ଆଉ ଅଧିକ ବଡ଼ ବିଡ଼ମ୍ବନା କ’ଣ ହୋଇପାରେ ବୋଲି ସେମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ବ୍ଲକର ଆଖପାଖ ପଞ୍ଚାୟତଗୁଡ଼ିକରେ ବୟସ ହୋଇ ନ ଥିବା ଲୋକଙ୍କୁ ଭତ୍ତା ମିଳୁଥିବାବେଳେ ଏଠାରେ ବୟସ ହୋଇ ଶଯ୍ୟାଶାୟୀ ବ୍ୟକ୍ତିଙ୍କୁ ଭତ୍ତା ମିଳୁ ନାହିଁ ବୋଲି ସାମାଜିକ କର୍ମୀ ମଣ୍ଟୁ ଦାସ ଅଭିଯୋଗ କରିଛନ୍ତି। ତେବେ ସରକାରଙ୍କ ସେହି ୫-ଟି, ମୋ’ ସରକାର କାର୍ଯ୍ୟକ୍ରମ କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ପିଠା କାର୍ଯ୍ୟକ୍ରମରେ ଭତ୍ତା ପାଇବା ପାଇଁ ଆସିଥିବା ଫର୍ମ ଏ’ ପର୍ଯ୍ୟନ୍ତ ମଞ୍ଜୁର ହୋଇପାରି ନାହିଁ। ତେବେ ଏହି ସାହିରେ ଅନେକ ଲୋକ ଭତ୍ତା ନ ପାଇ ରହି ଯାଇଥିବା କଥାକୁ ସ୍ବୀକାର କରିଛନ୍ତି। ରାଜନୈତିକ ବାଦବିଦାବ ଯୋଗୁ ଏହି ପଞ୍ଚାୟତରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନାହିଁ। ତେବେ ଏଦିଗରେ ସେ ତଦନ୍ତ କରିବା ସହ ସେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଦିଗପହଣ୍ଡିରେ ‘ଆସ ସ୍କୁଲ ଯିବା’ ସଚେତନତା ସଭା ଅନୁଷ୍ଠିତ

ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ଆସ ସ୍କୁଲ ଯିବା’ ସଚେତନତା ସଭା ସୋମବାର...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri