ସଫେଇ ବାହାନାରେ ଜମିଲା ଭୋଜି

ଅନୁଗୋଳ ଅଫିସ, ୩୦।୪ – ଲକ୍‌ଡାଉନ୍‌ କଟକଣାକୁ ଉଲ୍ଲଂଘନ କରିଛନ୍ତି ଅନୁଗୋଳ ପୌରପାଳିକାର କେତେଜଣ କର୍ମଚାରୀ। ଡିସ୍‌ ସଫେଇ ବାହାନାରେ ସେମାନେ କଳାକେନ୍ଦ୍ରରେ ବୁଧବାର ଭୋଜିର ଆୟୋଜନ କରିଥିବା ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ଭୋଜିରେ ବିଜେଡିର କିଛି ନେତା ଓ କେତେଜଣ ଠିକାଦାର ସାମିଲ ଥିବା କୁହାଯାଉଛି।
ଅନୁଗୋଳ ସହରରେ ଥିବା କଳାକେନ୍ଦ୍ରରେ ବିଭିନ୍ନ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବୈଠକ କରାଯାଇଥାଏ। ତେବେ କରୋନା ପାଇଁ ଏବେ ସେସବୁ ବନ୍ଦ ରଖାଯାଇଛି। କିନ୍ତୁ ପୌର କର୍ମଚାରୀମାନେ ଏହାକୁ ଗୋଦାମରେ ପରିଣତ କରି ଦେଇଛନ୍ତି। ଅଳିଆ ସଫା ଗାଡ଼ି ଠାରୁ ଆରମ୍ଭ କରି ବିଜୁଳି ବିଭାଗର ବିଭିନ୍ନ ସାମଗ୍ରୀ ଏହି କଳାକେନ୍ଦ୍ରରେ ରଖାଯାଇଛି। ତେବେ ବୁଧବାର ପୂର୍ବ ପ୍ରସ୍ତୁତି ମୁତାବକ କଳାକେନ୍ଦ୍ରରେ ଭୋଜିର ଆୟୋଜନ କରାଯାଇଥିଲା। କିନ୍ତୁ ଚାବି ପୌରପାଳିକାର ସଫେଇ ଦାୟିତ୍ୱରେ ଥିବା ଅଧିକାରୀଙ୍କ ନିକଟରେ ଥିବାରୁ ଡିସ୍‌ ସଫେଇ ବାହାନାରେ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ କଳାକେନ୍ଦ୍ରର ଚାବି ମଗାଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ଭୋଜିଭାତ। ପାଖାପାଖି ୧୦ରୁ ୧୫ ଜଣ ଏଥିରେ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କିଛି ଜାଣି ନ ଥିବା କହିଛନ୍ତି। ତେବେ ଘଟଣାକୁ ଅତି ଗୁରୁତ୍ୱର ସହ ନେଇ କଳାକେନ୍ଦ୍ରକୁ ଯାଇଥିବା କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି। ଗୁରୁବାର ଏ ନେଇ ଖୋଳତାଡ଼ କରାଯିବ ବୋଲି ନିର୍ବାହୀ ଅଧିକାରୀ ପଣ୍ଡା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଔଷଧର ନାଁ କ୍ୟାପିଟାଲ ଲେଟରରେ ଲେଖ’

କଟକ ଅଫିସ,୧୩।୮: ଏକ ଅନ୍ତରୀଣ ଜାମିନ ଆବେଦନର ଶୁଣାଣିବେଳେ ଡାକ୍ତରମାନଙ୍କ ଖରାପ ହସ୍ତାକ୍ଷରକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଡାକ୍ତରମାନେ ଛୋଟ ଅକ୍ଷରରେ ଔଷଧ...

କଙ୍ଗାରୁ କୋର୍ଟ ନେଲା ଜୀବନ

ନୟାଗଡ଼ ଅଫିସ/ରଣପୁର,୯।୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଖତିଆ ଗଁାରେ କଙ୍ଗାରୁ କୋର୍ଟ ନେଇଛି ଜଣେ ଯୁବକଙ୍କ ଜୀବନ। ମୃତ ଯୁବକ ହେଲେ ସୁନନ୍ଦ ବେହେରା(୩୫)।...

ଭୀମସାରରେ ପୁଣି ୪ କରୋନା ସନ୍ଦିଗ୍ଧ

ସମ୍ବଲପୁର,୧।୪ (ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଭିମସାରରେ ବୁଧବାର ପୁଣି ୪ଜଣ କରୋନା ସନ୍ଦିଗ୍ଧ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ବୁର୍ଲା ଥାନା ଓ...

ଅଙ୍ଗନଓ୍ବାଡି, ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ସଂଗ୍ରହ ହେଲା ୨୨୫୦ ଏନ୍‌-୯୫ ମାସ୍କ

ଛତ୍ରପୁର,୬ା୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କ୍ଷେତ୍ରରେ କାମ କରୁଥିବା ଅଙ୍ଗନଓ୍ବାଡି କର୍ମୀ ଓ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ୩.୮୫ ଲକ୍ଷ ଟଙ୍କାର (୨୨୫୦ଟି) ଏନ୍‌-୯୫ ମାସ୍କ ସୋମବାର...

ମହାପ୍ରଭୁଙ୍କୁ ନେଇ କାର୍ଟୁନ: ଶ୍ରଦ୍ଧାଳୁ, ସେବାୟତଙ୍କ ନାପସନ୍ଦ

ପୁରୀ ଅଫିସ,୫।୭: ମହାପ୍ରଭୁଙ୍କୁ ନେଇ ହୋଇଥିବା ଏକ କାର୍ଟୁନ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନୀଳାଦ୍ରିବିଜେ କାହାଣୀକୁ ନେଇ ଏହି କାର୍ଟୁନ କରାଯାଇଛି। ଭାଇ,...

ରେଳସାଇଡିଂରୁ ମିଳିଥିବା ଆର୍ଥତ୍କ ସହାୟତା ରାଶି ହଡପ ଅଭିଯୋଗ: ସରପଞ୍ଚଙ୍କୁ ଘେରିଲେ ଗ୍ରାମବାସୀ

ଯୋଡା, ୧୬ା୬(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ଜଲହରି ଗ୍ରାମପଞ୍ଚାୟତରେ ଥିବା ଏସେଲ ଖଣି କମ୍ପାନୀର ଆପାହାତୁ ରେଳସାଇଡିଂରୁ ମିଳିଥିବା ଆର୍ଥତ୍କ ସହାୟତା ରାଶିକୁ ହଡପ କରାଯାଇଥିବା...

ନିରାକାରପୁର-ଭୂଷଣ୍ଡପୁର ମଝି ରେଳଧାରଣାରେ ଅଘଟଣ: ଟ୍ରେନ୍‌ରେ ଲାଗିଲା ନିଆଁ

ନିରାକାରପୁର,୯।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ନିରାକାରପୁର-ଭୂଷଣ୍ଡପୁର ମଝିରାସ୍ତା ରେଳଧାରଣାରେ ଗୁରୁବାର ଏକ ଚଳନ୍ତା କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଯାଇଛି। ତେବେ ହରିପୁର ଗେଟ୍‌...

ଖଇରମାଳ ଫୁଟବଲ୍‌: ତୁରୁମ ସେମିରେ

ବିନିକା,୧୭ା୧୨(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ଗ୍ରାପ ଖଇରମାଳ ଗ୍ରାମ ହରିଶଙ୍କର ଯୁବକ ସଂଘ ଆନୁକୂଲ୍ୟରେ ଚାଲିଥିବା ପଞ୍ଚାୟତସ୍ତରୀୟ ଫୁଟବଲ୍‌ କପ୍‌ର ଦ୍ୱିତୀୟ ଦିବସ ମ୍ୟାଚ୍‌...

Advertisement
Archives

Model This Week