ସବୁ ସ୍କୁଲରେ ‘ପିଲାଟିଏ- ଗଛଟିଏ’ ଅଭିଯାନ

ବ୍ରହ୍ମପୁର ଅଫିସ୍‌,୨୦ା୬-ବାରମ୍ବାର ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହେଉଛି ଗଞ୍ଜାମ ଜିଲା। ଗୋଟିଏ ପରେ ଗୋଟିଏ ବାତ୍ୟା ଏ ଜିଲାର ସବୁଜିମାକୁ ନଷ୍ଟ କରିବାରେ ଲାଗିଛି। ସରକାରୀ ଏବଂ ବେସରକାରୀ ସଂସ୍ଥାଗୁଡ଼ିକ ତରଫରୁ ବ୍ୟାପକ ଚାରାରୋପଣ କରାଯାଉଛି। ହେଲେ ତାହା ଯଥେଷ୍ଟ ହେଉନି। ଏଭଳି ଏକ ସମୟରେ ଗଞ୍ଜାମ ଜିଲାକୁ ସବୁଜିମାରେ ଭରିଦେବା ପାଇଁ ଜିଲା ପ୍ରଶାସନ ଏକ ଅଭିନବ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏହାର ନାମ ହେଲା ‘ପିଲାଟିଏ- ଗଛଟିଏ’। ଜିଲାର ପ୍ରାୟ ୫ ଲକ୍ଷ ସ୍କୁଲପଢ଼ୁଆ ଛାତ୍ରୀଛାତ୍ରଙ୍କୁ ଚାରା ପ୍ରଦାନ କରାଯିବ। ସେମାନେ ନିଜ ଘର ଆଖପାଖ ଅଞ୍ଚଳରେ ତାହାକୁ ରୋପଣ କରିବେ। ଆସନ୍ତା ୨୬ତାରିଖରେ ବିଦ୍ୟାଳୟ ଖୋଲିବା ପରେ ଅଭିଯାନ କାର୍ଯ୍ୟକାରୀ କରାଯିବ।
ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉଦ୍ୟମରେ ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏନେଇ ଜିଲାପାଳ କୁଲାଙ୍ଗେ ସମସ୍ତ ବିଡିଓ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି, ବିଗତ ବର୍ଷରେ ସ୍ବଚ୍ଛ ଭାରତ ଅଭିଯାନ ଏବଂ ପରିମଳ ବିଦ୍ୟାଳୟ ଯୋଜନାକୁ ସଫଳ କରିବାରେ ଛାତ୍ରୀଛାତ୍ରମାନେ ବେଶ୍‌ ଆଗ୍ରହ ଦେଖାଇଥିଲେ। ଏଣୁ ଚଳିତ ବର୍ଷ ଖରା ଛୁଟି ଶେଷ ହୋଇ ବିଦ୍ୟାଳୟ ଖୋଲିବା ପରେ ‘ପିଲାଟିଏ- ଗଛଟିଏ’ ଅଭିଯାନ କାର୍ଯ୍ୟକାରୀ କରାଯିବ। ବ୍ଲକସ୍ତରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଜିଲାସ୍ତରରେ ଜିଲା ଶିକ୍ଷା ଅଧିକାରୀ ଏହାର ନୋଡାଲ୍‌ ଅଫିସର୍‌ ରହିବେ। ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ନିଜ ବ୍ଲକରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସଂଖ୍ୟା ସମ୍ପର୍କରେ ବିଡିଓଙ୍କୁ ଅବଗତ କରିବେ। ତାଲିକା ମିଳିବା ପରେ ବିଡିଓ ଆବଶ୍ୟକତା ଅନୁଯାୟୀ ଚାରା ଯୋଗାଡ଼ କରିବେ। ଏଥିରେ ସେ ବନ ବିଭାଗ, ମୃର୍ତ୍ତିକା ସଂରକ୍ଷଣ ବିଭାଗ ଏବଂ ଉଦ୍ୟାନ ବିଭାଗର ସାହାଯ୍ୟ ନେବେ। ଚାରା ମିଳିବା ପରେ ବିଦ୍ୟାଳୟରେ ପହଞ୍ଚାଇବା ଦାୟିତ୍ୱ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କର। ଏହା ପରେ ଛାତ୍ରୀଛାତ୍ରଙ୍କୁ ଚାରା ଯୋଗାଣ କରାଯିବ। ତେବେ ଏଥିପାଇଁ ସମସ୍ତ ବିଦ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ପଞ୍ଚାୟତ ପ୍ରତିନିଧି, ଅଭିଭାବକ ଏବଂ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଏହି କାର୍ଯ୍ୟକ୍ରମକୁ ଅତିଥି ଭାବେ ନିମନ୍ତ୍ରଣ କରାଯିବ। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କୁ ଚାରା ବଣ୍ଟନ କରାଯିବ। କେବଳ ଏତିିକି ନୁହେଁ, ଛାତ୍ରୀଛାତ୍ରମାନଙ୍କୁ ଚାରା ରୋପଣ ପ୍ରଣାଳୀ ଯଥା ମାଟି ଖୋଳିବା, ଖତ ଦେବା, ପାଣି ସିଞ୍ଚନ ସମ୍ପର୍କରେ ମଧ୍ୟ ତାଲିମ ଦିଆଯିବ। ଚାରା ମିଳିବାର ଗୋଟିଏ ଦିନ ଭିତରେ ଛାତ୍ରୀଛାତ୍ରମାନେ ତାକୁ ରୋପଣ କରିବେ। ସେମାନେ ଚାହିଁଲେ, ନିଜ ଘର ଆଖପାଖ ଅଞ୍ଚଳ କିମ୍ବା ଖାଲି ସ୍ଥାନରେ ତାହାକୁ ରୋପଣ କରିବେ। ଯଦି ଜାଗା ନ ପାଆନ୍ତି, ତେବେ ବିଦ୍ୟାଳୟରେ ମଧ୍ୟ ରୋପଣ କରାଯାଇପାରିବ। ବିଦ୍ୟାଳୟସ୍ତରରେ କାର୍ଯ୍ୟକ୍ରମ ଆୟୋଜନଠାରୁ ଚାରା ରୋପଣ ପର୍ଯ୍ୟନ୍ତ ବିଡିଓ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ପ୍ରଧାନଶିକ୍ଷକମାନେ ତତ୍ତ୍ୱାବଧାନ କରିବେ। ଗୋଟିଏ ବର୍ଷ ପରେ ଏହି ଅଭିଯାନର ସମୀକ୍ଷା ଏକ ସ୍ବତନ୍ତ୍ର ଟିମ୍‌ ଦ୍ୱାରା କରାଯିବ। ସଫଳ ଛାତ୍ରୀଛାତ୍ରଙ୍କୁ ବନମହୋତ୍ସବ କାର୍ଯ୍ୟକ୍ରମରେ ପ୍ରମାଣପତ୍ର ପ୍ରଦାନ ସହ ପୁରସ୍କୃତ କରାଯିବ।
ଜିଲାପାଳ କୁଲାଙ୍ଗେ କହିଛନ୍ତି, ବିଦ୍ୟାଳୟ ଖୋଲିବା ପରେ ଏହି ଅଭିଯାନ କାର୍ଯ୍ୟକାରୀ ହେବ। ପ୍ରାୟ ୧୦ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ଜିଲାବ୍ୟାପିପ୍ରାୟ ୫ଲକ୍ଷ ପିଲା ସାମିଲ ହେବେ। ବର୍ଷକ ପରେ ‘ଗଛ ସହ ସେଲ୍‌ଫି’ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଯେଉଁମାନଙ୍କ ଗଛ ଭଲ ଥିବା ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
ଜିଲା ଶିକ୍ଷା ଅଧିକାରୀ ଡ. ସନାତନ ପଣ୍ଡା କହିଛନ୍ତି, ଚାରା ଯୋଗାଣର ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ପ୍ରତ୍ୟେକ ବ୍ଲକସ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ଏହାର ଦାୟିତ୍ୱରେ ରହିଛନ୍ତି। ପୂର୍ବ ଯୋଜନାଗୁଡ଼ିକ ଭଳି ଏହି ଯୋଜନା ମଧ୍ୟ ସଫଳ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…

ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri