ସମସିଆ ଘେରରେ ଲରମ୍ଭା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍‌ତର ଜାଗାରେ ଫାର୍ମାସିଷ୍ଟ କରୁଛନ୍‌ ଚିକିଛା

ଅତାବିରା, ୯।୩ (ଡି.ଏନ୍‌.ଏ.)- କେନ୍ଦ୍ର ଆର ରାଏଜ୍‌ ସରକାର ଲୁକ୍‌କୁ ସୁଆସ୍‌ତିଅ ସେବା ଯୁଗେଇ ଦେବାରଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ସେନ୍‌ତା ଲୋକ ସଂଖ୍ୟା ଦେଖି ଅନେକ ଜାଗାରେ ନୂତନ ଡାକ୍‌ତରଖାନା ଖୁଲୁଛନ୍‌। ହେଲେ ଅନେକ ଜାଗାରେ ଡାକ୍‌ତର, କରମଚାରୀ, କୁଠା ଅଭାବ ଥିଲାବେଲେ ଆରକେନ୍‌ଠାନେ ଡାକ୍‌ତର ନାଇଁ ଆଏବାର ଲାଗି ରୁଗୀ ଦହଗଁଜ୍‌ ହେଉଥିବାର ଅଭିଯୋଗ ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ ଜିଲା ଅତାବିରା ବ୍ଲକ ଲରମ୍ଭା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ।
ସୂଚନା ଅନ୍‌ସାରେ ଲରମ୍ଭା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଝନେ ଏମ୍‌ବିବିଏସ୍‌, ଝନେ ଆୟୁଷ ଡାକ୍‌ତର, ଝନେ ଫାର୍ମାସିଷ୍ଟ ଆର ଝନେ ପିଅନ୍‌ ରହିଛନ୍‌। ଡାକ୍‌ତରଖାନା ପରିସରରେ ଡାକ୍‌ତରମାନେ ରହିବାର ଲାଗି ସରକାରୀ କ୍ୱାର୍ଟର୍ସ ବି ରହିଛେ। ହେଲେ ଉଭଏ ଡାକ୍‌ତର କ୍ୱାର୍ଟର୍ସରେ ନାଇଁ ରହିବାର ଲାଗି ଅନେକ ସମିଆରେ ଚିକିଛା ଲାଗି ଆସୁଥିବାର ରୁଗୀମାନେ ଦହଗଁଜ୍‌ ହେଉଥିବାର ଦେଖ୍‌ବାକେ ମିଲୁଛେ। ଗଲା ଶନିବାର ଥାନୀଅ ଧରିତ୍ରୀ ପରତିନିଧି ଦିନର ୧୦ ବଜେ ନିଜର ଦିହିପା ସମସିଆ ନେଇ ଇ ଡାକ୍‌ତରଖନାରେ ପୁହୁଁଚିଥିଲେ। ସେ ପୁହୁଁଚିଲା ବେଲେ ଉଭଏ ଡାକ୍‌ତର ନାଇଁଥାଇ। ଫାର୍ମାସିଷ୍ଟ ଶିବନାରାୟଣ ଦାଶକୁଁ ରୁଗୀକୁଁ ଚିକିଛା କରୁଥିବାର ଦେଖ୍‌ବାକେ ପାଇଥିଲେ। ଡାକ୍‌ତରମାନକର ବାବ୍‌ଦେ ଫାର୍ମାସିଷ୍ଟକୁଁ ପଚ୍‌ରାଲାରୁ ଡାକ୍‌ତରମାନେ ନାଇଁ ଆଏବାରତାଲ ସେଥିରଲାଗି ମୁଇଁ ଚିକିଛା କରୁଛେଁ ବଲି ସେ କହିଥିଲେ। ଅଧ୍‌କା ପଚ୍‌ରାଉଚରାରୁ ଜନାଯାଇଥିଲା ଯେ ଡାକ୍‌ତରମାନେ ରହିବାର ଲାଗି ସରକାରୀ ଘର ରହିଛେ। ହେଲେ ଡା.ଦେବାଶିଷ ବିଶ୍ୱାଳ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ପାସୁ ଆର ଆୟୁଷ ଡା.ତ୍ରିଲୋଚନ ବରାଳ କନଟିକ୍ରାରୁ ଯିବାର ଆଏବାର କରୁଛନ୍‌। ଏନ୍‌ତାଥି ଅନେକ ସମିଆରେ ରୁଗୀ ସେବା ପରଭାବିତ ହେଉଥିବାର ଅଂଚଲବାସୀ ଅଭିଯୋଗ କରିଛନ୍‌। ସେନ୍‌ତା ଉଭଏ ଡାକ୍‌ତର ଷ୍ଟାଫ କ୍ୱାର୍ଟର୍ସରେ ରହି ଚିକିଛା କରବାକେ ଅଂଚଲବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିଛା ଅଧ୍‌କାରୀ ରବିନାରାୟଣ ମିଶ୍ରକୁଁ ପଚ୍‌ରାଲାରୁ ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ତାରିଣୀ ପୀଠର ବିକାଶ ପାଇଁ କଲେ ବଡ଼ ଘୋଷଣା

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ...

ରେକର୍ଡ ଭାଙ୍ଗୁଛି ଶୀତ, ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତର ଲହରି ରେକର୍ଡ ଭାଙ୍ଗିଛି। ଦିନକୁ ଦିନ ତାପମାତ୍ରା ହ୍ରାସ ପାଇ ରବିବାର ସକାଳ ସୁଦ୍ଧା ୭.୫...

ବିଦ୍ୟାଳୟରେ ପାଇଖାନା ନ ଥିବା ଘଟଣାକୁ ସହୃଦୟର ସହ ନେଲେ ବିଡିଓ, କହିଲେ ୩ ମାସରେ…

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ ୬...

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୮ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri