ସମ୍ପୂର୍ଣ୍ଣ ହଟିବନି ପେଟ୍ରୋଲ,ଡିଜେଲ ଯାନ:ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୧୮-୭: ପେଟ୍ରୋଲ, ଡିଜେଲ ଯାନଗୁଡିକୁ ସରକାର ସମ୍ପୂର୍ଣ୍ଣ ନିଷେଧ କରିବେ ନାହିଁ। ଏ ନେଇ ସରକାର ବର୍ତ୍ତମାନ କୌଣସି ଯୋଜନା ଧାର୍ଯ୍ୟ କରି ନାହାନ୍ତି। ମାତ୍ର ପରିବେଶ ସୁରକ୍ଷା ଏବଂ ତୈଳ ଆମଦାନୀ ବିଲ୍‌କୁ କମାଇବା ଲାଗି ସରକାର ଇ-ଯାନକୁ ପ୍ରୋତ୍ସାହିତ କରିବେ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ଦେଶର ମୋଟ ଶକ୍ତି ଚାହିଦାରେ କୋଇଲା ଏବଂ ତୈଳର ଅଂଶ ୮୦% ରହିଛି। ଦେଶର ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ବିତ ହେଉଥିବାରୁ ଏହି ଚାହିଦା ମଧ୍ୟ ବଢୁଛି। ଇ-ଯାନକୁ ସରକାର ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ବର୍ଦ୍ଧିତ ଚାହିଦା ପୂରଣ ଲାଗି ବିଏସ୍‌-୬ ମାନକଯୁକ୍ତ ପେଟ୍ରୋଲ ଡିଜେଲ ମିଶ୍ରଣ, ସିଏନ୍‌ଜି ଏବଂ ବାୟୋଫୁଏଲ ବ୍ୟବହାର ଉପରେ ଜୋର ଦିଆଯାଉଥିବା ବୋଲି ଖବରଦାତାଙ୍କୁ ସେ ଏହା କହିଛନ୍ତି।
୨୦୩୦ ସୁଦ୍ଧା ବଜାରରୁ ପେଟ୍ରୋଲ ଏବଂ ଡିଜେଲ ଚାଳିତ ଯାନ ହଟାଇବା ନେଇ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ପ୍ରସ୍ତାବ ଦେଇଛି। ମାତ୍ର ପେଟ୍ରୋଲ ଏବଂ ଡିଜେଲ ଯାନ ହଟାଇବା ନେଇ କୌଣସି ସରକାରୀ ଏଜେନ୍ସି ତାଙ୍କ ପେପରରେ ପ୍ରସ୍ତାବରେ ଉଲ୍ଲେଖ କରି ନାହାନ୍ତି। ଇନ୍ଧନ ପରିଚାଳିତ ଯାନ ସମ୍ପୂର୍ଣ୍ଣ ହଟାଇବା ସ୍ଥିତିରେ ବଜାର ବର୍ତ୍ତମାନ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି। ୨୦୧୮-୧୯ରେ ଦେଶରେ ୨୧୧.୬ ନିୟୁତ ଟନ ପେଟ୍ରୋଲିୟମ ଉତ୍ପାଦ ବ୍ୟବହାର ହୋଇଛି। ଏହା ମଧ୍ୟରେ ଡିଜେଲ ବ୍ୟବହାର ୮୩.୫ ନିୟୁତ ଟନ ଏବଂ ପେଟ୍ରୋଲ ୨୮.୩ ନିୟୁତ ଟନ୍‌ ରହିଛି। ଅଟୋମୋବାଇଲରେ ଏହା ବ୍ୟବହାର ହେଉଛି। ସିଏନ୍‌ଜି,ପିଏନ୍‌ଜି, ଜୈବ ଇନ୍ଧନ ଏବଂ ଜୈବିକ ଗ୍ୟାସ ଏବଂ ଇଥାନଲ ବ୍ୟବହାର ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସୂଚନାଯୋଗ୍ୟ, ଭାରତ ବର୍ତ୍ତମାନ ଏହାର ୮୩% ଶକ୍ତି ଆବଶ୍ୟକତା ଆମଦାନୀରୁ ପୂରଣ କରୁଛି। ପେଟ୍ରୋଲ ଚାହିଦାରେ ୨ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହେଉଛି। ଅପରପକ୍ଷରେ ଡିଜେଲ କ୍ଷେତ୍ରରେ ଏହା ୫ରୁ ୬% ରହିଛି।

ସମ୍ପୂର୍ଣ୍ଣ ଇ-ଯାନ ଚଳାଚଳ ଲାଗି ଲାଗିବ ଅଧିକ ସମୟ
ପରିବେଶ ପ୍ରଦୂଷଣକୁ କମ୍‌ କରିବା କିମ୍ବା ଇନ୍ଧନ ଭିତ୍ତିକ ଯାନର ଏକ ବିକଳ୍ପ ଭାବେ ଇ-ଯାନ ଉଭା ହୋଇଛି। ଦେଶ ମଧ୍ୟରେ ସମ୍ପୂର୍ଣ୍ଣ ଇ-ଯାନ ଚଳାଚଳ କରାଇବା ନେଇ ସରକାର ୨୦୩୦ ସୀମା ଧାର୍ଯ୍ୟ କରିଥିବା ବେଳେ ଏହାଠାରୁ ଅଧିକ ସମୟ ଲାଗିବ। ଏହି ବର୍ଗରେ ସାରା ଦେଶରେ ଯାନ ଚଲାଇବା ଲାଗି ଧାର୍ଯ୍ୟ ହୋଇଥିବା ୧୦ ବର୍ଷ ମଧ୍ୟରେ ଲକ୍ଷ୍ୟ ହାସଲ କଷ୍ଟକର ବୋଲି ଦ ଏନର୍ଜି ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ(ଟେରୀ) ମୁଖ୍ୟ ଅଜୟ ମାଥୁର କହିଛନ୍ତି। ପରିବର୍ତ୍ତନକୁ ଲୋକମାନେ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି। ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ୧୫୦ ସିସିରୁ କମ୍‌ କ୍ଷମତା ବିଶିଷ୍ଟ ଇଞ୍ଜିନ ବର୍ଗରେ ଇ-ଯାନ ଏବଂ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ୩ ଚକିଆ ବର୍ଗରେ ସମ୍ପୂର୍ଣ୍ଣ ଇଯାନ ବିକ୍ରି ଲାଗି ସରକାର ପ୍ରସ୍ତାବ ଦେଇଛନ୍ତି। ଇଯାନ ପ୍ରସ୍ତୁତି ବେଳେ ଏହା ସ୍ଥାୟିତ୍ୱକୁ ମଧ୍ୟ ବିଚାର କରିବାକୁ ହେବ ବୋଲି ମାଥୁର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିବେ ସୀତାରାମନ୍‌, ଶସ୍ତା ହୋଇପାରେ ଏସବୁ ଜିନିଷ!

ନୂଆଦିଲ୍‌ଲୀ,୧।୨: କୋଟି କୋଟି ଦେଶବାସୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଜି ସଂସଦରେ ଦେଶର ବାର୍ଷିକ ଖର୍ଚ୍ଚ ଖୋଲିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସକାଳ ୧୧ଟାରେ ଲୋକ ସଭାରେ…

Union Budget 2026-27: ପ୍ରଥମଥର ରବିବାର ବଜେଟ ଭାଷଣ, ସୀତାରାମନ୍‌ଙ୍କ ୯ମ ବଜେଟ

ନୂଆଦିଲ୍ଲୀ,୧।୨: ରବିବାର ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହେବ। ଇତିହାସରେ ପ୍ରଥମ ଥର ପାଇଁ, ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣ ରବିବାର ପ୍ରଦାନ…

ଜଙ୍ଗଲରେ ଲୁଚିଥିଲେ ସିପୁ: ଏନକାଉଣ୍ଟର କଲା ପୋଲିସ

ଭୁବନେଶ୍ୱର,୧।୨: କେନ୍ଦୁଝର ବଡ଼ବିଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରଙ୍କୁ ଏନକାଉଣ୍ଟର କଲା ବଡ଼ବିଲ ପୋଲିସ। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି।…

Budget 2026: ରବିବାର ଛୁଟି ବାତିଲ! ବଜେଟ ସହିତ ଖୋଲିବ ଶେୟାର ବଜାର

ନୂଆଦିଲ୍ଲୀ,୧।୨: ରବିବାର ଦେଶର ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଏହା ରବିବାର। ସାଧାରଣତଃ, ଶନିବାର ଏବଂ ରବିବାର ଷ୍ଟକ ବଜାର ବନ୍ଦ ରହିଥାଏ, କିନ୍ତୁ ଏହି…

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ମୀରା ନାୟାର

ଓ୍ବାଶିଂଟନ,୧।୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍‌ଷ୍ଟିନ୍‌ଙ୍କ…

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri