ସରକାରୀ ତଥ୍ୟକୁ ଭରସା କର

କଟକ ଅଫିସ୍‌,୧୧ା୪: କରୋନା ଭୂତାଣୁ ସଂକ୍ରମଣକୁ ନେଇ ଏବେ ସାରା ବିଶ୍ୱରେ ଭୟ ଦେଖାଦେଇଛି। ଏହି ଭୟ ଦେଖାଇ ଅନ୍‌ଲାଇନ୍‌ରେ ଠକେଇ ମଧ୍ୟ ଚାଲିଛି । ବିଭିନ୍ନ ପ୍ରକାର ଲୋଭନୀୟ ଉପହାର ପ୍ରଲୋଭନ ଦେଖାଇ ଲୋକମାନଙ୍କ ତଥ୍ୟ ସଂଗ୍ରହ କରାଯାଉଛି। ସେ ତଥ୍ୟ ବ୍ୟବହାର କରି ଆକାଉଣ୍ଟରୁ ଟଙ୍କା ଗାଏବ୍‌ ହେଉଛି। ସେହିଭଳି କରୋନା ଭୂତାଣୁକୁ ନେଇ ଅନ୍‌ଲାଇନ୍‌ରେ ଅନେକ ପ୍ରକାର ବିଭ୍ରାନ୍ତିକର ତଥ୍ୟ ଦିଆଯାଉଛି। କେବଳ ବିଶ୍ୱସ୍ତ ଏବଂ ସରକାରୀ ତଥ୍ୟକୁ ହିଁ ଭରସା କରିବାକୁ ଶୁକ୍ରବାର ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।
ଏଡିଜି(ସିଆଇଡି-କ୍ରାଇମ୍‌ ବ୍ରାଞ୍ଚ) ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କ ତରଫରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି, କରୋନା ଭୂତାଣୁ ଭୟ ଦେଖାଇ ଠକେଇ ହେଉଥିବା ଦୃଷ୍ଟିକୁ ଆସିଛି । ବିଶ୍ୱସ୍ତ ସୂତ୍ର ଯଥା ସରକାରୀ ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନାମରେ ସ୍ବାସ୍ଥ୍ୟ ଉପଦେଷ୍ଟା, କୋଭିଡ- ୧୯ ରେସ୍‌ପନ୍ସ ଡକ୍ୟୁମେଣ୍ଟ, ଇ-ବୁକ ଇତ୍ୟାଦି ନକଲି ଦସ୍ତାବିଜ ଲୋକଙ୍କ ପାଖକୁ ପଠାଯାଉଛି । କରୋନା ଭୂତାଣୁ ସମ୍ପର୍କିତ ମୋବାଇଲ୍‌ ଆପ୍‌ ଏବଂ ଓ୍ବେବ୍‌ସାଇଟ୍‌ ଖୋଲାଯାଇ ମାସ୍କ, ସାନିଟାଇଜର ଓ ଟିକା ଇତ୍ୟାଦି ବିକ୍ରୟ କରାଯାଉଛି। ‘କରୋନା ସ୍ବତନ୍ତ୍ର ଅଫର୍‌’ ନାମରେ ନକଲି ସାମଗ୍ରୀ ବିକ୍ରି ହେଉଛି । ଏପରିକି ଫେକ୍‌ ନିଉଜ୍‌ ପୋର୍ଟାଲ୍‌ ଏବଂ ହ୍ବାଟସ୍‌ଆପ୍‌ ମାଧ୍ୟମରେ କରୋନା ଭୂତାଣୁ ସମ୍ପର୍କିତ ତଥ୍ୟ ଦେଇ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରାଯାଉଛି। ସାଧାରଣ ଲୋକମାନେ ଏସବୁ ଅଫର୍‌ ଏବଂ ତଥ୍ୟ ଉପରେ ବିଶ୍ୱାସ କରି ନିଜର ସମସ୍ତ ଗୋପନୀୟ ତଥ୍ୟ ଦେଇ ପରବର୍ତ୍ତୀ ସମୟରେ ଅନ୍‌ଲାଇନ୍‌ ଠକେଇର ଶିକାର ହେଉଛନ୍ତି ।
ଏଣୁ ଜନସାଧାରଣ ଏହି ସମୟରେ ସତର୍କ ରହିବା ଆବଶ୍ୟକ। କରୋନା ବିଷୟରେ ଜାଣିବା ପାଇଁ କେବଳ ସରକାରୀ ଓ୍ବେବ୍‌ସାଇଟ୍‌ କିମ୍ବା ବିଶ୍ୱସ୍ତ ସୂତ୍ରକୁ ହିଁ ଭରସା କରାଯାଉ। ପ୍ରଲୋଭନରେ ପଡ଼ି ବ୍ୟକ୍ତିଗତ କିମ୍ବା ଆର୍ଥୀକ ତଥ୍ୟ ଦିଅନ୍ତୁ ନାହିଁ। କେବଳ ଅଫିସିଆଲ ଆପ୍‌ ଷ୍ଟୋରରୁ ମୋବାଇଲ ଆପ୍‌ ଡାଉନଲୋଡ କରନ୍ତୁ। ଇନ୍‌ଷ୍ଟଲ୍‌ ବେଳେ ଅନାବଶ୍ୟକ ଅନୁମତିରୁ ଦୂରେଇ ରୁହନ୍ତୁ। କୌଣସି ଫଣ୍ଡକୁ ଦାନ ଦେବା ବେଳେ ସମ୍ପୃକ୍ତ ସଂସ୍ଥାର ସତ୍ୟତା ଯାଞ୍ଚ କରନ୍ତୁ। ଇ-ମେଲ୍‌ରେ ଆସିଥିବା ଲିଙ୍କ୍‌ ଖୋଲିବା ବେଳେ ସତର୍କ ରୁହନ୍ତୁ। ପ୍ରେରକ ଅଚିହ୍ନା ହୋଇଥିଲେ ଖୋଲନ୍ତୁ ନାହିଁ । ସଂସ୍ଥାଗୁଡ଼ିକ ଯଦି କର୍ମଚାରୀଙ୍କୁ ଘରୁ କାମ କରିବାକୁ ସୁଯୋଗ ଦେଉଛନ୍ତି, ତେବେ ରିମୋଟ୍‌ ଆସେସ୍‌ ଟେକ୍ନୋଲୋଜିକୁ ସୁରକ୍ଷିତ କରନ୍ତୁ । ‘ଓ୍ବାର୍କ ଫ୍ରମ୍‌ ହୋମ’ରେ ବ୍ୟକ୍ତିଗତ ତଥ୍ୟ ପ୍ରଦାନ ବେଳେ କର୍ମଚାରୀମାନେ ସତର୍କ ରହିବା ସହ ଡାଟା ପ୍ରାଇଭେସିକୁ ଗୁରୁତ୍ୱ ଦେବା ଆବଶ୍ୟକ । ନିଜ କମ୍ପ୍ୟୁଟର୍‌ରେ ସର୍ବଦା ଆଣ୍ଟି-ଭାଇରସ୍‌ ଏବଂ ଆଣ୍ଟି-ମାଲଓ୍ବାର୍‌ ସପ୍ଟଓ୍ବେର୍‌ ଅପ୍‌ଟୁଡେଟ୍‌ ରଖିବାକୁ ଏଡିଜି(ସିଆଇଡି-କ୍ରାଇମ ବ୍ରାଞ୍ଚ)ପ୍ରିୟଦର୍ଶୀ ପରାମର୍ଶ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri