ସମ୍ବର ସହ ଶାମ୍ଭାଜୀ ମହାରାଜାଙ୍କ ସମ୍ପର୍କ

ସମ୍ବର, ଦକ୍ଷିଣ ଭାରତର ବହୁ ଲୋକପ୍ରିୟ ଖାଦ୍ୟ। ସେ ଇଡ୍‌ଲି ହେଉକି ଦୋସା ଅବା ବରା କି ସାଦା ଭାତ ସବୁର ସ୍ବାଦ ବଢ଼ିଯାଏ ସମ୍ବର ସହ ଖାଇଲେ। ତେବେ ଜାଣନ୍ତି କି ଦକ୍ଷିଣ ଭାରତର ଏହି ଲୋକପ୍ରିୟ ଖାଦ୍ୟର ଉତ୍ପତ୍ତି କିନ୍ତୁ ଦକ୍ଷିଣ ଭାରତରେ ହୋଇ ନ ଥିଲା ବୋଲି କୁହାଯାଏ । ଆଉ ସବୁଠୁ ବଡ଼ କଥା ହେଉଛି ଏହି ଖାଦ୍ୟର ସମ୍ପର୍କ ଛତ୍ରପତି ଶାମ୍ଭାଜୀ ମହାରାଜଙ୍କ ସହ ରହିଛି। ତେବେ କେମିତି ଜାଣନ୍ତୁ ସେ ସମ୍ପର୍କରେ…

ସମ୍ବର ପ୍ରଥମେ କେଉଁଠି ପ୍ରସ୍ତୁତ ହୋଇଥିଲା ତା’ର ଇତିହାସ ସ୍ପଷ୍ଟ ନୁହେଁ। ହେଲେ କିଛି ତଥ୍ୟ କହେ ଦକ୍ଷିଣ ଭାରତର ଏହି ଲୋକପ୍ରିୟ ଖାଦ୍ୟର ଉତ୍ପତ୍ତି ଦକ୍ଷିଣ ଭାରତରେ ନୁହେଁ। ବରଂ ସମ୍ବର ସର୍ବପ୍ରଥମେ ତିଆରି ହୋଇଥିଲା ଥାଞ୍ଜାଭୁର, ମରାଠା ସାମ୍ରାଜ୍ୟ ସମୟରେ। ଆଉ ଥାଞ୍ଜାଭୁରର ଶାସକ ସାହୁଜୀ ପ୍ରଥମଙ୍କ ରାଜକୀୟ ରୋଷେଇଶାଳରେ ହୋଇଥିଲା।
କାହାଣୀ ଏହିପରି ଯେ, ଛତ୍ରପତି ଶାମ୍ଭାଜୀ ମହାରାଜ ଯେକି ଛତ୍ରପତି ଶିବାଜୀଙ୍କ ଜ୍ୟେଷ୍ଠପୁତ୍ର ଥରେ ଥାଞ୍ଜାଭୁର ଯାଇଥାନ୍ତି। ତାଙ୍କୁ ଏକ ଭିନ୍ନ ଓ ସ୍ବାଦିଷ୍ଠ ବ୍ୟଞ୍ଜନ ପରଷିବା ଲାଗି ରାଜ ରୋଷେୟା ଅବା ସାହୁଜୀ ୧ମ ନିଜେ ଏହି ନୂଆ ଡିଶ୍‌କୁ କରିଥାଇପାରନ୍ତି ବୋଲି କୁହାଯାଏ। ଏମିତି ବି କୁହାଯାଏ ସାହୁଜୀ ପ୍ରଥମ ନିଜେ ଜଣେ ଭଲ ରୋଷେୟା ଥିଲେ। ସେଦିନ ସେ ଆମ୍‌ତି ଡାଲ୍‌ ତିଆରି କରୁଥିଲେ, ଯାହାକୁ ସେ କୋକମରେ ପ୍ରସ୍ତୁତ କରନ୍ତି। ହେଲେ ସେଦିନ ସେ କୋକମ ପାଇ ନ ଥିଲେ, ତେନ୍ତୁଳି ପାଇଲେ। ତେଣୁ ସେ ସେହି ତେନ୍ତୁଳିରେ ହିଁ ଆମ୍‌ତି ଡାଲ ପ୍ରସ୍ତୁତ କଲେ। ସେଥିରେ ପୁଣି କିଛି ପନିପରିବା ବି ପକାଇଲେ। ଆଉ ପ୍ରସ୍ତୁତ ହେଇଗଲା ପରେ ସେହି ନୂଆ ବ୍ୟଞ୍ଜନକୁ ସେ ଶାମ୍ଭାଜୀ ମହାରାଜଙ୍କୁ ପରଷିଥିଲେ। ଶାମ୍ଭାଜୀଙ୍କୁ ସେହି ବ୍ୟଞ୍ଜନଟି ବହୁତ ଭଲ ଲାଗିଥିଲା। ତେଣୁ ସାହୁଜୀ ପ୍ରଥମ ଏହି ନୂଆ ଖାଦ୍ୟର ନାମ ଶାମ୍ଭାଜୀଙ୍କ ନାମାନୁସାରେ ‘ସମ୍ବର’ ରଖିଥିଲେ ବୋଲି କୁହାଯାଏ।
ଆଉ କେହି କେହି କୁହନ୍ତି, ଶାମ୍ଭାଜୀଙ୍କ ମୁଖ୍ୟ ରୋଷେୟା ଦିନକ ପାଇଁ ଛୁଟିରେ ଥିବାରୁ ଶାମ୍ଭାଜୀ ନିଜେ ହିଁ ମୁଗ ଡାଲି ବଦଳରେ ହରଡ ଡାଲି ଓ କୋକମ ସ୍ଥାନରେ ତେନ୍ତୁଳି ଓ କିଛି ପରିବା ପକାଇ ଏହି ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ। ଯାହାକୁ ଖାଇବା ପରେ ସମସ୍ତେ ବହୁତ ପସନ୍ଦ କରିଥିଲେ। ତେଣୁ ଏହି ବ୍ୟଞ୍ଜନର ନାମ ତାଙ୍କ ନାମାନୁସାରେ କରାଯାଇଥିଲା।
ସୌରିଶ ଭଟ୍ଟାଚାର୍ଯ୍ୟ ‘ଦ ବ୍ଲୁମ୍‌ସବରି ହ୍ୟାଣ୍ଡବୁକ୍‌ ଅଫ୍‌ ଇଣ୍ଡିଆନ କୁଜିନ’ ପୁସ୍ତକରେ ଲେଖିଛନ୍ତି ଯେ, ସାହୁଜୀ ପ୍ରଥମଙ୍କ ପିତା ଇକୋଜୀ ପ୍ରଥମ ଓ ଛତ୍ରପତି ଶିବାଜୀ ମହାରାଜ ଦୁହେଁ ସାବତ ଭାଇ ଥିଲେ। ତେଣୁ ଦୁଇ ପରିବାର ଭିତରେ ସମ୍ପର୍କ ସେତେଟା ଭଲ ନ ଥିଲା। ଏହି ସମ୍ପର୍କ ସୁଧାରିବା ତଥା ଦୁଇ ପରିବାର ଭିତରେ ସୁସମ୍ପର୍କ ଫେରାଇଆଣିବା ଲାଗି ସାହୁଜୀ ପ୍ରଥମ ଏହି ନୂଆ ସୁସ୍ବାଦୁ ବ୍ୟଞ୍ଜନର ନାମ ଶାମ୍ଭାଜୀଙ୍କ ନାମାନୁସାରେ କରିଥାଇ ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଦନ୍ତ ଚିକିତ୍ସକ ଦିବସ, ଦାନ୍ତ ସୁରକ୍ଷା ପ୍ରତି ଯତ୍ନବାନ୍‌ ହେବା ଜରୁରୀ

ଦାନ୍ତ ଆମକୁ ଖାଦ୍ୟ ଚୋବାଇବାରେ ସାହାଯ୍ୟ କରିଥାଏ । ଏହା ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ। ଏହାର ଯଦି ଆମେ ଠିକ୍‌ ଭାବରେ ଯତ୍ନ ନ…

ଆସନ୍ତାକାଲି ଚନ୍ଦ୍ରଗ୍ରହଣ: କେଉଁ ରାଶି ପାଇଁ ଶୁଭ ଆଉ ଅଶୁଭ, ଜାଣନ୍ତୁ…

ଚନ୍ଦ୍ରଗ୍ରହଣକୁ ଏକ ଗୁରୁତ୍ୱପୂର୍ଣ୍ଣ ଖଗୋଳବିଜ୍ଞାନ ଘଟଣା ଭାବରେ ବିବେଚନା କରାଯାଏ, ଯାହାକୁ ରକ୍ତ ଚନ୍ଦ୍ର, ଆଂଶିକ ଚନ୍ଦ୍ରଗ୍ରହଣ, ଚନ୍ଦ୍ରଗ୍ରହଣ ଏବଂ ପେନମ୍ବ୍ରାଲ ଚନ୍ଦ୍ରଗ୍ରହଣ ମଧ୍ୟ କୁହାଯାଏ। ଚନ୍ଦ୍ରଗ୍ରହଣ…

ଏସବୁ ଲକ୍ଷଣ ଦେଖାଯାଉଛି କି, ହୋଇପାରେ କିଡନୀ ଡ୍ୟାମେଜ୍‌

କିଡ୍‌ନୀ ଏପରି ଏକ ଅଙ୍ଗ, ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ…

ଅଧିକ ସମୟ ଭିଡିଓ ଗେମ୍‌ ଖେଳୁଛନ୍ତି କି, ହୋଇଯାନ୍ତୁ ସାବଧାନ: ହୋଇପାରେ…

ଭିଡିଓ ଗେମ ଖେଳିବାରେ କେବଳ ଛୋଟ ପିଲାମାନେ ନୁହନ୍ତି ବରଂ ଏଥିରେ ଯୁବପିଢ଼ି ବି ପଛରେ ପଡିନାହାନ୍ତି। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ ସତ ହେଲେ,…

ଚନ୍ଦ୍ରଗ୍ରହଣର ଗୋଟିଏ ଦିନ ପୂର୍ବରୁ ଷଡାଷ୍ଟକ ଯୋଗ, ସତର୍କ ରୁହନ୍ତୁ ଏହି ୩ ରାଶି

ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୩ ମାର୍ଚ୍ଚ, ୨୦୨୬ ରେ ହେବ । ଏହି ଗ୍ରହଣର ଗୋଟିଏ ଦିନ ପୂର୍ବରୁ ୨ ମାର୍ଚ୍ଚରେ ଚନ୍ଦ୍ର ଏବଂ ଶୁକ୍ର ରାଶି…

ଗ୍ରହଣ ଦିନ ଜନ୍ମିତ ଶିଶୁ ଶୁଭ ନା ଅଶୁଭ? ସତ ଜାଣିଲେ ହୋଇଯିବେ ତାଜୁବ

ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ହୁଏ। ଏହି ବର୍ଷ, ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ 3, ଫାଲଗୁନ ମାସର ପୂର୍ଣ୍ଣିମା ଦିନ ହେବ। ଚନ୍ଦ୍ରଗ୍ରହଣ ଅପରାହ୍ନ 3:20 ରେ…

Holi 2026: ଏହି ଭୟଙ୍କର ଯୋଗରେ ପାଳିବେ ହୋଲି, ୪ରାଶି ହୋଇଯାଆନ୍ତୁ ସତର୍କ!

ହୋଲି ପର୍ୱକୁ ଅତ୍ୟନ୍ତ ପବିତ୍ର ଏବଂ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ। ଏହି ବର୍ଷ, ମାର୍ଚ୍ଚ ୪ ତାରିଖରେ ସାରା ଦେଶରେ ହୋଲି ପାଳନ କରାଯିବ। ଏହି…

ମାନସିକ ସ୍ବାସ୍ଥ୍ୟ: ୬୦ତମ ସ୍ଥାନରେ ଭାରତୀୟ ଯୁବବର୍ଗ

ନୂଆଦିଲ୍ଲୀ,୨୮ା୨: ମାନସିକ ସ୍ବାସ୍ଥ୍ୟ ମାପକାଠି (ଏମ୍‌ଏଚ୍‌କ୍ୟୁ) ସ୍କୋରରେ ଭାରତୀୟ ଯୁବବର୍ଗ ନିମ୍ନମାନର ପ୍ରଦର୍ଶନ କରିଛନ୍ତି। ୮୪ଟି ଦେଶକୁ ନେଇ କରାଯାଇଥିବା ବୈଶ୍ୱିକ ସ୍ବାସ୍ଥ୍ୟ ଅଧ୍ୟୟନରେ ଭାରତୀୟ ଯୁବପିଢ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri