‘ସପ୍ତାହକୁ ୩ ଦିନ ତୋଳାହେଉ କେନ୍ଦୁପତ୍ର’

ଭୁବନେଶ୍ୱର,୧୨।୪(ବ୍ୟୁରୋ): ସାରା ଦେଶରେ କରୋନା ମୁକାବିଲା ପାଇଁ ଲକ୍‌ଡାଉନ ଜାରି ରହିଛି। ଓଡ଼ିଶାରେ ମଧ୍ୟ ଚଳିତ ମାସ ୩୦ତାରିଖ ଯାଏ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ଏଥିଯୋଗୁ କେନ୍ଦୁପତ୍ର ସଂଗ୍ରହ, ବିକ୍ରୟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସାମାଜିକ ଦୂରତା ରକ୍ଷାକରି ଯଦି ଏହି କାର୍ଯ୍ୟ ଆରମ୍ଭ କରାଯାଇପାରନ୍ତା, ତେବେ ଏକ ବଡ଼ ବର୍ଗ ଉପକୃତ ହୁଅନ୍ତେ। ରାଜ୍ୟ ସରକାର କୃଷି କାର୍ଯ୍ୟ ଯଥାରୀତି ଚାଲୁ କରିବା ପାଇଁ ମଧ୍ୟ ମତ ରଖିଛନ୍ତି। ତେଣୁ ତୁରନ୍ତ କେନ୍ଦୁପତ୍ର ତଥା ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ସହ ଜଡିତ ଥିବା ବ୍ୟକ୍ତିବିଶେଷ ମତ ରଖିଛନ୍ତି। କେନ୍ଦୁଝର, କନ୍ଧମାଳ, ବଲାଙ୍ଗୀର, ଅନୁଗୋଳ, ସମ୍ବଲପୁର,କୋରାପୁଟ ଏବଂ ମୟୂରଭଞ୍ଜ ଜିଲାରେ କେନ୍ଦୁପତ୍ର ତୋଳାଯାଇଥାଏ। ଏହିସବୁ ଜିଲାର ପ୍ରାୟ ୬ ଲକ୍ଷ ହେକ୍ଟର ଜାଗାରୁ କେନ୍ଦୁପତ୍ର ଉତ୍ପାଦନ ହୁଏ। ୩ରୁ ୪ ମାସ ମଧ୍ୟରେ ଲକ୍ଷ ଲକ୍ଷ ଶ୍ରମଦିବସ ସୃଷ୍ଟି କରିବାର କ୍ଷମତା ଏହି କେନ୍ଦୁପତ୍ର ପ୍ରଦାନ କରିଥାଏ। ରାଜ୍ୟର ବାର୍ଷିକ ୫ ଲକ୍ଷ କୁଇଣ୍ଟାଲ କେନ୍ଦୁପତ୍ର ଉତ୍ପାଦିତ ହୋଇଥାଏ। ମଧ୍ୟପ୍ରଦେଶ ଓ ଛତିଶଗଡ଼ ପରେ ସର୍ବାଧିକ କେନ୍ଦୁପତ୍ର ଓଡ଼ିଶାରେ ଉତ୍ପାଦିତ ହୋଇଥାଏ। ଦେଶର ମୋଟ ଉତ୍ପାଦନର ୨୦% ରାଜ୍ୟରେ ଉତ୍ପାଦିତ ହୁଏ। ଏକଦା ରାଜ୍ୟରେ ୯ ଲକ୍ଷ ପଞ୍ଜୀକୃତ କେନ୍ଦୁପତ୍ର ତୋଳାଳି ଥିବାବେଳେ ଏହି ସଂଖ୍ୟା ଏବେ ସାଢ଼େ ସାତ ଲକ୍ଷରେ ପହଞ୍ଚିଛି। ସେହିଭଳି ପ୍ରାୟ ୨୬,୦୦୦ କେନ୍ଦୁପତ୍ର ବନ୍ଧାଳି ମଧ୍ୟ ରାଜ୍ୟରେ କାର୍ଯ୍ୟ କରୁଛନ୍ତି। ଋତୁକାଳୀନ ଭାବେ ୬ ହଜାର ଏବଂ ପରୋକ୍ଷ ଭାବେ ପ୍ରାୟ ଏକ ଲକ୍ଷ ବ୍ୟକ୍ତିବିଶେଷ କେନ୍ଦୁପତ୍ର ସଂଗ୍ରହ, ବିକ୍ରୟ ସହ ଜଡିତ ରହିଥାନ୍ତି। କେନ୍ଦୁପତ୍ର ସଂଗ୍ରହ ଏବଂ ବିପଣନ ସହ ଜଡିତ ଥିବା କେତେକ ବ୍ୟକ୍ତିବିଶେଷଙ୍କ କହିବାନୁଯାୟୀ, ରାଜ୍ୟରେ ୧୯ ଗୋଟି କେନ୍ଦୁପତ୍ର ତୋଳିବା କେନ୍ଦ୍ର ରହିଛି। ଏହାକୁ ପୂର୍ବଭଳି ତୋଳାଯାଉ। କରୋନାକୁ ଦୃଷ୍ଟିରେ ରଖି ଅତିକମ୍‌ରେ ସପ୍ତାହକୁ ୩ ଦିନ କେନ୍ଦୁପତ୍ର ତୋଳିବା ପାଇଁ ଦାବି ଉଠିଛି। ଏଥିରେ ଜଡିତ ହେଉଥିବା ଶ୍ରମଜୀବୀଙ୍କୁ ତୁରନ୍ତ ଅନ୍‌ଲାଇନ୍‌ ପାରିଶ୍ରମିକ ପ୍ରଦାନ କରାଯାଉ। ଏପରିକି ତୋଳିବା ପୂର୍ବରୁ ହାତକୁ ସାନିଟାଇଜ୍‌ କରିବା, ତୋଳା ସରିଲେ ହାତକୁ ଭଲ ଭାବେ ଧୋଇ ପୁନର୍ବାର ସାନିଟାଇଜ ହେବା ଜରୁରୀ। ଅନୁରୂପ ଭାବେ ବନ୍ଧାଳି ଏବଂ ସଂଗ୍ରହକାରୀମାନେ ମଧ୍ୟ ସାନିଟାଇଜ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଲମ୍ବିଛି ଆତଙ୍କବାଦୀ ଚେର, ପାକିସ୍ତାନ ସହ ରହିଛି…

ଭୁବନେଶ୍ୱର,୧୧ା୪: ଆତଙ୍କବାଦୀ କଳା କାରନାମାର ହୋଇଛି ପର୍ଦ୍ଦାଫାଶ। ଦେଶ ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ପୂର୍ବରୁ ଭୁବନେଶ୍ୱରରୁ ଆତଙ୍କୀଙ୍କୁ ଆସି ଧରିଛି ଦିଲ୍ଲୀ ପୋଲିସ। କ୍ୟାପିଟାଲ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri