Posted inଜାତୀୟ

ସମ୍ପତ୍ତି ନଷ୍ଟକୁ ନିନ୍ଦା କଲେ ମୋଦି

ଲକ୍ଷ୍ନୌ/ନୂଆଦିଲ୍ଲୀ,୨୬ା୧୨: ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ବିରୋଧୀ ବିକ୍ଷୋଭ ବେଳେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରାଯିବା ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିନ୍ଦା କରିଛନ୍ତି। ବିକ୍ଷୋଭକାରୀ ଠିକ୍‌ କରିଛନ୍ତି, ନା ଭୁଲ୍‌ ତାହାର ଆତ୍ମସମୀକ୍ଷା କରିବା ଆବଶ୍ୟକ। ସର୍ବସାଧାରଣ ସମ୍ପତ୍ତିର ଯତ୍ନ ନେବା ନାଗରିକର ଦାୟିତ୍ୱ। କର୍ତ୍ତବ୍ୟ ଓ ଅଧିକାର ପରସ୍ପରର ପରିପୂରକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବିକ୍ଷୋଭକାରୀ ଆନ୍ଦୋଳନବେଳେ ଗାଡ଼ି ପୋଡ଼ିବା, ରେଳଷ୍ଟେଶନରେ ଭଙ୍ଗାରୁଜା କରିବା ଦ୍ୱାରା ସେମାନେ ଭବିଷ୍ୟତ ପିଢ଼ିଙ୍କ ପାଇଁ କ୍ଷତି କଲେ ବୋଲି ଲକ୍ଷ୍ନୌଠାରେ ଅଟଳ ବିହାରୀ ବାଜପେୟୀ ମେଡିକାଲ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି। ନିରାପଦ ପରିବେଶ ପାଇବା ଯେପରି ସମସ୍ତଙ୍କର ଅଧିକାର ସେମିତି ଆଇନ ଶୃଙ୍ଖଳାକୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ। ସମସ୍ତେ କେବଳ ଅଧିକାର ଉପରେ ଜୋର୍‌ ଦେଇଆସିଛନ୍ତି। ଏବେ କର୍ତ୍ତବ୍ୟକୁ ଗୁରୁତ୍ୱ ଦେବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଉତ୍ତରପ୍ରଦେଶରେ ଗତ ସପ୍ତାହରେ ସିଏଏ ବିରୋଧୀ ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିଲା। ଏଥିରେ ୧୭ ଜଣଙ୍କ ମୃତ୍ୟୁ ହେବା ସହ ଅନେକେ ଆହତ ହୋଇଥିଲେ। ଏଥିସହିତ ପାଖାପାଖି ୧୦୦ କୋଟି ଟଙ୍କାର ସର୍ବସାଧାରଣ ସମ୍ପତ୍ତି ନଷ୍ଟ ହୋଇଥିଲା। ଲକ୍ଷ୍ନୌର ଲୋକ ଭବନଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ୨୫ ଫୁଟ୍‌ ଉଚ୍ଚ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଅନୁଚ୍ଛେଦ ୩୭୦, ରାମ ଜନ୍ମଭୂମି ବିବାଦ ଭଳି ନାଗରିକତ୍ୱ ସଂଶୋଧନ ଆଇନ ଏକ ଲିଗାସୀ ସମସ୍ୟା। ଏହାକୁ ଯେଉଁମାନେ ଚ୍ୟାଲେଞ୍ଜ କରୁଛନ୍ତି, ସେମାନଙ୍କୁ ମୁକାବିଲା କରାଯିବ ବୋଲି ମୋଦି ସୂଚନା ଦେଇଥିଲେ।
ବାଜପେୟୀଙ୍କ ୯୫ତମ ଜନ୍ମଦିବସ ଅବସରରେ ପ୍ରଧାନମନ୍ତ୍ରୀ ଭୂତଳ ଜଳ ସ୍ତର ବୃଦ୍ଧି ଲାଗି ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ମହାରାଷ୍ଟ୍ର, ହରିୟାଣା, ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ କର୍ନାଟକର ୭୮ଟି ଜିଲାର ୮୩୦୦ରୁ ଊର୍ଦ୍ଧ୍ୱ ଗ୍ରାମରେ ଭୂତଳ ଜଳସ୍ତର ବଢ଼ାଇବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କମ୍‌ ପାଣି ଦରକାର ହେଉଥିବା କୃଷି ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ସରକାର ହିମାଚଳପ୍ରଦେଶର ରୋହତାଙ୍ଗ ଗିରିପଥକୁ ବାଜପେୟୀଙ୍କ ନାମରେ ନାମିତ କରିଛନ୍ତି। ଏଥିପାଇଁ ଦୀର୍ଘଦିନରୁ ଦାବି ହେଉଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ୪୦୦୦ କୋଟି ଟଙ୍କାରେ ନିର୍ମିତ ଏହି ସୁଡ଼ଙ୍ଗ କାର୍ଯ୍ୟ ୨୦୨୦ରେ ଶେଷ ହେବ। ୨୦୦୦ରେ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ଏହି ଗିରିପଥ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ସମୁଦ୍ରପତ୍ତନଠାରୁ ୩୦୦୦ ମିଟର ଉଚ୍ଚରେ ଏହି ୮.୮ କିମି ସୁଡଙ୍ଗ ବିଶ୍ୱର ଦୀର୍ଘତମ। ଏହା କାର୍ଯ୍ୟକାରୀ ହେଲେ ମନାଲି ଓ ଲେହ ମଧ୍ୟରେ ଦୂରତା ୪୬ କିଲୋମିଟର ହ୍ରାସ ପାଇବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ବ୍ୟାପିଲା ବାର୍ଡ ଫ୍ଲୁ ସଂକ୍ରମଣ; ଏହିସବୁ ରାଜ୍ୟରେ ଜାରି ହେଲା ସତର୍କତା

ନୂଆଦିଲ୍ଲୀ,୨।୧: କେରଳର ଆଲପୁଜା ଏବଂ କୋଟାୟମ ସମେତ କିଛି ଅଞ୍ଚଳରେ ବାର୍ଡ ଫ୍ଲୁ ବା ପକ୍ଷୀ ଜ୍ୱର ମାମଲା ଚିହ୍ନଟ ହୋଇଛି। ଏହାକୁ ଦୃଷ୍ଟିରେ ରଖି...

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

ଉମର ଖଲିଦ୍‌ଙ୍କୁ ଚିଠି ଲେଖିଲେ NYC ମେୟରଙ୍କ ସମେତ ୮ ଆମେରିକୀୟ ସାଂସଦ, ଭାରତକୁ କଲେ ବଡ ଅପିଲ୍

ନୂଆଦିଲ୍ଲୀ,୨।୧: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଜେଲରେ ଥିବା ଉମର ଖାଲିଦ୍‌ଙ୍କୁ ଆମେରିକାରୁ ଆସିଛି ସମର୍ଥନର ଚିଠି। ୟୁଏପିଏ...

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri