ତାଳଚେର,୧୮ା୮(ନି.ପ୍ର.) ତାଳଚେର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପରେ କଣ୍ଟିଜେନ୍ସି ବାବଦ ଅର୍ଥ ହେରଫେର ଘଟଣାର ତଦନ୍ତ କରବିାକୁ ଉପଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କଣ୍ଟିଜେନ୍ସି ଅର୍ଥ ହଡପ, ଇସିସିଇ ଟ୍ରେନିଂ ମମତା ଯୋଜନା, ସ୍ବୟଂ ସହାୟକ ଗୋଷ୍ଠୀ ତାଲିମ ଓ ଅନ୍ୟାନ୍ୟ ରିଫ୍ରେସର ଟ୍ରେନିଂ ବାବଦକୁ ଆସୁଥିବା ଅର୍ଥର ଠିକ ବିନିଯୋଗ କରାଯାଉ ନ ଥିବା ଅଙ୍ଗନଓ୍ବାଡ଼ି ସଂଘ ପକ୍ଷରୁ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ତେବେ ଉପଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ସିଡିପିଓ, ସୁପରଭାଇଜରମାନେ ତରବରିଆଭାବେ ପୌରାଞ୍ଚଳର ସମସ୍ତ କେନ୍ଦ୍ରକୁ ୮ଟି ସେଟ୍ ଲେଖାଏଁ ପ୍ଲାଷ୍ଟିକ ସାମଗ୍ରୀ ଯୋଗାଇ ଦେଇ ଏକ ସାଦା କାଗଜରେ ସମସ୍ତ କର୍ମୀମାନଙ୍କ ଠାରୁ ଦସ୍ତଖତ କରାଇ ନେଇଥିବା ସଂଘ ଅଭିଯୋଗ କରିଛି। କିଛି କେନ୍ଦ୍ରକୁ ୪/୫ ଟି ସେଟ୍ ଦିଆଯାଇଛି। କିନ୍ତୁ ଗ୍ରାମାଞ୍ଚଳର କୌଣସି କେନ୍ଦ୍ରକୁ ପ୍ଲାଷ୍ଟିକ ସାମଗ୍ରୀ ଯୋଗାଣ ହୋଇନାହିଁ। ଏହି କଣ୍ଟିଜେନ୍ସି ବାବଦକୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ସଂଘ ଅଭିଯୋଗ ଆଣିଛି। ଘଟଣାରେ ବିଡିଓ ଓ ସହକାରୀ ଜିଲାପାଳ ଯୁଗ୍ମସ୍ତରୀୟ ତଦନ୍ତ କରାଯିବା ନେଇ ପତ୍ର ସଂଖ୍ୟା ୬୩୮୩ରେ ଗତ ୧୯ା୦୭ା୧୯ ତାରିଖରେ ଲିଖିତ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷେ ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ସଂଘ ଦାବି କରିଛି। ଏ ସମ୍ପର୍କରେ ସିଡିପିଓ ଲୀଳାବତୀ ନାଗଙ୍କୁ ଯୋଗାଯୋଗ କରିବାରେ କହିଛନ୍ତି, କଣ୍ଟିଜେନ୍ସି ଅର୍ଥର ଠିକ ବିନିଯୋଗ କରାଯାଇଛି ା ଅଭିଯୋଗର କୌଣସି ସତ୍ୟତା ନାହିଁ।
ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପରେ ଅର୍ଥ ହେରଫେର ଘଟଣା; ତଦନ୍ତ ନିର୍ଦ୍ଦେଶ ଦେଲେ ଉପଜିଲାପାଳ
Posted inଆମ ଜିଲା ଖବର, ଢେଙ୍କାନାଳ View All
କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ
ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...
୫ରୁ ଉଠାଇବେନି ଧାନ, ଅଡୁଆରେ ଚାଷୀ: ସରକାରଙ୍କୁ ମିଲର୍ସଙ୍କ ଚେତାବନୀ
ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ):ଆଉ ୨ଦିନ ପରେ ବରଗଡ଼ ଜିଲାରେ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦେଢ଼ମାସ ପୂରିବ। ଅଥଚ ଏପର୍ଯ୍ୟନ୍ତ ଜିଲାରେ ଧାନ କିଣାବିକା ସମସ୍ୟାର ସମାଧାନ...
ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...
ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…
ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...
ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍: ପୁରୁଷୋତ୍ତମପୁର ଏସ୍ଡିପିଓ, ଗଞ୍ଜାମ ଥାନା ପ୍ରଥମ
ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍ ନେଟ୍ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍ଏସ୍) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍...
ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …
ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...
Archives


