ସରକାରଙ୍କ ଆଇନକୁ ବେଖାତିର : ଦିନ ୧୧ଟା ପରେ ବି ଚାଲିଛି ନିର୍ମାଣ କାର୍ଯ୍ୟ

ଚମ୍ପୁଆ/ଯୋଡ଼ା, ୨୧ା୫(ଡି.ଏନ୍‌.ଏ.): ଦିନକୁ ଦିନ ତାପମାତ୍ରା ବଢ଼ି ୪୧ ଡିଗ୍ରୀ ଅତିକ୍ରମ କରିସାରିଲାଣି। ଗୁଳୁଗୁଳି ସାଙ୍ଗକୁ ଟାଣଖରା ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି। ପାରଦ ବୃଦ୍ଧି ଓ ଅଂଶୁଘାତ ସମ୍ଭାବନାକୁ ଏଡ଼ାଇବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ମାତ୍ର ଚମ୍ପୁଆ ଉପଖଣ୍ଡରେ ଏହି ଆଇନ ଶ୍ରମ ବିଭାଗର ଫାଇଲ ତଳେ ପଡିରିଛି। ଏପରି କି ବଡ଼ ବଡ଼ କମ୍ପାନୀ ଓ ସରକାରୀ ଟେଣ୍ଡର କାର୍ଯ୍ୟ ମଧ୍ୟ ବିନା ଦ୍ୱିଧାରେ କରାଯାଉଛି। ମାତ୍ର ସରକାରୀ ଆଇନକୁ ଆଖିଠାର ମାରି ୪୧ ଡିଗ୍ରୀ ତାପମାତ୍ରାରେ ଶ୍ରମିକମାନେ ନିର୍ମାଣ କାମ କରୁଥିବା ଦେଖିବାକୁ ମିଳିଛି। ଏମାନଙ୍କ ପ୍ରତି ଶ୍ରମ ବିଭାଗର କୌଣସି ଅଙ୍କୁଶ ନାହିଁ। ଫଳରେ ଅର୍ଥ ପାଇଁ ଜୀବନକୁ ବାଜି ଲଗାଇ ସେମାନେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି।
ସୂଚନା ଅନୁସାରେ, ଗାଁଠାରୁ ଆରମ୍ଭ କରି ସହରରେ ଦୈନିକ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଚାଲୁଛି। ଏଥିପାଇଁ ଶ୍ରମିକମାନେ ବଙ୍ଗୀୟ ଠିକାଦାରଙ୍କ ମାଧ୍ୟମରେ ଖରାକୁ ଖାତିର ନ କରି କାର୍ଯ୍ୟ କରୁଛନ୍ତି। ୨ ଓ ୩ ମହଲା ଛାତଘର ନିର୍ମାଣରେ ଏମାନେ କାମ କରୁଥିଲେ ମଧ୍ୟ କୌଣସି ସୁରକ୍ଷା ସରଞ୍ଜାମ ବ୍ୟବହାର କରୁନାହାନ୍ତି। ଅନ୍ୟପକ୍ଷେ ଠିକାଦାର ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ବଙ୍ଗୀୟ ଶ୍ରମିକଙ୍କ ଅପେକ୍ଷା କମ୍‌ ପାରିଶ୍ରମିକ ଦିଆଯାଉଛି। ସରକାରଙ୍କ ନିୟମ ଅନୁସାରେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଶ୍ରମ ବିଭାଗ ପକ୍ଷରୁ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବାରୁ ଶ୍ରମିକମାନେ ଏକପ୍ରକାର ଶୋଷଣର ଶିକାର ହେଉଛନ୍ତି। ଏ ନେଇ ଚମ୍ପୁଆ ଗ୍ରାମ୍ୟ ଶ୍ରମ ନିରୀକ୍ଷକ ପୁଷ୍ପା ମିଞ୍ଜଙ୍କୁ ପଚରାଯିବାରୁ କୌଣସି ଅଭିଯୋଗ ଆମ ପାଖରେ ପହଞ୍ଚିନାହିଁ। ମାତ୍ର ତୁରନ୍ତ ଏଥିପ୍ରତି ପଦକ୍ଷେପ ଗ୍ରହଣ କରାଯାଇ ଶ୍ରମିକମାନଙ୍କୁ ନିୟୋଜିତ କରୁଥିବା ଠିକାଦାର ଓ ଗୃହ ମାଲିକଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri