ସମୁଦ୍ର ଅଶାନ୍ତ ଥିବାରୁ ମଝିରେ ଅଟକିଲା ୩୪ରୁ ଅଧିକ ଆନ୍ଧ୍ରା ଟ୍ରଲର: ଜିଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

ଛତ୍ରପୁର, ୬।୭ (ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେବା ଫଳରେ ସମୁଦ୍ର ଅଶାନ୍ତ ରହିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେଉଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ମାସ ୪ ରୁ ୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ମାଛ ଧରିବା ନିମନ୍ତେ ରାଜ୍ୟ ସତନ୍ତ୍ର ରିଲିଫ କମିଶନର (ଏସଆରସି) ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଆନ୍ଧ୍ର ପ୍ରଦେଶର କାକିନଡା ଅଞ୍ଚଳର ୩୪ରୁ ଅଧିକ ମାଛଧରା ପାଇଁ ବ୍ୟବହୃତ ନୌକା ବା ଟ୍ରଲର ସମୁଦ୍ର କୂଳ ନିକଟରେ ରବିବାର ରାତି ଠାରୁ ଫସି ରହିଛନ୍ତି। ସେଥିରେ ମଧ୍ୟ ବହୁ ମତ୍ସ୍ୟଜୀବୀ ଅଛନ୍ତି। ସମୁଦ୍ର ଅଶାନ୍ତ ଥିବାରୁ ସେମାନେ ନିଜ ଅଞ୍ଚଳକୁ ଫେରି ପାରୁନାହାଁନ୍ତି। ଏବେ ପବନର ବେଗ ବଢୁଥିବାରୁ ସମୁଦ୍ର ଆହୁରି ଅଶାନ୍ତ ହୋଇପଡିଛି। ଏହି ବିଷୟରେ ସୂଚନାପାଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଫସି ରହିଥିବା ମତ୍ସ୍ୟଜୀବୀଙ୍କୁ ଏବଂ ଟ୍ରଲରଗୁଡିକୁ ସୁରକ୍ଷିତ ଭାବେ ଗୋପାଳପୁର ବନ୍ଦର ପରିସରରେ ସେମାନଙ୍କୁ ଆଶ୍ରୟ ଦେବାକୁ କୁହାଯାଇଛି। ତଟରକ୍ଷୀ ବାହିନୀ ଏବଂ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୋଲିସ ସତର୍କ ରହିଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶରେ ସମୁଦ୍ର ଭିତରେ ଫସିଥିବା ଟ୍ରଲର ଗୁଡ଼ିକୁ ସୁରକ୍ଷିତ ଭାବେ ଗୋପାଳପୁର ବନ୍ଦରରେ ଆଶ୍ରୟ ଦିଆଯାଉଛି। କେତେକ ଟ୍ରଲର ପହଁଞ୍ଚି ଯାଇଥିବା ବେଳେ ଆଉ କିଛି ଟ୍ରଲରକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି ଏବଂ ସେମାନଙ୍କୁ ଉଦ୍ଧାର କରିବା ଦିଗରେ କାର୍ଯ୍ୟ ଚାଲିଛି ବୋଲି ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

Puri Koraput Expressର ଶୁଭାରମ୍ଭ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ରେଳମନ୍ତ୍ରୀ କଲେ ଉଦ୍‌ଘାଟନ

ପୁରୀ,୬।୭: ନୂତନ ପୁରୀ-କୋରାପୁଟ ଏକ୍ସପ୍ରେସ ଏବଂ ବ୍ରହ୍ମପୁର-ଉଧନା(ସୁରଟ) ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାର ସୋମବାର ଶୁଭାରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରେଳ…

W, W, W, W..ଡବଲ୍‌ ହ୍ୟାଟ୍ରିକ ନେଇ ଇତିହାସ ରଚିଲେ ଏହି ବୋଲର୍‌

ନୂଆଦିଲ୍ଲୀ,୬।୭: ଶ୍ରୀଲଙ୍କାର ପେସ-ବୋଲିଂ ଅଲରାଉଣ୍ଡର ଦାସୁନ ଶାନାକା ଡବଲ ହ୍ୟାଟ୍ରିକ କରି ଇତିହାସ ରଚିଛନ୍ତି। ଆମେରିକାରେ ଚାଲିଥିବା ମେଜର ଲିଗ କ୍ରିକେଟ ଟୁର୍ନାମେଣ୍ଟ ସମୟରେ ଶ୍ରୀଲଙ୍କାର ଏହି…

ବନ୍ୟା ପାଣିରେ ଭାସିଯାଇଥିଲେ ସୁରେଶ: ୧୮ ଘଣ୍ଟା ପରେ ମିଳିଲା…

ସମ୍ବଲପୁର,୬।୬(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ବାଗଡ଼ିଆପଡ଼ାରେ ବନ୍ୟା ପାଣିରେ ଭାସିଯାଇ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହକୁ ଦୀର୍ଘ ୧୮ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ…

ଏନ୍‌ଏଚ୍–୫୫ ନିର୍ମାଣରେ ଅନିୟମିତତା: ଅଧୀକ୍ଷଣ ଯନ୍ତ୍ରୀ, ଏସଡିଓ ଓ ପ୍ରୋଜେକ୍ଟ ମ୍ୟାନେଜରଙ୍କ ନାଁରେ ଏଫ୍‌ଆଇଆର୍

ଜଗତସିଂହପୁର, ୬।୭: ଜାତୀୟ ରାଜପଥ–୫୫ (ଏନ୍‌ଏଚ୍–୫୫)ର ନିର୍ମାଣ କାର୍ଯ୍ୟରେ ମନ୍ଥର ଗତି ଏବଂ ନିମ୍ନମାନର କାମକୁ ନେଇ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛି। ଏହି ଘଟଣାରେ…

ନୂତନ ବ୍ଲକ ଶିକ୍ଷା ଅଧିକାରିଣୀଙ୍କ ବିଭିନ୍ନ ସ୍କୁଲ ପରିଦର୍ଶନ

କର୍ଲାମୁଣ୍ଡା,୬।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ନୂତନ ଭାବେ କର୍ଲାମୁଣ୍ଡା ବ୍ଲକରେ ଶୁକ୍ରବାର ଯୋଗଦେବା ପରେ ସେ ପ୍ରଥମ…

ନାବାଳିକାଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର

ପାତ୍ରପୁର, ୬।୭(ଉମା ଚରଣ ନେପାକ): ଜରଡ଼ା ଥାନା ଖାରିଆଗୁଡ଼ା ଫାଣ୍ଡି ଅନ୍ତର୍ଗତ ଏସ. ନୂଆଗାଁ ଗ୍ରାମ ହରିଜନ ସାହିରୁ ଜଣେ ନାବାଳିକାଙ୍କ ମୃତଦେହ ଜରଡ଼ା ପୋଲିସ ଦ୍ୱାରା…

୯ରେ ଖୋଲିବ ହୀରାକୁଦ ଗେଟ୍‌

ସମ୍ବଲପୁର,୬।୭(ପ୍ରମୋଦ ବହିଦାର): ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ବଢ଼ିବାରେ ଲାଗିଛି। ଜଳଭଣ୍ଡାର ଉତ୍ତମ ପରିଚାଳନା ପାଇଁ ଆସନ୍ତା ଜୁଲାଇ ୯ ତାରିଖ…

ଭୋଜି ଖାଇ ଫେରୁଥିଲେ,ଗଛରେ ପିଟିହେଲା କାର୍‌: ଆଉ ତା’ପରେ ଘଟିଲା…

ଭଞ୍ଜନଗର,୬।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ଷଡ଼ଙ୍ଗୀପଲ୍ଲୀ ନିକଟରେ ସୋମବାର ଏକ ମାରୁତି କାର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗାଡିରେ ବସିଥିବା ଡ୍ରାଇଭର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri