Posted inଜାତୀୟ

ସରକାରଙ୍କ ନିଷ୍ପତ୍ତି ନିବେଶ ବଢ଼ାଇବ: ଭେଙ୍କାୟା ନାଇଡୁ

ନୂଆଦିଲ୍ଲୀ,୧୨ା୧୧: କେନ୍ଦ୍ର ସରକାର ନିକଟରେ ନେଇଥିବା କେତେକ ପଦକ୍ଷେପ ନିବେଶ ବଢ଼ାଇବ ବୋଲି ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ କହିଛନ୍ତି। ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ ଯୋଗୁ ଅଧିକ ପୁଞ୍ଜି ଆକର୍ଷିତ ହେବା ସହ ଆଗାମୀ ମାସରେ ଜିଡିପି ଅଭିବୃଦ୍ଧି ତ୍ୱରାନ୍ବିତ ହେବ ବୋଲି ଆସୋଚାମ୍‌ ଜେଆର୍‌ଡି ଟାଟା ମେମୋରିଆଲ ବକ୍ତୃତା ସମାରୋହରେ ଉଦ୍‌ବୋଧନ ଦେଇ ଭେଙ୍କାୟା କହିଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ଜିଡିପି ଅଭିବୃଦ୍ଧି ୫ ପ୍ରତିଶତକୁ ଖସିଆସିଥିଲା, ଯାହାକି ୬ ବର୍ଷ ମଧ୍ୟରେ ସର୍ବନିମ୍ନ। ଜେଆର୍‌ଡି ଟାଟା ଭାରତୀୟ ଶିଳ୍ପଜଗତରେ କେବଳ ଜଣେ ଆଗଧାଡିର ଶିଳ୍ପପତି ନୁହନ୍ତି, ଜଣେ ଦୂରଦୃଷ୍ଟିସମ୍ପନ୍ନ ନେତା ଥିଲେ। ସେ ଭାରତର ଅଭିବୃଦ୍ଧିର ସ୍ବପ୍ନ ଦେଖିଥିଲେ। ରାଷ୍ଟ୍ର ଗଠନରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା ବୋଲି ଉପରାଷ୍ଟ୍ରପତି କହିଛନ୍ତି। ସରକାରଙ୍କ ବିଭିନ୍ନ ବିକାଶମୂଳକ ପଦକ୍ଷେପ ଯୋଗୁ ଭାରତ ଆଗାମୀ ୧୦ ବର୍ଷରେ ଏକ ଅଗ୍ରଣୀ ଅର୍ଥନୀତିରେ ପରିଣତ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରାକ୍ରମ ଦିବସରେ ପରମବୀର ଚକ୍ର ବିଜେତାଙ୍କ ନାମରେ ନାମିତ ହେଲା ୨୧ ଦ୍ୱୀପ…

ନୂଆଦିଲ୍ଲୀ,୨୩।୧ : ବୀର ଯବାନଙ୍କୁ ସମ୍ମାନ ଦେବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଅନ୍ତର୍ଗତ ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ବାର୍ଷିକୀ ପରାକ୍ରମ ଦିବସ ଅବସରରେ...

ଦେବୀ ସୀତାଙ୍କ ଉପରେ ଅପମାନଜନକ ଟିପ୍ପଣି ଦେଇ ଅଡୁଆରେ ଟିଏମ୍‌ସି ଏମ୍‌ପି

କୋଲକାତା,୧୧ ।୧: ପଶ୍ଚିମବଙ୍ଗରେ ଦେବୀ ସୀତାଙ୍କୁ ନେଇ ତ୍ରୁଣମୂଳ କଂଗ୍ରେସର ଏମ୍‌ପି କଲ୍ୟାଣ ବାନାର୍ଜୀ ଏକ ଅପମାନ ଜନକ ଟିପ୍ପଣି ଦେଇଛନ୍ତି । ଏହାପରେ ଏବେ...

ଅମିତ ଶାହାଙ୍କ ରାଲିରୁ ଫେରୁଥିବା ୩ ବସକୁ ଧକ୍କା ଦେଲା ଟ୍ରକ, ୮ ମୃତ ୫୦ ଆହତ

ଭୋପାଳ,୨୫ ।୨: ମଧ୍ୟ ପ୍ରଦେଶର ସିଦ୍ଧି ଜିଲାରେ ଶୁକ୍ରବାର ଏକ ବଡ ଦୁର୍ଘଟଣା ହୋଇଛି । ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ୩ଟି ବସକୁ...

ଉତ୍ତରପୂର୍ବରେ ନିଆଁ

ଅଗରତାଲା/ଗୁଆହାଟୀ/ନୂଆଦିଲ୍ଲୀ, ୧୨ା୧୨(ପି.ଟି./ଆଇଏଏନ୍‌ଏସ୍‌): ନାଗରିକତ୍ୱ ସଂଶୋଧନ ବିଲ୍‌ ଲୋକ ସଭାରେ ପାସ୍‌ ହୋଇ ବୁଧବାର ରାତିରେ ରାଜ୍ୟ ସଭାରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା...

ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ନେଲେ ପୂର୍ବତନ ସିଜେଆଇ

ନୂଆଦିଲ୍ଲୀ,୧୯।୩: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ରଞ୍ଜନ ଗୋଗୋଇ ଗୁରୁବାର ରାଜ୍ୟସଭା ଏମ୍‌ପି ଭାବେ ଶପଥ ଗ୍ରହଣ କରିଛନ୍ତି। ଏହାପରେ ଗୋଗୋଇ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌...

ନଦୀକୁ ଖସିଲା ଯାତ୍ରୀବାହୀ ବସ୍‌,୧୩ ମୃତ

ଭୋପାଲ,୧୮।୭: ମଧ୍ୟପ୍ରଦେଶର ଧାର ଜିଲାରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ସୋମବାର ନର୍ମଦା ନଦୀକୁ ଖସି ପଡ଼ିଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା...

ଜନ୍ମ ସମୟରେ ଉପସ୍ଥିତ ଥିବା ନର୍ସଙ୍କୁ ଆଲିଙ୍ଗନ କଲେ ରାହୁଲ

ଓ୍ବାୟନାଡ,୯।୬: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ୍ବାୟନାଡ ଗସ୍ତରେ ତାଙ୍କ ଜନ୍ମ ସମୟରେ ଉପସ୍ଥିତ ଥିବା ନର୍ସଙ୍କୁ ରବିବାର ଭେଟିଛନ୍ତି। ସେ ଅବସରପ୍ରାପ୍ତ ନର୍ସ ରାଜମ୍ମା...

ଭିକ୍ଷାବୃତ୍ତିକୁ ଅପରାଧ ଘୋଷଣା କରିଥିବା ୫ ରାଜ୍ୟକୁ ସୁପ୍ରିମ୍‌କୋର୍ଟ ନୋଟିସ୍‌

ନୂଆଦିଲ୍ଲୀ,୧୦।୨: ଭିକ୍ଷାବୃତ୍ତିକୁ ଏକ ଅପରାଧ ଭାବେ ଘୋଷଣା କରିଥିବା ୫ ରାଜ୍ୟକୁ ସୁପ୍ରମିକୋର୍ଟଙ୍କ ପକ୍ଷରୁ ଏହାର ବୈଧତା ନେଇ ନୋଟିସ୍‌ ଜାରି କରାଯାଇଛି। ସୁପ୍ରିମ୍‌କୋର୍ଟ ପଞ୍ଜାବ...

Advertisement
Archives

Model This Week