ସରକାରୀ କାର୍ଯ୍ୟରେ ପାରିଶ୍ରମିକ ପାଇ ନ ଥିବା ଡ୍ରାଇଭରଙ୍କ ଧାରଣା

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ନିର୍ବାଚନ, ଭିଭିଆଇପିଙ୍କ ସୁରକ୍ଷା ଓ କାରକେଡ୍‌ ଭଳି ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ଘରୋଇ ଗାଡ଼ିକୁ ନିୟୋଜିତ କରାଯାଉଛି। ଏଥିନିମନ୍ତେ ଆରଟିଓ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଘରୋଇ ଗାଡ଼ିକୁ କିଛିଦିନ ପାଇଁ ଅଧିଗ୍ରହଣ କରାଯାଉଛି। ନିୟୋଜିତ ହେଉଥିବାର ଗାଡ଼ିର ଭଡ଼ା, ଡ୍ରାଇଭରମାନଙ୍କୁ ପାରିଶ୍ରମିକ, ଖାଦ୍ୟ ବାବଦରେ ଅର୍ଥ ଦିଆଯିବାର ବ୍ୟବସ୍ଥା ରହିଛି। କିନ୍ତୁ ତାହା ଠିକ୍‌ ଭାବେ ହେଉ ନ ଥିବା ଏବଂ ବକେୟା ଅର୍ଥ ମିଳି ନ ଥିବା ଅଭିଯୋଗ କରି ବହୁ ଘରୋଇ ଗାଡ଼ିର ଡ୍ରାଇଭର ବୁଧବାର ରାସ୍ତାକୁ ଓହ୍ଲାଇଥିଲେ। ରିଜର୍ଭ ପଡିଆ ଗେଟ ସମ୍ମୁଖ ଜୟଦେବ ବିହାର-ଏଜି ଛକ ମୁଖ୍ୟରାସ୍ତାକୁ କିଛି ସମୟ ପାଇଁ ସେମାନେ ଅବରୋଧ କରିବା ଫଳରେ ଟ୍ରାଫିକ ସମସ୍ୟା ଉପୁଜିଥିଲା। ଉପରିସ୍ଥ ପୋଲିସ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଆସନ୍ତା ଶୁକ୍ରବାର ଭୁବନେଶ୍ୱର ଆସୁଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା। ଏହା ପୂର୍ବରୁ ଘରୋଇ ଗାଡ଼ି ଡ୍ରାଇଭରମାନେ ପ୍ରତିବାଦ କରି ମନଇଚ୍ଛା ଗାଡ଼ି ଅଧିଗ୍ରହଣକୁ ବିରୋଧ କରିଛନ୍ତି। ଡ୍ରାଇଭର ଅକ୍ଷୟ ମହାପାତ୍ର କହିଛନ୍ତି ଯେ, ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡ୍‌ରେ ନିୟୋଜିତ ହୋଇଥିଲୁ। ହେଲେ ଆଜି ପର୍ଯ୍ୟନ୍ତ ପାରିଶ୍ରମିକ ମିଳିନାହିଁ। ସରକାରୀ ଅଫିସ୍‌ ଗୁଡ଼ିକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛି ବୋଲି ସେ କହିଛନ୍ତି। ସୂଚନାଥାଉ କି, ଆସନ୍ତା ଶୁକ୍ରବାର ପୂର୍ବାଞ୍ଚଳ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଆରଟିଓଙ୍କ ପକ୍ଷରୁ ୧୦୦ରୁ ଊର୍ଦ୍ଧ୍ୱ ଗାଡି ଅଧିଗ୍ରହଣ କରାଯାଉଛି। କିନ୍ତୁ ଠିକ୍‌ ଭାବେ ପାରିଶ୍ରମିକ ଓ ଖାଦ୍ୟ ବ୍ୟବସ୍ଥା କରାଯାଉ ନ ଥିବାରୁ ଗାଡ଼ି ଡ୍ରାଇଭର ଅସନ୍ତୋଷ ପ୍ରକାଶ କରି ଆନ୍ଦୋଳନକୁ ଓହ୍ଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ା ଦ୍ୱିତୀୟ କରୋନା ପଜିଟିଭ୍‌ ଲଖନ୍‌ପୁର ଅଞ୍ଚଳର, ୪୦ ବର୍ଷୀୟ ମହିଳା

ଝାରସୁଗୁଡା ଅଫିସ,୩।୫- ଝାରସୁଗୁଡା ଜିଲା ବ୍ରଜରାଜନଗର ମୁନିସିପାଲିଟି ଅଧୀନ ବୁଢ଼ୀଜାମ ଅଞ୍ଚଳକୁ ପଶ୍ଚିମବଙ୍ଗ ଅଞ୍ଚଳରୁ ଆସିଥିବା ଜଣେ ୧୮ ବର୍ଷିଆ ଯୁବତୀଙ୍କ ଗତ ବୁଧବାର କରୋନା...

ଦୁର୍ବଳ ହେଲା ଅବପାତ!

ଭୁବନେଶ୍ୱର,୧୦।୮(ବ୍ୟୁରୋ): ଦୁର୍ବଳ ହେଲା ଅବପାତ। ବୁଧବାର ସକାଳ ୫.୩୦ ସମୟରେ ଅବପାତ ଛତିଶଗଡ ଏବଂ ପାର୍ଶବର୍ତ୍ତୀ ପୂର୍ବ ମଧ୍ୟପ୍ରଦେଶ ଉପରେ ଦୁର୍ବଳ ହୋଇ ଗୋଟିଏ ସୁଦୃଶ-ଲଘୁଚାପ...

ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଲେ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର,୩୦।୫(ବ୍ୟୁରୋ): ଭାଜପା ନେତା ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଷଡଙ୍ଗୀ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ...

୨ ଲୁହାପଥର ଖଣି ହାତେଇଲା ଜେଏସ୍‌ଡବ୍ଲ୍ୟୁ

ଭୁବନେଶ୍ୱର,୩ା୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାରଠାରୁ ବିଭିନ୍ନ ଖଣିର ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବଣ୍ଟନ ପ୍ରକ୍ରିୟାର ପ୍ରଥମ ଦୁଇଦିନରେ ନୂଆଗାଁ ଏବଂ ନାରାୟଣପୋଷୀସ୍ଥିତ ଲୁହାପଥର...

ପୂର୍ବତନ ମନ୍ତ୍ରୀ ବଟକୃଷ୍ଣ ଜେନାଙ୍କ ସହଧର୍ମିଣୀଙ୍କ ପରଲୋକ

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ବଟକୃଷ୍ଣ ଜେନାଙ୍କ ସହଧର୍ମିଣୀ ପୁଷ୍ପଲତା ଜେନାଙ୍କ ଶୁକ୍ରବାର ସକାଳେ ପରଲୋକ ହୋଇଯାଇଛି। ତାଙ୍କୁ ୭୯ ବର୍ଷ ହେଇଥିଲା। ୟୁନିଟ୍‌-୬ ପ୍ରାଥମିକ...

ବାପା ପୋଲିସରେ, ପୁଅ ଆକ୍ସିସ ବ୍ୟାଙ୍କରୁ ଲୁଟ୍‌ କରି ଫସିଲେ

ସୁନ୍ଦରଗଡ଼,୯।୧୧(ଡି.ଏନ୍‌.ଏ.): ପୋଲିସ ବାପାଙ୍କ ସର୍ଭିସ ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ୍‌ କରିବା ପଡ଼ିଛି ମହଙ୍ଗା। ଲୁଟେରାଙ୍କୁ କାବୁ କରିଛି ପୋଲିସ। ସୁନ୍ଦରଗଡ଼ ଟାଉନ୍‌ ଥାନା ଆକ୍ସିସ...

ରାଜ୍ୟ ସ୍ଥିତି ସମ୍ପର୍କରେ ନଡ୍ଡାଙ୍କୁ ଜଣାଇଲେ ସମୀର

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ରାଜ୍ୟ ସଭାପତି ସମୀର ମହାନ୍ତି ଗତ ବୁଧବାର ନୂଆଦିଲ୍ଲୀଠାରେ ସାକ୍ଷାତ୍‌ କରିଛନ୍ତି। ଆଲୋଚନା ବେଳେ ସାମ୍ପ୍ରତିକ ରାଜନୈତିକ...

୩ ମହାନଗର ନିଗମ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୫।୩(ବ୍ୟୁରୋ): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ତିନୋଟି ମହାନଗର ନିଗମ ପାଇଁ ବିଜେଡି ଶନିବାର ମେୟର ପ୍ରାର୍ଥୀ ଘୋଷଣା କରିଛି। ବରିଷ୍ଠ ବିଜେଡି ନେତ୍ରୀ ସୁଲୋଚନା...

Advertisement
Archives

Model This Week