ସରକାରୀ କାର୍ଯ୍ୟରେ ପାରିଶ୍ରମିକ ପାଇ ନ ଥିବା ଡ୍ରାଇଭରଙ୍କ ଧାରଣା

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ନିର୍ବାଚନ, ଭିଭିଆଇପିଙ୍କ ସୁରକ୍ଷା ଓ କାରକେଡ୍‌ ଭଳି ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ଘରୋଇ ଗାଡ଼ିକୁ ନିୟୋଜିତ କରାଯାଉଛି। ଏଥିନିମନ୍ତେ ଆରଟିଓ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଘରୋଇ ଗାଡ଼ିକୁ କିଛିଦିନ ପାଇଁ ଅଧିଗ୍ରହଣ କରାଯାଉଛି। ନିୟୋଜିତ ହେଉଥିବାର ଗାଡ଼ିର ଭଡ଼ା, ଡ୍ରାଇଭରମାନଙ୍କୁ ପାରିଶ୍ରମିକ, ଖାଦ୍ୟ ବାବଦରେ ଅର୍ଥ ଦିଆଯିବାର ବ୍ୟବସ୍ଥା ରହିଛି। କିନ୍ତୁ ତାହା ଠିକ୍‌ ଭାବେ ହେଉ ନ ଥିବା ଏବଂ ବକେୟା ଅର୍ଥ ମିଳି ନ ଥିବା ଅଭିଯୋଗ କରି ବହୁ ଘରୋଇ ଗାଡ଼ିର ଡ୍ରାଇଭର ବୁଧବାର ରାସ୍ତାକୁ ଓହ୍ଲାଇଥିଲେ। ରିଜର୍ଭ ପଡିଆ ଗେଟ ସମ୍ମୁଖ ଜୟଦେବ ବିହାର-ଏଜି ଛକ ମୁଖ୍ୟରାସ୍ତାକୁ କିଛି ସମୟ ପାଇଁ ସେମାନେ ଅବରୋଧ କରିବା ଫଳରେ ଟ୍ରାଫିକ ସମସ୍ୟା ଉପୁଜିଥିଲା। ଉପରିସ୍ଥ ପୋଲିସ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଆସନ୍ତା ଶୁକ୍ରବାର ଭୁବନେଶ୍ୱର ଆସୁଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା। ଏହା ପୂର୍ବରୁ ଘରୋଇ ଗାଡ଼ି ଡ୍ରାଇଭରମାନେ ପ୍ରତିବାଦ କରି ମନଇଚ୍ଛା ଗାଡ଼ି ଅଧିଗ୍ରହଣକୁ ବିରୋଧ କରିଛନ୍ତି। ଡ୍ରାଇଭର ଅକ୍ଷୟ ମହାପାତ୍ର କହିଛନ୍ତି ଯେ, ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡ୍‌ରେ ନିୟୋଜିତ ହୋଇଥିଲୁ। ହେଲେ ଆଜି ପର୍ଯ୍ୟନ୍ତ ପାରିଶ୍ରମିକ ମିଳିନାହିଁ। ସରକାରୀ ଅଫିସ୍‌ ଗୁଡ଼ିକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛି ବୋଲି ସେ କହିଛନ୍ତି। ସୂଚନାଥାଉ କି, ଆସନ୍ତା ଶୁକ୍ରବାର ପୂର୍ବାଞ୍ଚଳ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଆରଟିଓଙ୍କ ପକ୍ଷରୁ ୧୦୦ରୁ ଊର୍ଦ୍ଧ୍ୱ ଗାଡି ଅଧିଗ୍ରହଣ କରାଯାଉଛି। କିନ୍ତୁ ଠିକ୍‌ ଭାବେ ପାରିଶ୍ରମିକ ଓ ଖାଦ୍ୟ ବ୍ୟବସ୍ଥା କରାଯାଉ ନ ଥିବାରୁ ଗାଡ଼ି ଡ୍ରାଇଭର ଅସନ୍ତୋଷ ପ୍ରକାଶ କରି ଆନ୍ଦୋଳନକୁ ଓହ୍ଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ବନ୍ୟା: ୮ଜଣଙ୍କ ମୃତ୍ୟୁ, ୮ ନିଖୋଜ

କୋଚି,୨।୮: କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି। ଏପରକି ୮ଜଣ ନିଖୋଜ ଥିବା ବେଳେ ୧୩ ଆହତ…

ଗାଧୋଇବାକୁ ଯାଇ ଫେରିଲେନି ଅବସରପ୍ରାପ୍ତ ଗ୍ରାମରକ୍ଷୀ, ଘଟିଲା…

ବରଗଡ଼,୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁର ଅବସରପ୍ରାପ୍ତ ଗ୍ରାମରକ୍ଷୀ ବିରାଟ ବାଗ(୬୫)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା…

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

CJPର ବିକ୍ଷୋଭ; ଜନ୍ତରମନ୍ତରରେ ବାଧା ପାଇଁ ଚାଲିଥିଲା ଆତଙ୍କବାଦୀ ଯୋଜନା, ହମିମ୍‌ ମଣ୍ଡଳଙ୍କ ବାନ୍ଧବୀ ଅର୍ପିତା ସର୍କାର ଗିରଫ

କୋଲକାତା,୨।୮: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏକ ସନ୍ଦିଗ୍ଧ ମାମଲାରେ ବଡ଼ ଖୁଲାସା କରିଛି । STFର ଆଇଜି ଗୌରବ…

ଚିପ୍ସ ପ୍ୟାକେଟ୍‌ରେ ଥିବା ଖେଳନା ବଲ୍‌ ଗିଳି ଦେଲେ ଶିଶୁ, ଆଉ ତା’ପରେ…

ବେଙ୍ଗାଲୁରୁ,୨ା୮: କର୍ନାଟକର ମହୀଶୂର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷର ଜଣେ ବାଳକ କୁର୍‌କୁରେ ପ୍ୟାକେଟ୍‌ରେ ଥିବା ଛୋଟ ଖେଳନା ବଲ୍‌କୁ ଗିଳିଦେବାରୁ…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

ବ୍ଲାକମେଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା, ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

ପୁରୁଷୋତ୍ତମପୁର,୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଗଡ଼ସାହିରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ବ୍ଲାକମେଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri