ସଫେଇ ନାଁରେ ସରକାରୀ ଅଫିସ୍‌ ପରିସରରୁ ମୂଲ୍ୟବାନ ଗଛ ଚାଲାଣ

ବାଲେଶ୍ୱର ଅଫିସ, ୧୯।୭-ବାଲେଶ୍ୱର ଜଳସେଚନ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଥିବା ନିମ୍ବ, ଆକାଶୀ, ଶାଗୁଆନ, କଦମ୍ବ, ଆମ୍ବ ଭଳି ୫୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛ କାଟି ୪୦୭ ଏବଂ ପିକଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ଅଫିସ୍‌ ପଛପଟେ ସଫା କରିବା ନାଁରେ ଏପରି କାର୍ଯ୍ୟ କରାଯାଉଥିବା କର୍ମଚାରୀମାନେ କହିଛନ୍ତି। ଅଭିଯୋଗ ପାଇ ବନବିଭାଗ ଦ୍ୱାରା ତଦନ୍ତ ଆରମ୍ଭ ହୋଇଛି।
ଜଳସେଚନ ବିଭାଗ ବାଲେଶ୍ୱର ନିର୍ବାହୀଯନ୍ତ୍ରୀ କାର୍ଯ୍ୟାଳୟରେ ଥିବା ଏକ ପୋଖରୀ ଚାରିପାଖରେ ଉପରୋକ୍ତ ମୂଲ୍ୟବାନ ଗଛଗୁଡ଼ିକ ଥିଲା। ଚାରିପାଖ ଛୋଟଛୋଟ ଲଟା ଓ ବୁଦାରେ ପରିପୂର୍ଣ୍ଣ ଥିବାବେଳେ ଏହାକୁ ସଫା କରିବା ପାଇଁ ୨ମାସ ପୂର୍ବରୁ ତତ୍କାଳୀନ ନିର୍ବାହୀଯନ୍ତ୍ରୀ ନିରଞ୍ଜନ ମହାଳିକ ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୌଣସି ଅଫିସିଆଲ କାର୍ଯ୍ୟାଦେଶ କିମ୍ବା ଚୁକ୍ତିନାମା ନ ପାଇ ସହକାରୀ ଯନ୍ତ୍ରୀ ଉକ୍ତ ପୋଖରୀ ଆଡ଼ିକୁ ସଫା କରିବା ସହ ୫୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛ କାଟି ଦେଇଥିଲେ। ଏପରିକି ବନବିଭାଗର କୌଣସି ଅନୁମତି ମଧ୍ୟ ଆଣି ନ ଥିଲେ। ଗଛଗୁଡ଼ିକୁ କାଟି ସାରିବା ପରେ ଗଣ୍ଡିଗୁଡ଼ିକୁ ୪୦୭ ଓ ପିକଅପ୍‌ ଭ୍ୟାନ୍‌ରେ ଲୋଡ୍‌ କରି ବାହାରକୁ ଚାଲାଣ କରାଯାଇଛି। ଅନ୍ୟପକ୍ଷରେ ପୋଖରୀରୁ ମାଟି ଉଠାଇ ମୂଳଗୁଡ଼ିକ ପୋତି ଦିଆଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଗଛର ବଙ୍କାଟଙ୍କା ଅଂଶ ସହିତ ଡାଳ ଓ ପତ୍ରକୁ ନିଆଁ ଲଗାଇ ପୋଡ଼ି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରାଯାଉଥିବା ବିଭିନ୍ନ ମହଲରୁ ଅଭିଯୋଗ ହୋଇଥିଲା। ଏନେଇ ସମ୍ପୃକ୍ତ ବିଭାଗର ନିର୍ବାହୀଯନ୍ତ୍ରୀ ଦାୟିତ୍ୱରେ ଥିବା ଆର୍ତତ୍ରାଣ ସାହୁଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ଉକ୍ତ ପୋଖରୀ ଚାରିପାଖ ବଣଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିବାରୁ ସଫା କରିବା ପାଇଁ ଅଫିସ୍‌ କର୍ମଚାରୀମାନଙ୍କୁ କୁହାଯାଇଥିଲା। ସେଥିପାଇଁ କୌଣସି ପ୍ରକଳ୍ପ କିମ୍ବା କାର୍ଯ୍ୟାଦେଶ କିମ୍ବା ଚୁକ୍ତିନାମା ହୋଇ ନ ଥିଲା କି ଥିବା ଗଛଗୁଡ଼ିକ କଟାଯିବାର ନିଷ୍ପତ୍ତି ନିଆଯାଇ ନ ଥିଲା। ଗଛ କଟା ଯାଇଥିବା ବିଷୟରେ ତାଙ୍କୁ ଜଣା ନ ଥିବା ବେଳେ ବହୁଶୀଘ୍ର ତଦନ୍ତ କରି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ସମ୍ପର୍କରେ ବନ ଅଧିକାରୀ ବିଶ୍ୱରାଜ ପଣ୍ଡା କହନ୍ତି, ଜିଲା ଜଳସେଚନ ବିଭାଗ ଅଫିସ୍‌ ପକ୍ଷରୁ ଗଛ କାଟିବା ପାଇଁ କୌଣସି ଅନୁମତି ଆବେଦନ କରି ନାହାନ୍ତି କି କୌଣସି ପ୍ରକାର ଅନୁମତି ଦିଆଯାଇ ନାହଁି। ଗୁରୁବାର ସ୍ଥାନୀୟ ରେଞ୍ଜରଙ୍କୁ ପଠାଇ ତଦନ୍ତ ଆରମ୍ଭ କରାଯାଇଛି। ସହକାରୀ ଯନ୍ତ୍ରୀ ହରେକୃଷ୍ଣ ଧଳ କହିଛନ୍ତି ଯେ, ପୋଖରୀ ଚାରିପାଖ ବଣଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିଲା। ସେଠାରେ ରହୁଥିବା ଲୋକମାନେ ଏଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏପରିକି ପୋଖରୀ ବ୍ୟବହାର ଅନୁପଯୋଗୀ ହୋଇପଡିଥିଲା। ପୋଖରୀକୁ ପରିଷ୍କାର କରିବା ସହ ବଣ ଜଙ୍ଗଲକୁ ସଫା କରାଯାଇଛି। ଉପୁଡ଼ି ପଡ଼ିଥିବା କେତେକ ଗଛକୁ କାଟି ଅଫିସ୍‌ରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri