Posted inରାଜ୍ୟ

ସମୁଦ୍ରରେ ଚାଲିଛି ଚୋରା ତେଲ ବ୍ୟବସାୟ

ପାରାଦୀପ,୧୮ା୬(ସ୍ବ.ପ୍ର.): ଦୀର୍ଘ ୨ ମାସ ଧରି ଜାରି ହୋଇଥିବା ସାମୁଦ୍ରିକ କଟକଣା ଗତ ୧୪ ତାରିଖ ରାତିରେ ହଟିବା ପରେ ଏବେ ସମୁଦ୍ରରେ ଜୋରଦାର ମାଛଧରା ଚାଲିଛି। ଶତାଧିକ ମାଛଧରା ଟ୍ରଲର ସମୁଦ୍ରରେ ଘୁରି ବୁଲୁଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ସମୁଦ୍ରରେ ଚୋରା ତେଲ ବ୍ୟବସାୟୀମାନେ ମଧ୍ୟ ସକ୍ରିୟ ହୋଇପଡିଛନ୍ତି। ପାରାଦୀପ ମାଛଧରା ବନ୍ଦରରୁ ମତ୍ସ୍ୟଜୀବୀମାନେ ଶତାଧିକ ଟ୍ରଲର ଯୋଗେ ସମୁଦ୍ରକୁ ଯାଇ ମାଛ ଧରୁଛନ୍ତି। ଅନେକ ସମୟରେ ଟ୍ରଲରଗୁଡିକରେ ତେଲ ଅଭାବ ଦେଖାଦେଇଥାଏ। ତେଣୁ ସେଗୁଡିକୁ ଚୋରା ତେଲ ଯୋଗାଇ ବେଶ୍‌ ଲାଭବାନ ହେଉଛନ୍ତି ସମ୍ପୃକ୍ତ ଚୋରା ବ୍ୟବସାୟୀମାନେ। ବଜାର ଦରଠାରୁ ସେମାନେ ଲିଟର ପିଛା ୧୦ରୁ ୧୨ଟଙ୍କା କମ୍‌ରେ ବିକ୍ରି କରୁଛନ୍ତି। ଏଥିଯୋଗୁ ଅଧିକାଂଶ ଟ୍ରଲର ମାଲିକ ସେହି ତେଲକୁ ଅପେକ୍ଷା କରିଥାନ୍ତି। ୪ଟି ଡଙ୍ଗା ମହାନଦୀ ଓ ସମୁଦ୍ର ସୀମାରେ ଏପରି ଚୋରା ତେଲ ବ୍ୟବସାୟ କରୁଛନ୍ତି। କୌତୁହଳର କଥା ହେଲା ଏହି ଚୋରା ତେଲ ସମ୍ପୃକ୍ତ ବ୍ୟବସାୟୀଙ୍କୁ ସମୁଦ୍ରରେ ହିଁ ମିଳିଯାଉଛି। ପଣ୍ୟବାହୀ ଜାହାଜ, ବନ୍ଦରରେ ନିୟୋଜିତ ଅନେକ ଟଗ୍‌ବୋଟ, ଏସ୍‌ପିଏମ୍‌(ସିଙ୍ଗଲ ପଏଣ୍ଟ ମୋରିଂ ସିଷ୍ଟମ)କୁ ଯାତାୟାତ କରୁଥିବା ଘରୋଇ ବୋଟ୍‌ ଓ ପଣ୍ୟ କାରବାରରେ ସମ୍ପୃକ୍ତ ଅନ୍ୟ ବୋଟ୍‌ଗୁଡ଼ିକ ପ୍ରାୟତଃ ତେଲ ଚୋରାରେ ବିକ୍ରି କରିଥାନ୍ତି। ସେହି ତେଲ ଅଧା ମୂଲ୍ୟରେ କିଣି ସମ୍ପୃକ୍ତ ବ୍ୟବସାୟୀମାନେ ମାଛଧରା ଟ୍ରଲରକୁ ବିକ୍ରି କରିଥାନ୍ତି। ଏଥିସହିତ ବନ୍ଦର ସହିତ ସମ୍ପୃକ୍ତ ତୈଳ ପାଇପ୍‌ ଲାଇନ୍‌ରୁ ମଧ୍ୟ ଚୋରା ତେଲ ସଂଗ୍ରହ କରିଥାନ୍ତି। ଗତ ୨ ମାସ ମାଛଧରା ବନ୍ଦ ଥିବାରୁ ଚୋରା ବ୍ୟବସାୟୀମାନେ ନୀରବ ଥିଲେ। ସେମାନେ ଗଚ୍ଛିତ ରଖିଥିବା ତେଲ ଏବେ ପ୍ରଚୁର ମାତ୍ରାରେ ବିକ୍ରି କରି ଚାଲିଛନ୍ତି। ସେହିପରି ଏହି ବେପାରୀମାନେ ମୋବାଇଲ୍‌ ସିମ୍‌ କାର୍ଡ ଓ ସ୍କ୍ରାବ୍‌ ବେପାର ମଧ୍ୟ ଚଳାଇଛନ୍ତି। ପ୍ରକାଶ ଯେ, ସମୁଦ୍ରରେ ଆଙ୍କରେଜ ଏରିଆରେ ପଣ୍ୟବାହୀ ଜାହାଜଗୁଡ଼ିକ ବନ୍ଦରକୁ ପ୍ରବେଶ କରିବା ପାଇଁ ୨ରୁ ୧୦ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି। ସେତେବେଳେ ଜାହାଜରେ ଥିବା ବିଦେଶୀ ନାବିକମାନେ ପରିବାର ଲୋକଙ୍କ ସହ କଥା ହେବା ପାଇଁ ଭାରତୀୟ ମୋବାଇଲ ସିମ୍‌ ଆବଶ୍ୟକ କରିଥାନ୍ତି। ସେହି ନାବିକମାନଙ୍କୁ ଚୋରା ବ୍ୟବସାୟୀମାନେ ସିମ୍‌ ଦେଇ ତେଲ, ସ୍କ୍ରାବ ଓ ଅବକାରୀ ସାମଗ୍ରୀ ସଂଗ୍ରହ କରିଥାନ୍ତି। ସେହି ତେଲ ଓ ଅନ୍ୟ ସାମଗ୍ରୀକୁ ବିକ୍ରି କରି ବେଶ୍‌ ଲାଭ ପାଇଥାନ୍ତି ବୋଲି ଜଣେ ଚୋରା ବ୍ୟବସାୟୀ କହିଛନ୍ତି। ଏହି ବ୍ୟବସାୟକୁ ରୋକିବା ପାଇଁ ମେରାଇନ ପୋଲିସ, କୋଷ୍ଟଗାର୍ଡ, ନୌସେନା, ସିଆଇଏସ୍‌ଏଫ୍‌ ଭଳି ସଂସ୍ଥା ଥିଲେ ହେଁ ଏହାର କୌଣସି ପ୍ରଭାବ ପଡ଼ୁନାହିଁ। ବେନାମୀ ମୋବାଇଲ ସିମ କାର୍ଡ ବିକିବା ଘଟଣା ଦେଶ ସୁରକ୍ଷା କ୍ଷେତ୍ରରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ବିଆଇ କେନ୍ଦ୍ରୀୟ ବୋର୍ଡ ବୈଠକ: ଅର୍ବାନ କୋଅପରେଟିଭ ବ୍ୟାଙ୍କ ପରିଚାଳନା ନେଇ ସମୀକ୍ଷା

ଭୁବନେଶ୍ୱର,୧୪ା୧୨(ପି.ଟି): ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) କେନ୍ଦ୍ରୀୟ ବୋର୍ଡ ବୈଠକ ଶୁକ୍ରବାର ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଅର୍ବାନ କୋଅପରେଟିଭ ବ୍ୟାଙ୍କଗୁଡିକର ପରିଚାଳନା ଧାରା ଏବଂ...

ସ୍ବର୍ଗଦ୍ୱାରରୁ ବିଜୁ ପଟ୍ଟନାୟକଙ୍କ ସମାଧି ହଟିବା ଘଟଣା: ଶ୍ରେୟ ପାଇଁ ପ୍ରତିଯୋଗିତା, ଦ୍ୱନ୍ଦ୍ୱରେ ଲୋକେ

ପୁରୀ ଅଫିସ, ୩।୧୧: ସ୍ବର୍ଗଦ୍ୱାରରୁ ହଟିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥଳ। ସ୍ମାରକୀ ଭାବେ କେବଳ ସ୍ମୃତି ଫଳକ ହିଁ ରହିବ। ଶୁକ୍ରବାର...

ଆଇନଜୀବୀଙ୍କୁ ମିଳିବ ୧୦ ହଜାର ସହାୟତା

କଟକ ଅଫିସ୍‌,୧୧।୫: କରୋନା ପ୍ରଭାବରେ ରୋଜଗାର ହରାଇଥିବା ଆଇନଜୀବୀଙ୍କୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥତ୍କ ସହାୟତା ମିଳିବ। ଓଡ଼ିଶା ରାଜ୍ୟ ଆଇନ୍‌ଜୀବୀ ପରିଷଦ ପକ୍ଷରୁ ଏ...

ହିଞ୍ଜିଳି ସିଭିଲ ଜଜ୍‌କୋର୍ଟ କୋଠା ଉଦ୍‌ଘାଟିତ

ଭୁବନେଶ୍ୱର,(ବ୍ୟୁରୋ)/ହିଞ୍ଜିଳିକାଟୁ(ଡି.ଏନ୍‌.ଏ.)୧୭।୧୨ : ସାମ୍ବିଧାନିକ ଲକ୍ଷ୍ୟ ପୂରଣ କରିବା ସହିତ ନାଗରିକମାନଙ୍କୁ ନ୍ୟାୟ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ନ୍ୟାୟଗତ ଅଧିକାର ହେଉଛି ମୌଳିକ...

ବନବିଭାଗ ହାତରେ ବାଘଛାଲ ରାକେଟ: ୪ ଗିରଫ

ନବରଙ୍ଗପୁର,୧୩।୯(ବି.ପ୍ର.)-ନବରଙ୍ଗପୁର ବନାଞ୍ଚଳ ପକ୍ଷରୁ ଚଢାଉ କରାଯାଇ ୨ଟି ସ୍ଥାନରୁ ୩ଟି ବାଘଛାଲ, ୨ ବାଇକ, ୪ଟି ମୋବାଇଲ ଜବତ କରାଯାଇଛି। ଏହି ଘଟଣାରେ ୪ ଜଣଙ୍କୁ...

କଟକ ସହରରୁ ୬୫ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୨।୧୧-କଟକ ସହରରୁ ଆଜି ମୋଟ୍‌ ୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୩୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩୨...

ସଫେଇବାଲା ସାଜିଲେ ସିନେ ତାରକା

ଭୁବନେଶ୍ୱର, ୧।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଶନିବାର ଓ୍ବାର୍ଡ ନଂ. ୭ରେ ଦ୍ୱିତୀୟ ସାମୂହିକ ସଫେଇ କାର୍ଯ୍ୟକ୍ରମ ଶେଷ ହୋଇଛି। ଭୁବନେଶ୍ୱରରେ ପରିମଳ ଓ...

ଭିନ୍ନକ୍ଷମ ସଶକ୍ତୀକରଣକୁ ଗୁରୁତ୍ୱ: ପ୍ରତି ଜିଲାରେ ହେବ ସମନ୍ବିତ ପୁନର୍ବାସ କେନ୍ଦ୍ର

ଭୁବନେଶ୍ୱର,୨୦।୮(ବ୍ୟୁରୋ): ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକର ସଫଳ ରୂପାୟନ ନିମନ୍ତେ ରାଜ୍ୟ ସରକାର ଭିନ୍ନକ୍ଷମ ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି କ୍ରମରେ ପ୍ରତି ଜିଲାରେ ଭିନ୍ନକ୍ଷମମାନଙ୍କ...

Advertisement


Archives

Model This Week

Why Dharitri