Posted inଖେଳ

ସପରିବାରେ ଯାଇପାରିବେନି ପାକିସ୍ତାନ ଖେଳାଳି

କରାଚୀ, ୧୬ା୬ (ପି.ଟି.)-ଇଂଲଣ୍ଡ ଟୁର୍‌ ବେଳେ ଖେଳାଳି ଓ ଅଫିସିଆଲମାନେ ସେମାନଙ୍କ ସାଥିରେ ପରିବାର ନେଇ ଯିବାକୁ ଅନୁମତି ଦେବ ନାହିଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)। କୋଭିଡ୍‌-୧୯ ଦୃଷ୍ଟିରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ମାସ ଶେଷ ଭାଗରେ ୨୯ ଖେଳାଳି ଓ ୧୪ଅଫିସିଆଲଙ୍କୁ ଏକ ସ୍ବତନ୍ତ୍ର ଚାଟର୍ଡ ବିମାନରେ ଇଂଲଣ୍ଡ ଆଣିବା ଲାଗି ଇଂଲିଶ କ୍ରିକେଟ ବୋର୍ଡ (ଇସିବି)ପ୍ରାୟ ୫ ଲକ୍ଷ ପାଉଣ୍ଡ ଖର୍ଚ୍ଚ କରୁଥିବା କୁହାଯାଉଛି।

ପିସିବି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଖେଳାଳିମାନଙ୍କ ସହ ସେମାନଙ୍କ ପରିବାର ଇଂଲଣ୍ଡ ଗସ୍ତରେ ଯିବା କିଛି ମାନେ ନାହିଁ। କାରଣ କୋଭିଡ୍‌-୧୯ ଯୋଗୁ ସେଠାରେ ଖେଳାଳିମାନଙ୍କୁ ଅଲଗା ରଖାଯିବାର ବ୍ୟବସ୍ଥା ହୋଇଛି। ପରିବାର ସଦସ୍ୟଙ୍କ ସହ ଖେଳାଳିମାନେ କଥାବାର୍ତ୍ତା ହୋଇପାରିବେ ନାହିଁ। ଏହି ଟୁର ସେପ୍ଟେମ୍ବରରେ ଶେଷ ହେବ। ଇଂଲଣ୍ଡରେ ପାକିସ୍ତାନ ୩ ଟେଷ୍ଟ ଏବଂ ସମାନ ସଂଖ୍ୟକ ଟି୨୦ ଖେଳିବ। କୋଭିଡ୍‌-୧୯ ମହାମାରୀ ଆଶଙ୍କା ଯୋଗୁ ଜୈବ-ସୁରକ୍ଷା ପରିବେଶ ମଧ୍ୟରେ ଏହି ସିରିଜ ଜୁଲାଇ ୩୦ରୁ ଆରମ୍ଭ ହେବ। ବୋର୍ଡ ଖେଳାଳିମାନଙ୍କୁ କହିଛି ସେମାନେ ଇଂଲଣ୍ଡରେ ପହଞ୍ଚତ୍ବାମାତ୍ରେ ବର୍ମିଂହାମ୍‌ରେ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ। ସେଠାରୁ ସେମାନେ ମାଞ୍ଚେଷ୍ଟର ଯାଇ ଆଇସୋଲେଶନରେ ୩ ରୁ ୪ ସପ୍ତାହ ରହି ପ୍ରାକ୍ଟିସ ଓ ଟ୍ରେନିଂ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri