Posted inଖେଳ

ସମାଲୋଚନା ଦ୍ୱାରା ପ୍ରଭାବିତ ହୁଏ ନାହିଁ: ସିନ୍ଧୁ

ନୂଆଦିଲ୍ଲୀ,୨।୧(ପି.ଟି.)- ସମାଲୋଚନା ମୋତେ ପ୍ରଭାବିତ କରେନାହିଁ। ପ୍ରଶଂସକଙ୍କ ଆଶା ଦ୍ୱାରା ମଧ୍ୟ ଆଦୌ ପ୍ରଭାବିତ ହୁଏ ନାହିଁ ବୋଲି ବିଶ୍ୱ ଚାମ୍ପିୟନ ତଥା ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ କହିଛନ୍ତି। ଟୋକିଓରେ ଆୟୋଜନ ହେବାକୁ ଯାଉଥିବା ଅଲିମ୍ପିକ୍ସରେ ପଦକ ହାସଲ କରିବା ପାଇଁ ପୁରା ପ୍ରଦର୍ଶନରେ ଉନ୍ନତି ଆଣିବା ଉପରେ ମନୋନିବେଶ କରୁଛି ବୋଲି ସେ କହିଛନ୍ତି। ୨୦୧୯ରେ ସିନ୍ଧୁ ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ତେବେ ଏହାପରେ ତାଙ୍କ ପ୍ରଦର୍ଶନ ଆଶାନୁରୂପ ହୋଇପାରିନାହିଁ। ସିଜନର ବାକି ଟୁର୍ନାମେଣ୍ଟଗୁଡିକରେ ସିନ୍ଧୁ କେତୋଟି ଟୁର୍ନାମେଣ୍ଟରେ ଆରମ୍ଭରୁ ପରାସ୍ତ ହୋଇ ବିଦାୟ ନେଇଛନ୍ତି। କେତେଗୁଡିଏ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ବେଶ୍‌ ସକାରାତ୍ମକ ରହିଛି। ପ୍ରତ୍ୟେକ ମ୍ୟାଚ୍‌ ଜିତିବା ସମ୍ଭବ ନୁହେଁ। ବେଳେ ବେଳେ ଜଣେ ଖେଳାଳି ଉଚ୍ଚକୋଟୀର ପ୍ରଦର୍ଶନ କରିଥାନ୍ତି। ଆଉ ଅନ୍ୟ ବେଳେ ତ୍ରୁଟି କରିଥାନ୍ତି ବୋଲି ସେ କହିଛନ୍ତି। ସିନ୍ଧୁ ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍‌ (ପିବିଏଲ୍‌)ର ପରବର୍ତ୍ତୀ ସଂସ୍କରଣରେ ଅଂଶଗ୍ରହଣ କରିବେ।
ତ୍ରୁଟି ତଥା ଭୁଲରୁ ବହୁତ କିଛି ଶିକ୍ଷା କରିଥାଏ। ସକାରାତ୍ମକ ମନୋଭାବ ପୋଷଣ କରିବା ଓ ଦୃଢ଼ ପ୍ରତ୍ୟାବର୍ତ୍ତନ କରିବା ଉପରେ ସବୁବେଳେ ଗୁରୁତ୍ୱ ଦେଇଥାଏ ବୋଲି ସେ କହିଛନ୍ତି। ତ୍ରୁଟି ସୁଧାରିବା ପାଇଁ ଟେକ୍‌ନିକ ଉପରେ ଏବେ କାର୍ଯ୍ୟ କରୁଛି। ମୋ ଉପରେ ସମସ୍ତଙ୍କର ଆଶା ରହିଛି। ଚାପ ଓ ସମାଲୋଚନା ଦ୍ୱାରା ପ୍ରଭାବିତ ହୋଇ ନ ଥାଏ। ସବୁବେଳେ ବିଜୟୀ ହେବା ପାଇଁ ଲୋକ ଚାହିଁଥାନ୍ତି। ତେବେ ଅଲିମ୍ପିକ୍‌ ହେଉଛି ମୋର ସବୁଠାରୁ ମୁଖ୍ୟଲକ୍ଷ୍ୟ । ଆଗକୁ ଅଲିମ୍ପିକ୍‌ ସେସନ ଆରମ୍ଭ ହେବାକୁ ଯାଉଥିବାରୁ ଟେକ୍‌ନିକ ଉପରେ ବହୁତ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ରିଓ ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ ପଦକ ହାସଲ କରିଥିଲେ। ତେଣୁ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଲେ ସେ ଦ୍ୱିତୀୟ ଭାରତୀୟ ଭାବେ ପଦକ ଜିତି ରେସଲର ସୁଶୀଲ କୁମାରଙ୍କ ସମକକ୍ଷ ହେବେ।
ସୁଶୀଲ ଦେଶ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି। ଏବେ ତାଙ୍କ ସହିତ ସମକକ୍ଷ ହେବା ପାଇଁ ସୁଯୋଗ ମିଳିଛି। ଦ୍ୱିତୀୟଥର ପାଇଁ ଅଲିମ୍ପିକ ପଦକ ହାସଲ କରିବାକୁ ହେଲେ କଠିନ ପରିଶ୍ରମ ସହ ଅଭ୍ୟାସ କରିବା ନିହାତି ଜରୁରୀ। ଏଥର ପଦକ ଜିତିବା ଆଦୌ ସହଜ ହେବନାହିଁ। ଅଲିମ୍ପିକ୍‌ କ୍ୱାଲିଫିକେଶନ ପାଇଁ ଜାନୁୟାରୀ ୭ରୁ ୧୨ ମଧ୍ୟରେ ମାଲେସିଆ ଓ ୧୪ରୁ ୧୯ ତାରିଖ ମଧ୍ୟରେ ଇଣ୍ଡୋନେସିଆରେ ଟୁର୍ନାମେଣ୍ଟ ଆୟୋଜନ ହେବ। ତେଣୁ ଏବେ ସବୁ ଟୁର୍ନାମେଣ୍ଟ ଆମ ପାଇଁ ସମାନ ଗୁରୁତ୍ୱ ବହନ କରୁଛି ବୋଲି ସେ କହିଛନ୍ତି। ଅଲିମ୍ପିକ ଆରମ୍ଭ ହେବାକୁ ଆହୁରି ୭ ମାସ ବାକି ରହିଛି। ଏବେ ପିବିଏଲ୍‌ରେ ଭଲ ପ୍ରଦର୍ଶନ କରି ଘରୋଇ ଦର୍ଶକଙ୍କ ମନୋରଞ୍ଜନ କରିବା ଲକ୍ଷ୍ୟରେ ସିନ୍ଧୁ ରହିଛନ୍ତି। ଏହି ଲିଗ୍‌ ଜାନୁୟାରୀ ୨୦ରୁ ଆରମ୍ଭ ହୋଇ ଫେବୃୟାରୀ ୯ରେ ଶେଷ ହେବ। ଲିଗ୍‌ରେ ସିନ୍ଧୁ ଖେଳାଳି ନିଲାମରେ ୭୭ ଲକ୍ଷ ଟଙ୍କା ବିନିମୟରେ ହାଇଦ୍ରାବାଦ୍‌ ହଣ୍ଟର୍ସ ପାଇଁ ଖେଳିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି।
ତେବେ ଟୋକିଓ ଅଲିମ୍ପିକ ପ୍ରସ୍ତୁତି ପାଇଁ ଅନ୍ୟତମ ମହିଳା ତାରକା ସାଇନା ନେହ୍ବାଲ ଓ ପୁରଷ ଖେଳାଳି କିଡାମ୍ବୀ ଶ୍ରୀକାନ୍ତ ଏହି ଲିଗ୍‌ରୁ ଓହରି ଯାଇଛନ୍ତି। ଅଲିମ୍ପିକ୍ସ ଜୁଲାଇ ୨୪ରୁ ଆରମ୍ଭ ହୋଇ ଅଗଷ୍ଟ ୯ ତାରିଖରେ ଶେଷ ହେବ। ପିବିଏଲରେ ଏଥର ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି। ଘରୋଇ ପରିବେଶରେ ଖେଳିବା ସହ ମୋତେ ଅଭ୍ୟାସ କରିବାର ସୁଯୋଗ ମିଳିବ। ପିବିଏଲ୍‌ରେ ଏଥର ବହୁ ଯୁବ ଖେଳାଳି ଅଂଶଗ୍ରହଣ କରିବେ। ତେଣୁ ଏଥିରେ ଅଂଶଗ୍ରହଣ କରି ବହୁତ କିଛି ଶିକ୍ଷା କରିହେବ। ଯୁବ ଖେଳାଳିମାନେ ମଧ୍ୟ ଏହି ଲିଗ୍‌ରୁ ବହୁତ କିଛି ଶିକ୍ଷା କରିବେ ବୋଲି ସିନ୍ଧୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

“ଦୋସା ଇଡ୍‌ଲି ସାମ୍ବର ଚଟଣି” ଗୀତକୁ ନେଇ CSK-RCB ମଧ୍ୟରେ ବିବାଦ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୪: : ଚଳିତ IPL ୨୦୨୬ ସିଜିନ ସମୟରେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ନୂତନ ବିବାଦ ଦେଖାଦେଇଛି। ଚେନ୍ନାଇ…

ମୁଁ ୧୦୦ ପ୍ରତିଶତ ଫିଟ୍‌ ନାହିଁ: ଚାଞ୍ଚଲ୍ୟକର ଖୁଲାସା କଲେ କୋହଲି

ନୂଆଦିଲ୍ଲୀ,୧୭।୪: ୨୦୨୬ ଆଇପିଏଲ ସିଜିନରେ ବିରାଟ କୋହଲିଙ୍କ ବ୍ୟାଟିଂ ସଫଳ ହୋଇଛି। ତାଙ୍କ ବ୍ୟାଟିଂକୁ ବହୁତ ପ୍ରଶଂସା ମିଳୁଥିଲେ ମଧ୍ୟ ତାଙ୍କ ଫିଟନେସକୁ ମଧ୍ୟ ସମାନ ଭାବରେ…

ପଡ଼ିଆ ମଝିରେ ହାର୍ଦ୍ଦିକ ପାଣ୍ଡ୍ୟା- ବୁମ୍‌ରାଙ୍କ ମଧ୍ୟରେ ହେଲା ଭୟଙ୍କର ଝଗଡ଼ା! କାରଣ ଜାଣିଲେ…

ନୂଆଦିଲ୍ଲୀ,୧୭।୪: IPL ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏପର୍ଯ୍ୟନ୍ତ କିଛି ଭଲ ଚାଲିନାହିଁ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଦଳ ଲଗାତାର ଚାରୋଟି ମ୍ୟାଚ ହାରିଛି। ବିଶ୍ୱର ସବୁଠାରୁ…

ମୁମ୍ୱାଇକୁ ହରାଇଲା ପଞ୍ଜାବ

ମୁମ୍ୱାଇ,୧୬ା୪: ପ୍ରଭସିମରନ ସିଂ ଓ ଅଧିନାୟକ ଶ୍ରେୟସ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ…

ଡି’ କକ୍‌ଙ୍କ ଅପରାଜିତ ଶତକ

ମୁମ୍ୱାଇ,୧୬ା୪: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଓ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ପରସ୍ପରକୁ ଭେଟିଛନ୍ତି। କ୍ୱିଣ୍ଟନ ଡି’ କକ୍‌ଙ୍କ ଅପରାଜିତ ଶତକ…

ଫିଫା ମୁଖ୍ୟଙ୍କ ବଡ଼ ସୂଚନା: ବିଶ୍ୱକପ୍‌ ଖେଳିବ ଇରାନ୍‌

ପ୍ୟାରିସ୍‌,୧୬ା୪: ଆସନ୍ତା ଜୁନ ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ରେ ଇରାନ୍‌ ଖେଳିବ। ଏ ନେଇ ଫିଫା ମୁଖ୍ୟ ଜିଆନି ଇନ୍‌ଫାଣ୍ଟିନୋ ଗୁରୁବାର ସ୍ପଷ୍ଟ…

IPL 2026 ମଧ୍ୟରେ KKR ଅଧିନାୟକ ପଦରୁ ଇସ୍ତଫା ଦେଲେ ଅଜିଙ୍କ୍ୟ ରାହାଣେ, ହଠାତ ଦେଲେ ଇସ୍ତଫା, ଜାଣନ୍ତୁ ସତ୍ୟତା

ନୂଆଦିଲ୍ଲୀ,୧୬।୪: କୋଲକାତା ନାଇଟ ରାଇଡର୍ସର ଅଧିନାୟକ ପଦରୁ ଅଜିଙ୍କ୍ୟ ରାହାଣେ ଇସ୍ତଫା ଦେଇଛନ୍ତି। ୨୦୨୬ ଆଇପିଏଲରେ କୋଲକାତା ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାହାଣେ ଅଧିନାୟକ ପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri