ସମ୍ପାଦକୀୟ/ ନାଟକ ବୁଝାପଡ଼ିଲାଣି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନାକେତେ କହୁଥିଲେ, ଭାରତ ଗୋଟିଏ ଦେଶ ଓ ଗୋଟିଏ ନିର୍ବାଚନ ହେବା ଦରକାର। କିନ୍ତୁ ତାହା ଏଭଳି ବିରାଟକାୟ ଦେଶ ପାଇଁ ଅତ୍ୟନ୍ତ ଅବାଞ୍ଛିତ। ପିଲାଟିଏ ସ୍କୁଲକୁ ଗଲେ ବର୍ଷକ ମଧ୍ୟରେ ତାକୁ ସର୍ବନିମ୍ନ ଦୁଇଟି ପରୀକ୍ଷା ଦେବାକୁ ପଡ଼ିଥାଏ। ତାହାର ମୂଳ ଅର୍ଥ ହେଉଛି ଘୋଷିକରି ଗୋଟିଏ ପରୀକ୍ଷାରେ ସଫଳତା ହାସଲ କରିନେଲେ ଶିକ୍ଷାଗତ ଯୋଗ୍ୟତା ଜଣା ପଡ଼ିବନାହିଁ। ସେଥିପାଇଁ ବର୍ଷ ମଝିରେ ଆଉ ଏକ ପରୀକ୍ଷା ଦେବାକୁ ପଡ଼ିଥାଏ। ସେହିଭଳି ଭାରତ ଭଳି ଏକ ରାଷ୍ଟ୍ରରେ ବିଭିନ୍ନ ନିର୍ବାଚନ ଯୋଗୁ ଲୋକଙ୍କ ବାସ୍ତବ ମତ ବୁଝିବା ସହଜ ହୋଇଥାଏ। ଯେକୌଣସି ରାଜନୈତିକ ବ୍ୟକ୍ତି କ୍ଷମତାରେ ଥିଲେ ମଧ୍ୟ ଅମଲାତନ୍ତ୍ରର ଏକତରଫା ମୁହାଁଇବା ଦେଶକୁ କ୍ଷତିକାରକ। ସେଥିଯୋଗୁ ବିଭିନ୍ନ ସମୟରେ ନିର୍ବାଚନ କରାଯାଉଥିଲେ ଜନମତ ବୁଝିବା ସହଜ ହୋଇଥାଏ। କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ଭାଜପା ସରକାର ନିଜକୁ ଅପରାଜେୟ ଭାବି ନେଇଥିଲେ। ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର ଆଞ୍ଚଳିକ ନିର୍ବାଚନର ପ୍ରତିକ୍ରିୟା ଲୋକ ସଭା ନିର୍ବାଚନରେ ଘୋଡ଼ାଇ ହୋଇଯାଇଥିଲା। କିନ୍ତୁ ହରିୟାଣା ଏବଂ ମହାରାଷ୍ଟ୍ରର ଫଳାଫଳ ଦେଶ ପାଇଁ ଏକ ନୂଆ ସକାଳ ଆଣିଥିବା ଭଳି ମନେହୋଇଥିଲା। ଏବେ ଝାଡ଼ଖଣ୍ଡ ବିଧାନସଭା ଫଳାଫଳ ପ୍ରମାଣ କରିଦେଉଛି ଯେ ଭାରତୀୟ ଜନତା ପାର୍ଟିର ନେତୃତ୍ୱ ପାଇଁ ଭାରତକୁ ବୁଝିବା ଏକ ଅତ୍ୟନ୍ତ କଠିନ ବ୍ୟାପାର। ସେଥିପାଇଁ ମୋଦିଙ୍କ ‘ଏକ ଦେଶ, ଏକ ନିର୍ବାଚନ’ ଚିନ୍ତାଧାରା ନିଶ୍ଚିତ ଭାବେ ବିକୃତ।
ଭାରତୀୟ ସମାଜର ବିବିଧତାକୁ ବୁଝିବାରେ ଅସମର୍ଥ ଭାଜପା ନେତୃବୃନ୍ଦଙ୍କ ହାତରେ ଲଗାମ ଧରାଇଦେବା ଦେଶର ଭବିଷ୍ୟତକୁ ବିପଦରେ ପକାଇଛି। ମୋଦିଙ୍କ ଇଚ୍ଛା ଥିଲା ସବୁ ରାଜ୍ୟ ସରକାର ଗୈରିକ ପାଲଟିଯିବେ । ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ୩୦୩ ଆସନ ଜିଣିବା ପରେ ତାଙ୍କର ଏହି ଚିନ୍ତାଧାରା ଦୃଢ଼ୀଭୂତ ହୋଇଥିଲା। କିନ୍ତୁ ଭାରତୀୟ ଜନମାନସକୁ ବୁଝିବାରେ ଖୋଦ୍‌ ମୋଦି ଓ ତାଙ୍କର ସମଗ୍ର ସମର୍ଥକ ଅସଫଳ ହୋଇଛନ୍ତି ବୋଲି ଆଜି ପ୍ରମାଣିତ ହୋଇଛି। ‘ବିକାଶ’ ନାମରେ ନିର୍ବାଚନ ଜିତିଥିବା ନରେନ୍ଦ୍ର ମୋଦି ସେହି ‘ବିକାଶ’ ବ୍ୟତୀତ ଅନ୍ୟ ସବୁ ଅଯଥା ବିବାଦୀୟ କାର୍ଯ୍ୟରେ ଆଙ୍ଗୁଠି ଗେଞ୍ଜିଲେ। ଏବେ ବୁଝାପଡୁଛି ଯେ ତାଙ୍କ ଆଙ୍ଗୁଠି ପୋଡୁଥିବ।
ଏବେ ମଧ୍ୟ ସମୟ ଅଛି। ଅଦରକାରୀ ଓ ଅନାବଶ୍ୟକ ବିଷୟକୁ ତ୍ୟାଗ କରି ବାସ୍ତବ ବିକାଶ ପ୍ରତି ଯଦି ଧ୍ୟାନ ଦିଅନ୍ତେ, ତେବେ ଭାରତର ଇତିହାସରେ ମୋଦିଙ୍କ ନାମ ଶ୍ରଦ୍ଧାର ସହିତ ଲିପିବଦ୍ଧ ହୋଇ ରହନ୍ତା। କିନ୍ତୁ ଏବେ ଯେଉଁ ଦିଗକୁ ତାଙ୍କ ସରକାର ମୁହାଁଇଛି, ସେଥିରେ ଜନସାଧାରଣ ସନ୍ତୁଷ୍ଟ ନୁହନ୍ତି ବୋଲି ଉପୁଜୁଥିବା ଘଟଣାଗୁଡ଼ିକରୁ ବୁଝାପଡୁଛି। ବିଭେଦକାରୀ ଓ ହିଂସାତ୍ମକ ପନ୍ଥାରେ ଲୋକଙ୍କ ମନ ଜିଣିବା ଏକ ଅସମ୍ଭବ ବ୍ୟାପାର। ଏକବିଂଶ ଶତାବ୍ଦୀର ଯୁବତୀ ଯୁବକ ସମଗ୍ର ପୃଥିବୀର ଘଟଣାକୁ ତତ୍‌କ୍ଷଣାତ୍‌ ଦେଖି ନିଜର ମନ୍ତବ୍ୟ ସୃଷ୍ଟି କରୁଛନ୍ତି। ନିର୍ବାଚନ ଫଳାଫଳଗୁଡ଼ିକରୁ ବୁଝାଯିବା କଥା ଯେ ଅନ୍ଧ ଭକ୍ତଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଛି। ମିଛ ଦେଶପ୍ରେମରେ ସମାଜ ଆଗେଇ ପାରେ ନାହିଁ। ସାମାଜିକ ସ୍ଥିରତା ଏବଂ ନାଗରିକର ମନରେ ଶାନ୍ତି ସୃଷ୍ଟି କରିପାରିଲେ ଅର୍ଥନୈତିକ ଅଭିବୃଦ୍ଧି ଆପଣାଛାଏଁ ତ୍ୱରାନ୍ବିତ ହୁଏ। ସେହି ମୂଳ ମଞ୍ଜିକୁ ମୋଦି ସରକାରର ବିରୋଧ ହୋଇଥିବାରୁ ସମଗ୍ର ଦେଶରେ ଏବେ ଏକ ପରିବର୍ତ୍ତନର ବାତାବରଣ ସୃଷ୍ଟି ହେଲାଣି। କ୍ଷମତାରେ ଥିବା ଲୋକଙ୍କୁ ଡରନ୍ତି ବୋଲି କେହି ପାଟି ଫିଟାଇ କହନ୍ତି ନାହିଁ। କିନ୍ତୁ ଅର୍ଥ ଏବଂ ବାହୁବଳରେ ଭାରତ ଭଳି ଏକ ବିଚିତ୍ର ଦେଶକୁ ଅଙ୍କୁଶ ଲଗାଇ ରଖି ହୁଏନାହିଁ। ପୁରୁଣା ଦିନର ସିନେମା- ‘ଜୋହର ମେହମୁଦ ଇନ୍‌ ଗୋଆ’ର ଗୋଟିଏ ଗୀତ ମନେପଡ଼େ। ସେ ଗୀତଟି ହେଲା- ‘ ନା କୋଇ ରହା ହେ, ନା କୋଇ ରହେଗା। ଏ ଦେଶ୍‌ ଆଜାଦ୍‌ ହୋ କେ ରହେଗା’। ଅର୍ଥାତ୍‌ କୌଣସି ଅବାଞ୍ଛିତ ଶକ୍ତି ଏ ଦେଶ ଉପରେ ଶାସନ କରି ତିଷ୍ଠି ରହିପାରିନାହାନ୍ତି। ଭାରତକୁ ମୁକ୍ତିରୁ ଦୂରେଇ ରଖିବା ଅସମ୍ଭବ। ସେଥିପାଇଁ ଆଜି ମଧ୍ୟ ଯଦି ମୋଦିଙ୍କର ଅହଂଭାବ ପରିବର୍ତ୍ତେ ଦେଶବାସୀଙ୍କ ପାଇଁ ଭଲପାଇବା ସୃଷ୍ଟି ହୋଇପାରନ୍ତା, ତେବେ ପରିସ୍ଥିତି ବଦଳିପାରନ୍ତା। ନଚେତ୍‌ ଯେତେ ବାଲାକୋଟ୍‌ ବା ନିଲମ ଭ୍ୟାଲି ଭଳି ନାଟକ ରଚାଗଲେ ମଧ୍ୟ ସାଧାରଣ ଭାରତୀୟ ତାହାକୁ ରଚାଉଥିବା ମନ୍ଦ ଉଦ୍ଦେଶ୍ୟକୁ ବୁଝିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri