ସଫେଇବାଲା ସାଜିଲେ ସିନେ ତାରକା

ଭୁବନେଶ୍ୱର, ୧।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଶନିବାର ଓ୍ବାର୍ଡ ନଂ. ୭ରେ ଦ୍ୱିତୀୟ ସାମୂହିକ ସଫେଇ କାର୍ଯ୍ୟକ୍ରମ ଶେଷ ହୋଇଛି। ଭୁବନେଶ୍ୱରରେ ପରିମଳ ଓ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆରମ୍ଭ କରାଯାଇଥିବା ‘ମୁଁ ସଫେଇବାଲା’ ଅଭିଯାନ ଅଧୀନରେ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଆଗ୍ରହୀ ନାଗରିକଙ୍କ ସହ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଆ ସିନେ ତାରକା ଅଶ୍ରୁମୋଚନ ମହାନ୍ତି ଏବଂ ଅନ୍ତର୍ଯ୍ୟାମୀ ପଣ୍ଡା (ପୁଣ୍ଟୁୁ ଭାଇନା) ‘ମୁଁ ସଫେଇବାଲା’ ସାଜି ଯୋଗ ଦେଇଥିବା ନାଗରିକଙ୍କ ସହ ସଫେଇ କାର୍ଯ୍ୟ କରିଥିଲେ। ସହରକୁ ଏବଂ ରାସ୍ତାକୁ ନିଜର ମନେକରି ଏହାକୁ ସଫା ରଖିବା ଆମମାନଙ୍କ ଦାୟିତ୍ୱ। ଏଗୁଡ଼ିକ ପରିଷ୍କାର ରହିବାରେ ଜନସାଧାରଣଙ୍କର ଆମତ୍ୀୟତାପୂର୍ଣ୍ଣ ସହଯୋଗ ‘ମୁଁ ସଫେଇବାଲା’ ଅଭିଯାନକୁ ସାକାର କରିବ ବୋଲି ସିନେ କଳାକାର ଅଶ୍ରୁମୋଚନ କହିଥିଲେ।

ଶୈଳଶ୍ରୀବିହାରସ୍ଥିତ ଜଗନ୍ନାଥ ମନ୍ଦିରଠାରୁ ସକାଳ ସାଢେ ୭ଟାରୁ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ କେବଳ ସାମୂହିକ ସଫେଇ ନୁହେଁ ବରଂ ସେହି ଅଞ୍ଚଳର ବିଭିନ୍ନ ପରିବାର ଏବଂ ଦୋକାନଗୁଡ଼ିକୁ ଯାଇ ଅଂଶଗ୍ରହଣକାରୀ ଅଧିକାରୀ, କର୍ମଚାରୀ ଓ ନାଗରିକମାନେ ପରିମଳ ବାବଦରେ ସଚେତନ କରିଥିଲେ। ସର୍ବସାଧାରଣ ସ୍ଥାନକୁ ଅପରିଷ୍କାର ନ କରିବାକୁ ଅନୁରୋଧ କରିଥିଲେ। ଏହାଛଡ଼ା ସର୍ବସାଧାରଣ ସ୍ଥାନରେ ନିର୍ମାଣ ଓ ଭଗ୍ନାବଶେଷ ସାମଗ୍ରୀ ରଖିବା, ଦୋକାନ କରି ସର୍ବସାଧାରଣ ରାସ୍ତାକୁ ଆବର୍ଜନା କରିବା ଇତ୍ୟାଦି ନିମନ୍ତେ ଉଚ୍ଛେଦ କରାଯିବା ସହ ଖିଲାପକାରୀଙ୍କଠାରୁ ୨୩,୨୦୦ ଟଙ୍କାର ଜରିମାନା ମଧ୍ୟ ଆଦାୟ କରାଯାଇଥିଲା।

ବିଏମ୍‌ସି, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌)ର ମିଳିତ ସହଯୋଗରେ କରାଯାଉଥିବା ସାମୂହିକ ସଫେଇ କାର୍ଯ୍ୟକ୍ରମରେ ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ, ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ଶବର, ଜୋନାଲ୍‌ ଡେପୁଟି କମିଶନର (ରାଜସ୍ବ) ଶ୍ରୀମନ୍ତ ମିଶ୍ର ଏବଂ ଜୋନାଲ୍‌ ଡେପୁଟି କମିଶନର (ଦକ୍ଷିଣ-ପଶ୍ଚିମ ଜୋନ୍‌) ରବି ନାରାୟଣ ଜେଠୀ ଉପସ୍ଥିତ ଥିଲେ। ଉତ୍ତର ଜୋନର ଜୋନାଲ୍‌ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି ଏବଂ ଡେପୁଟି କମିଶନର ପରିମଳ ଶୁଭେନ୍ଦୁ କୁମାର ସାହୁ ଉପସ୍ଥିତ ରହି କାର୍ଯ୍ୟକୁ ତ୍ୱରାନ୍ବିତ କରିଥିଲେ।

ଉଲ୍ଲେଖଯୋଗ୍ୟ, ସାମୂହିକ ସଫେଇକୁ ବ୍ୟବସ୍ଥିତ କରିବାକୁ ୪ଟି ଦଳରେ ଅଂଶଗ୍ରହଣକାରୀଙ୍କୁ ଭାଗ କରାଯାଇଥିଲା। ପ୍ରଥମ ଦଳ ଜଗନ୍ନାଥ ମନ୍ଦିରଠୁ ଏଲ୍‌ସି କ୍ୱାର୍ଟର, ଡୁପ୍ଲେକ୍ସ ସାମ୍ନା ସର୍ଭିସ୍‌ ଲେନ୍‌ ଏବଂ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଓ ଫେଜ୍‌-୨ ର ଉଭୟପାର୍ଶ୍ୱ ରାସ୍ତାକୁ ଯାଇ ସଫେଇ କରିଥିଲେ। ଦ୍ୱିତୀୟ ଦଳ ଜଗନ୍ନାଥ ମନ୍ଦିରଠୁ ବାହାରି ଏଫ୍‌ ଆଣ୍ଡ କ୍ୱାର୍ଟର୍ସ ଅଞ୍ଚଳର ଗଳିଗୁଡିକୁ ଯାଇଥିଲେ। ତୃତୀୟ ଦଳ ଜଗନ୍ନାଥ ମନ୍ଦିରଠୁ ମଙ୍ଗଳା ମନ୍ଦିର ଛକ ଭାୟା ଲେବର୍‌ ଛକ ଏବଂ ଭିଆଇଏମ୍‌-୧ରୁ ୪୦୦ ପର୍ଯ୍ୟନ୍ତ ଯାଇଥିଲେ। ଚତୁର୍ଥ ଦଳ ସାଇ ମନ୍ଦିର ରାସ୍ତାରୁ ବାମ ପଟକୁ ଯାଇ ଭିଆଇଏମ୍‌-୪୦୧ରୁ ୮୫୦ ପର୍ଯ୍ୟନ୍ତ ଯାଇଥିଲେ। ଏହି ଦଳଗୁଡିକର ସହଯୋଗ କରିବାକୁ ଏନ୍‌ଜିଓ, ସିଏଫ୍‌ଏଆର୍‌, ମୌସୁମୀ, ଜୟ ଓଡ଼ିଶା ଏବଂ କେୟାର୍‌ ୱାଲର୍‌ଡର ସଦସ୍ୟମାନେ ରହିଥିଲେ। ଆବାସିକ ସଙ୍ଗଠନର ନେତୃବୃନ୍ଦ, ଛାତ୍ରୀଛାତ୍ର, ବିଏମ୍‌ସି ସହ କାର୍ଯ୍ୟ କରୁଥିବା ପରିମଳ ସଂସ୍ଥା ରାମ୍‌କୀର ସଫେଇ କର୍ମୀମାନେ ଏଥିରେ ଭାଗ ନେଇଥିଲେ। ସାରା ସହରରେ ଏବେ ମଁୁ ସଫେଇବାଲା ଅଭିଯାନ ଚାଲୁ ରହିଥିବା ବେଳେ ଏପରି ସାମୂହିକ ସଫେଇ କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri