ସମସ୍ତ ୨୦ କରୋନା ଆକ୍ରାନ୍ତ ଶିଶୁ ସୁସ୍ଥ: ବାଗଚୀ

ଭୁବନେଶ୍ୱର,୧୫।୫(ବ୍ୟୁରୋ)-ଗତ ୨୦ ଦିନ ମଧ୍ୟରେ ୨୦ ଜଣ ଶିଶୁ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ଏମାନେ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଶୁକ୍ରବାର ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ରାଜ୍ୟ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି। ମୁଖପାତ୍ର ବାଗଚୀ ଆହୁରି କହିଛନ୍ତି, ଆମେରିକାରେ ଭାରତ ତୁଳନାରେ କରୋନା ଭାଇରସ ୧୭ ଗୁଣ ଅଧିକ। ସେହିପରି ସିଙ୍ଗାପୁରରେ ମଧ୍ୟ ସ୍ଥିତି ସଙ୍ଗୀନ ରହିଛି ବୋଲି ପ୍ରକାଶ କରିଥିଲେ। ସେହିପରି ଇଟାଲୀରେ କରୋନା ଭାଇରସ ଯୋଗୁ ୩୧ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିବାବେଳେ ସମଗ୍ର ବିଶ୍ୱରେ କରୋନା ଭାଇରସ ଯୋଗୁ ୩ ଲକ୍ଷ ଲୋକ ପ୍ରାଣ ହରାଇଲେଣି। ରାଜ୍ୟ ସରକାର ୩୦ଟି ଜିଲାରେ କୋଭିଡ-୧୯ ହସ୍ପିଟାଲ ନିର୍ମାଣ କରିଛନ୍ତି। ମୋଟ ୩୫ଟି କୋଭିଡ-୧୯ ହସ୍ପିଟାଲରେ ୫ ହଜାର ୭୦୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଆଜି ଗୋଟିଏ ଦିନରେ ୧୫ ହଜାର ୩୬୦ ପ୍ରବାସୀ ଓ ଆସି ପହଞ୍ଚିଛନ୍ତି। ଏପର୍ଯ୍ୟନ୍ତ ବାହାର ରାଜ୍ୟରୁ ୧୫ ହଜାର ୩୬୦ ଜଣ ପ୍ରବାସୀ ଫେରିଛନ୍ତି ବୋଲି ବାଗଚୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିମ୍ନମାନର ମେଶିନ ଦେଇ ୨୭ ଲକ୍ଷ ଠକେଇ: ରାଜସ୍ଥାନରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): ନିମ୍ନମାନର ସିମେଣ୍ଟ ଇଟା ମେଶିନ ଯୋଗାଇବା ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଗିରଫ କରି ଶନିବାର ଫେରିଛି। ସେ...

ଗୋଖାଦ୍ୟ ଦର ବୃଦ୍ଧି ଚାଷୀ ହନ୍ତସନ୍ତ

କେନ୍ଦ୍ରାପଡ଼ା ଅଫିସ, ୧୫ା୭: କଥାରେ ଅଛି ଗୋଦରା କୋଡ଼େ ଯେତେ, ମାଡ଼େ ସେତେ। ଏପରି ଉଦାହରଣ କେନ୍ଦ୍ରାପଡ଼ା ଜିଲାର ଦୁଗ୍ଧ ଚାଷୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।...

ବୈତରଣୀ ନଦୀରେ ଦ୍ୱିତୀୟ ବନ୍ୟା ଜଳ ପ୍ରବେଶ: ବିପଦ ସଂକେତ ଉପରେ ପ୍ରବାହିତ, ବନ୍ୟା ଆଶଙ୍କା

ଯାଜପୁର ରୋଡ,୮।୯(ନି.ପ୍ର.)- ବୈତରଣୀ ନଦୀରେ ବନ୍ୟା ଜଳ ଦ୍ୱିତୀୟ ଥର ପାଇଁ ପ୍ରବେଶ କରିଛି। ଆଖୁଆପଦାଠାରେ ବିପଦସଙ୍କେତ ୧୭.୮୩ ମିଟର ଥିବାବେଳେ ବର୍ତ୍ତମାନ ୧୭.୮୫ ମିଟରରେ...

ହୀରାକୁଦରେ ହେବ ନୂତନ ସ୍ପିଲଓ୍ବେ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ହୀରାକୁଦ ବନ୍ଧର ଦୀର୍ଘ ମିଆଦୀ ନିରାପତ୍ତା ପାଇଁ ରାଜ୍ୟ ସରକାର ସ୍ପିଲଓ୍ବେ ନିର୍ମାଣ କରୁଛନ୍ତି। ସମାନଭାବେ ଆଉ ଏକ ସ୍ପିଲଓ୍ବେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ...

ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୧ରେ ପହଞ୍ଚିଲା

ଭଦ୍ରକ ଅଫିସ,୧୦ା୭: ଶୁକ୍ରବାର ଭଦ୍ରକ ଜିଲାରୁ ୨ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୮୧ରେ ପହଞ୍ଚିଛି। ଆକ୍ରାନ୍ତ...

କରୋନା ଯୁଦ୍ଧରେ ଭାରତ ଆଗରେ: ଲଭ ଅଗ୍ରଓ୍ବାଲ

ନୂଆଦିଲ୍ଲୀ,୧୭।୪: ଭାରତ କରୋନା ଯୁଦ୍ଧରେ ଆଗରେ ରହିଛି ବୋଲି ଶୁକ୍ରବାର ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ। ସେ କହିଛନ୍ତି...

୩ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର,୧୭।୮(ବ୍ୟୁରୋ): ଓଡ଼ିିଶା ପୋଲିସ ନିକଟରେ ସୋମବାର ଛତିଶଗଡ଼ କ୍ୟାଡର ୩ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କୋଡଙ୍ଗା ମହାନଦୀ ସଂଯୁକ୍ତ ଏରିଆ କମିଟିର...

ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ତତ୍ପର ଆନନ୍ଦପୁର

ଆନନ୍ଦପୁର, ୩୦।୧(ସ୍ବ.ପ୍ର.)- ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପାଇଁ ଆନନ୍ଦପୁର ସହର ବେଶ୍‌ ତତ୍ପର ହୋଇଉଠିଛି। ଆନନ୍ଦପୁରର...

Advertisement
Archives

Model This Week