ସମ୍ପର୍କକୁ ମଜଭୁତ କରେ ଉପହାର

ସମ୍ପର୍କକୁ ବି ମଜବୁତ କରିଥାଏ ଉପହାର। ତେବେ ଏହି ଉପହାର କିଭଳି ହେବା ଆବଶ୍ୟକ ଜାଣନ୍ତୁ ସେ ସମ୍ପର୍କରେ କିଛି କଥା..
ବନ୍ଧୁଙ୍କୁ ଖୁସିରେ ଦେଖିବାକୁ ଚାହୁଁଥିଲେ, ଏମିତି କିଛି ଉପହାର ଦିଅନ୍ତୁ, ଯାହା ସୃଜନଶୀଳ ହୋଇଥିବ। ପର୍ସନାଲାଇଜ୍‌ଡ କଫି ମଗ୍‌ ହେଉଛି ସେମିତି ଏକ ଉପହାର। ସେଥିରେ ଆପଣ ବନ୍ଧୁଙ୍କ ପାଇଁ କିଛି ବାର୍ତ୍ତା ଦେବା ସହ ପୁରୁଣା ସ୍ମୃତିଭରା ଫଟୋ ଦେଇପାରିବେ। ଏହାକୁ ପାଇ ସେ ନିଶ୍ଚୟ ଖୁସି ହେବେ।

ଆଜିକାଲି ସମସ୍ତଙ୍କ ହାତରେ ମୋବାଇଲ୍‌, ଆଉ ପ୍ରତି ମୁହୂର୍ତ୍ତର ଫଟୋ ବି ଉଠା ଯାଉଛି। ତେଣୁ ସେହି ମଧୁର ମୁହୂର୍ତ୍ତର ଫଟୋକୁ ସାଉଁଟି ବନ୍ଧୁଙ୍କ ପାଇଁ ଏକ ମୋମୋରୀ ବୁକ୍‌ ତିଆରି କରି ଉପହାରସ୍ବରୂପ ଦେଇପାରିବେ। ସେଥିରେ କିଛି ବାର୍ତ୍ତା ବି ଦେଇପାରିବେ। ବଜାରରେ ବି ସୁନ୍ଦର ସୁନ୍ଦର ମୋମୋରୀ ବୁକ୍‌ ମିଳୁଛି, ଯାହାକୁ ଆପଣ ଟ୍ରାଏ କରିପାରିବେ।

ବଜାରରେ ତ ଅନେକ ପ୍ରକାରର କାର୍ଡ ମିଳୁଛି। ହେଲେ ଯଦି ଆପଣ ନିଜ ହାତରେ କାର୍ଡ ତିଆରି କରି ସେଥିରେ ବନ୍ଧୁଙ୍କ ପାଇଁ କିଛି ହୃଦୟସ୍ପର୍ଶୀ ବାର୍ତ୍ତା ଲେଖି ତାଙ୍କୁ ପ୍ରଦାନ କରିବେ, ତେବେ ସେ ନିଶ୍ଚୟ ଖୁସି ହୋଇଯିବେ।

ରିଙ୍ଗସ୍‌, ନେକଲେସ୍‌, ବ୍ରେସଲେଟ୍‌ ଭଳି ଅନେକ ଫ୍ୟାଶନେବଲ୍‌ ଆସେରିଜ୍‌ ବଜାରରେ ଉପଲବ୍ଧ ହେଉଛି। ଏହିଭଳି କିଛି ଖାସ୍‌ ଆସେସରିଜ୍‌ ଆପଣ ନିଜର ଖାସ୍‌ ବନ୍ଧୁଙ୍କୁ ଉପହାର ଦେଇପାରିବେ।

ଯଦି ଆପଣଙ୍କ ବନ୍ଧୁ ଚକୋଲେଟ୍‌ ପ୍ରିୟ, ତେବେ ଏହି ଉପହାର ତାଙ୍କୁ ନିଶ୍ଚୟ ଭଲ ଲାଗିବ। ବିଭିନ୍ନ ପ୍ରକାରର ସ୍ବାଦିଷ୍ଟ ଚକୋଲେଟ୍‌କୁ ଏକ ଗିଫ୍ଟ ହାମ୍ପର ଭାବେ ସଜାଇ ତାଙ୍କୁ ପ୍ରଦାନ କରନ୍ତୁ।

ପ୍ରଗାଢତାକୁ ଦର୍ଶାଏ ହଳଦିଆ ରଙ୍ଗର ଫୁଲ। ଏହି ରଙ୍ଗର ଗୋଲାପ ହେଉକି ଲିଲି ଅବା ଅର୍କିଡ୍‌, ବନ୍ଧୁଙ୍କ ମୁହଁରେ ହସ ଫୁଟାଇବା ପାଇଁ ଯଥେଷ୍ଟ।

ଅବସରରେ କେକ୍‌ କାଟିବା ଏବେ ଏକ ଟ୍ରେଣ୍ଡ ପାଲଟିଗଲାଣି। ତେଣୁ ବନ୍ଧୁଙ୍କୁ ଏକ ସୁସ୍ବାଦୁ ଓ ସୁସଜ୍ଜିତ କେକ୍‌ ଉପହାର ସ୍ବରୂପ ଦେଇପାରିବେ।

କ୍ୱାଲିଟିର ସୁଗନ୍ଧଭରା ପରଫ୍ୟୁମ୍‌ ଉପହାର ଆପଣଙ୍କ ବନ୍ଧୁତାକୁ ଆହୁରି ମହକାଇ ଦେବ। ତେଣୁ ଏହାକୁ ବି ଟ୍ରାଏ କରିପାରିବେ।
ବନ୍ଧୁଙ୍କ ପାଇଁ ଏହାଠୁ ଭଲ ଉପହାର ଆଉ କିଛି ନ ହୋଇପାରେ। ପିଲାଦିନରୁ ଆଜିପର୍ଯ୍ୟନ୍ତ ଥିବା ଫଟୋସବୁକୁ ଏକ କ୍ୟାଲେଣ୍ଡରର ରୂପ ଦେଇ ଉପହାର ଦେଲେ ବନ୍ଧୁ ନିଶ୍ଚୟ ଖୁସି ହେବେ।

ଆଜିପର୍ଯ୍ୟନ୍ତ ସଫ୍ଟ ଟୟ ଧରି ଶୋଇବା ଅଭ୍ୟାସ ଥାଏ ତାଙ୍କୁ କ୍ୟୁଟ୍‌ ସଫ୍ଟ ଟୟ ଉପହାର ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପାଖେଇ ଆସିଲାଣି ଗଣେଶ ପୂଜା, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

ରିଷିଡ଼ା,୯ା୯(ସୁଶାନ୍ତ ମଲ୍ଲିକ): ଗଣେଶ ପୂଜା ଉପଲକ୍ଷେ କଳାହାଣ୍ଡି ଜିଲା ଉତ୍ସବ ମୁଖର ହୋଇଉଠିଛି। ବିଶେଷକରି କର୍ଲାମୁଣ୍ତା ବ୍ଲକ ରିଷିଡ଼ା ଅଞ୍ଚଳର ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ…

ଗଣେଶ ପୂଜାରେ ୫ ରାଶିଙ୍କ ଫିଟିବ ଭାଗ୍ୟ; ଅଚାନକ ମିଳିବ ଧନ, କଟିଯିବ ସବୁ ବିପଦ…

ଗଣେଶ ଚତୁର୍ଥୀ ଅବସରରେ ଶୁଭ ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ ମାତା ପାର୍ୱତୀଙ୍କ ପୂଜା ପାଇଁ ହରତାଳିକା ତୀଜ ବ୍ରତ ରହିଛି। ଶିବଙ୍କ ପୂଜା ପାଇଁ…

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ସରକାର ଦେବେ ସବସିଡିଯୁକ୍ତ ଶସ୍ତା ଭଡ଼ା ଘର; ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍‌ଲୀ,୯।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ୨.୦ (PMAY-U 2.0) ଅଧୀନରେ ମୋଦୀ ସରକାର ସହରରେ ରହୁଥିବା ଗରିବ ତଥା ସ୍ୱଳ୍ପ ଆୟକାରୀ ପରିବାରଗୁଡ଼ିକୁ ଦୃଷ୍ଟିରେ ରଖି…

ପେନଶନର୍‌ଙ୍କ ପାଇଁ ଖୁସି ଖବର, ୮ମ ବେତନ ଆୟୋଗରେ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୯।୯: ୮ମ କେନ୍ଦ୍ରୀୟ ବେତନ ଆୟୋଗ (8th Pay Commission) ସୁପାରିଶକୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମଧ୍ୟରେ ଏବେ ଏକ ନୂଆ…

ବଡ଼ ରାଜଯୋଗ: ୨୬ ସେପ୍ଟେମ୍ବର ଯାଏ ୩ ରାଶିଙ୍କର ବଲ୍ଲେ-ବଲ୍ଲେ, ଅଚାନକ ଚାକିରି-ବ୍ୟବସାୟରେ…

ବୁଧ ଗ୍ରହ କନ୍ୟା ରାଶିରେ ଗୋଚର କରିସାରିଛନ୍ତି। କନ୍ୟା ରାଶିର ସ୍ବାମୀ ହେଉଛନ୍ତି ସ୍ବୟଂ ବୁଧ ଦେବ। ଏଭଳି ସ୍ଥିତିରେ ବୁଧ ନିଜ ରାଶିରେ ପ୍ରବେଶ କରିବା…

ବିଭିନ୍ନ ଦାବିରେ ଉପଜିଲାପାଳ ଅଫିସ ଘେରାଉ କଲା ବିଜେଡି

ପାଟଣାଗଡ଼,୯ା୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବିଭିନ୍ନ ଦାବି ନେଇ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ…

ପ୍ରଥମଥର ପାଇଁ ବୈଭବଙ୍କ ସହ ଘଟିଲା ଏମିତି…୨୫୧ ଦିନ ଧରି ଯାହା ହୋଇନଥିଲା, ଏବେ ହେଲା!

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ଫାଇନାଲରେ ସାଉଥ ଜୋନର ପ୍ରଥମ ଇନିଂସ୍‌କୁ ୩୩୬ ରନରେ ସୀମିତ କରିବା ପରେ ଇଷ୍ଟ ଜୋନ ଦ୍ୱିତୀୟ ଇନିଂସ ଖେଳିବାକୁ ମଇଦାନକୁ ଓହ୍ଲାଇଛି।…

‘ଦୃଶ୍ୟମ ୩’ର ଧମାକାଦାର ଟ୍ରେଲର ରିଲିଜ୍‌: ସାଉଁଟୁଛି ପ୍ରଶଂସା

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ କ୍ରାଇମ ଥ୍ରିଲର୍‌ ‘ଦୃଶ୍ୟମ ଦ କନକ୍ଲୁଜନ’ ଅର୍ଥାତ୍‌ ‘ଦୃଶ୍ୟମ ୩’ର ଟ୍ରେଲର୍‌ ରିଲିଜ ହୋଇଛି। ୨୦୧୫ରେ ଆରମ୍ଭ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri