ସଫଳତା ପୂର୍ବରୁ ଟ୍ରେନ୍‌ରେ ଗୀତ ଗାଉଥିଲେ ଆୟୁଷ୍ମାନ୍‌

ମୁମ୍ବାଇ: ବି-ଟାଉନର ସବୁଠାରୁ ଲୋକପ୍ରିୟ ଅଭିନେତାମାନଙ୍କ ମଧ୍ୟରୁ ଆୟୁଷ୍ମାନ୍‌ ଖୁରାନା ଅନ୍ୟତମ। ସେ ଯେଉଁ ଗୀତ ଗାଆନ୍ତି ଏବଂ ଯେଉଁ ଫିଲ୍ମରେ ଅଭିନୟ କରନ୍ତି ସବୁ ହିଟ୍‌ ହୋଇଯାଏ। ଆୟୁଷ୍ମାନ୍‌ଙ୍କ ଅଭିନୀତ ଫିଲ୍ମ ‘ଅନ୍ଧାଧୂନ୍‌’ ଏବଂ ‘ବଧାଇ ହୋ’କୁ ଅନେକ ନ୍ୟାଶନାଲ୍‌ ଆଓ୍ବାର୍ଡ ମିଳିଛି। ଏହାସହ ସେ ନିଜେ ମଧ୍ୟ ଶ୍ରେଷ୍ଠ ଅଭିନେତା ଭାବେ ନ୍ୟାଶନାଲ ଆଓ୍ବାର୍ଡ ହାସଲ କରିଛନ୍ତି। ବଲିଉଡ୍‌ରେ ଏଣ୍ଟ୍ରି କରିବାର ଅଳ୍ପ ଦିନ ମଧ୍ୟରେ ଆୟୁଷ୍ମାନ୍‌ ନିଜର ନିଷ୍ଠା ଏବଂ ଉଚ୍ଚକୋଟୀର ଅଭିନୟ ପାଇଁ ହିନ୍ଦୀ ସିନେମା ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି। କେବଳ ଏତିକି ନୁହେଁ, ସେ ଜଣେ ଲୋକପ୍ରିୟ ଗାୟକ ମଧ୍ୟ। ତେବେ ଅଧୁନା ଏତେ ସଫଳତା ଓ ଲୋକପ୍ରିୟତା ହାସଲ କରିଥିବା ଆୟୁଷ୍ମାନ୍‌ଙ୍କ ଷ୍ଟ୍ରଗଲ୍‌ ବିଷୟରେ ଆସନ୍ତୁ କିଛି ଜାଣିବା।
ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍‌କାରରେ ଆୟୁଷ୍ମାନ୍‌ ସଫଳତା ପାଇବା ପୂର୍ବରୁ ତାଙ୍କର ଷ୍ଟ୍ରଗଲ୍‌ ସମୟକୁ ନେଇ କିଛି ଖୁଲାସା କରିଥିଲେ। ସେ କହିଥିଲେ, ଯେତେବେଳେ ସେ ଥିଏଟର ଶୋ’ କରିବାକୁ ଯାଉଥିଲେ, ସେ ଟ୍ରେନ୍‌ରେ ଗୀତ ଗାଇ ଟଙ୍କା ରୋଜଗାର କରୁଥିଲେ। ଏଭଳି କରିବା ଦ୍ୱାରା ସେ ଗୋଆ ଟ୍ରିପ୍‌ ପାଇଁ ଟଙ୍କା ଜମା କରିପାରୁଥିଲେ। ଏଇଥିପାଇଁ ସେ ଆଜି ଠିକ୍‌ଠାକ୍‌ ଗୀତ ଗାଇପାରୁଛନ୍ତି ବୋଲି ଆୟୁଷ୍ମାନ୍‌ କହିଛନ୍ତି।
ଏମିତିରେ ସମସ୍ତେ ଜାଣନ୍ତି କ୍ୟାରିୟରକୁ ନେଇ ଆୟୁଷ୍ମାନ୍‌ ଟିକେ ସିରିୟସ୍‌। ସେ ଯେକୌଣସି ଫିଲ୍ମରେ ଅଭିନୟ କରିବାକୁ ରାଜି ହୁଅନ୍ତି ନାହିଁ। ଭାବିଚିନ୍ତି ଫିଲ୍ମର ସ୍କ୍ରିପ୍ଟ ଚୟନ କରନ୍ତି। ତେବେ ବଲିଉଡ୍‌ରେ ନିଜର ଡେବ୍ୟୁ କରିବା ପୂର୍ବରୁ ପ୍ରାୟ ୫-୬ ଫିଲ୍ମ ଅଫର୍‌କୁ ମନା କରିଦେଇଥିଲେ। ଗୋଟିଏ ଭଲ ଫିଲ୍ମ କରିବାକୁ ସେ ଅନେକ ଫିଲ୍ମକୁ ମନାକରି ଦେଇଥିବା କହିଛନ୍ତି। ଆୟୁଷ୍ମାନ୍‌ଙ୍କ କହିବା ହେଲା, ପ୍ରଥମ ଫିଲ୍ମ ସବୁବେଳେ ସ୍ବତନ୍ତ୍ର ହେବା ଉଚିତ୍‌। ତେବେ ୨-୩ଟି ଫିଲ୍ମ କରିବା ପରେ ସାମାଜିକ ପ୍ରସଙ୍ଗ ଓ ସମସ୍ୟାକୁ ନେଇ ଫିଲ୍ମ କରିବାକୁ ତାଙ୍କର ଇଚ୍ଛା ଥିଲା।
ସେହିଭଳି ବଲିଉଡ୍‌ରେ ଚାଲିଥିବା ନେପୋଟିଜମ୍‌ ବା ପରିବାରବାଦକୁ ନେଇ ମଧ୍ୟ ଆୟୁଷ୍ମାନ୍‌ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଷ୍ଟାର୍‌ କିଡ୍‌ମାନଙ୍କୁ ବଲିଉଡ୍‌ରେ ପ୍ରଥମ ବ୍ରେକ୍‌ ତ ମିଳିଯାଏ। ହେଲେ ଆଗକୁ ସେମାନଙ୍କ ପାଇଁ ରାସ୍ତା ବହୁତ କଠିନ ହୋଇଥାଏ। ଷ୍ଟାର୍‌ କିଡ୍‌ମାନେ ନିଜର ଶତ ପ୍ରତିଶତ ପର୍‌ଫର୍ମାନ୍ସ ଦେବା ପରେ ମଧ୍ୟ ଦର୍ଶକେ ସନ୍ତୁଷ୍ଟ ହୁଅନ୍ତିନାହିଁ। ହେଲେ ମୁଁ ୫୦ ପ୍ରତିଶତ ପ୍ରଚେଷ୍ଟା କଲେ ମଧ୍ୟ ପରିଶ୍ରମ ବଳରେ ଏହା ହାସଲ କରିଛି ବୋଲି ଦର୍ଶକେ କୁହନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଦୁର୍ବ୍ୟବହାର ପ୍ରତିବାଦରେ ଡାକ୍ତର, କର୍ମଚାରୀଙ୍କ ଧାରଣା

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଓ ଡାକ୍ତରଙ୍କୁ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ସୋମବାର...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

ଜାନୁଆରୀ ୧ରୁ କଡ଼ାକଡ଼ି ହେବ ଗାଡ଼ି ଚେକିଂ, ଏହି ସାର୍ଟିଫିକେଟ ନ ଥିଲେ ମିଳିବନି ପେଟ୍ରୋଲ!

ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ ତାରିଖରୁ ଜୋରଦାର ଗାଡ଼ି ଚେକିଂ ହେବ। ଏନେଇ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି। ସେ କହିଛନ୍ତି, MVI ନିୟମ...

ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ: ପୋଲିସ ପାଟ୍ରୋଲିଂକୁ କରାଯିବ କଡାକଡ଼ି

ଦାରିଙ୍ଗବାଡି, ୨୨ା୧୨ (ଅରୁଣ ସାହୁ): ଆଉ ମାତ୍ର ୨ ଦିନ ପରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ହେବ। ଏଥିପାଇଁ ସବୁଠି ଆନନ୍ଦର ଲହରି ଦେଖା ଦେଇଛି।...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଅତିଷ୍ଠ ହେଉଛି ସାମାଜିକ ବାସନ୍ଦ: ପରିବାର ସହ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଲେ ବ୍ୟକ୍ତି

ଦିଗପହଣ୍ଡି,୨୨।୧୨: ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ସାମାଜିକ ବାସନ୍ଦର ଶିକାର ହୋଇ ଶେଷରେ ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ଜଣେ ବ୍ୟକ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri