Posted inଖେଳ

ସନ୍ତୋଷ ଟ୍ରଫି: ପଞ୍ଜାବ-ସର୍ଭିସେସ୍‌ ଫାଇନାଲ

ଲୁଧିଆନା, ୨୦।୪(ପି.ଟି.)-ଭାରତୀୟ ଘରୋଇ ଫୁଟ୍‌ବଲର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ସନ୍ତୋଷ ଟ୍ରଫିର ଫାଇନାଲ ରବିବାର ପଞ୍ଜାବ ଓ ସର୍ଭିସେସ୍‌ ମଧ୍ୟରେ ହେବ। ଶୁକ୍ରବାର ସ୍ଥାନୀୟ ଗୁରୁ ନାନକ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଘରୋଇ ପଞ୍ଜାବ ୨-୧ ଗୋଲରେ ଗୋଆକୁ ପରାସ୍ତ କରିଛି। ମ୍ୟାଚ୍‌ର ଦ୍ୱାଦଶ ମିନିଟ୍‌ରେ ପଞ୍ଜାବ ପକ୍ଷରୁ ଯଶପ୍ରୀତ୍‌ ସିଂ ଗୋଲ ଦେଇ ଦଳକୁ ପ୍ରଥମାର୍ଦ୍ଧ ସୁଦ୍ଧା ୧-୦ରେ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟାର୍ଦ୍ଧରେ ଗୋଆ ଗୋଲକୁ ଶୁଝାଇବା ପାଇଁ ଜୋର୍‌ଦାର ପ୍ରୟାସ କରିଥିଲା। ତେବେ ମ୍ୟାଚ୍‌ ଶେଷ ଭାଗରେ ଗୋଆ ଅଧିନାୟକ ସତବୀର ସିଂଙ୍କଠାରୁ ବଲ୍‌ ପାସ୍‌ ପାଇ ବଦଳ ଖେଳାଳି ରୋନାଲ୍ଡୋ ଓଲିଭେରିଆ ବଲ୍‌କୁ ନେଟ୍‌ ମଧ୍ୟକୁ ପଠାଇଦେବାରେ କୌଣସି ତ୍ରୁଟି କରି ନ ଥିଲେ। ଫଳରେ ମ୍ୟାଚ୍‌ ୧-୧ ସ୍ଥିତିକୁ ଚାଲିଆସିଥିଲା। ଗୋଆର ଏହି ଖୁସି କିନ୍ତୁ ବେଶି ସମୟ ରହି ନ ଥିଲା। ଏହାର କିଛି ସମୟ ପରେ ହରଜିନ୍ଦରଙ୍କ ଗୋଲବଳରେ ପଞ୍ଜାବ ୨-୧ ଗୋଲରେ ବିଜୟୀ ହୋଇଥିଲା। ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ସର୍ଭିସେସ୍‌ ପେନାଲଟି ଶୁଟ୍‌ଆଉଟରେ କର୍ନାଟକକୁ ପରାସ୍ତ କରିଥିଲା। ମ୍ୟାଚର ନିର୍ଦ୍ଧାରିତ ସମୟ ଖେଳ ୧-୧ ଗୋଲରେ ଅମୀମାଂସିତ ରହିଥିଲା। ଶୁଟ୍‌ ଆଉଟରେ ସର୍ଭିସେସ୍‌ ସମସ୍ତ ୪ଟି ପେନାଲ୍ଟିକୁ ଗୋଲରେ ପରିଣତ କରିବାରେ ସମର୍ଥ ହୋଇଥିବା ବେଳେ କର୍ନାଟକ ଦୁଇଟି କିକ୍‌ ମିସ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହଠାତ ଅଧିନାୟକ ବଦଳାଇଲା RCB, ଏବେ ଏହି ଖେଳାଳି…

ନୂଆଦିଲ୍ଲୀ,୨୩।୫: IPL ୨୦୨୫ର ୬୫ତମ ମ୍ୟାଚ୍‌ରେ RCB ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ବଡ଼ ଖବର ଥିଲା ଯେ ଦଳ...

ହକି ଇଣ୍ଡିଆ ମାଷ୍ଟର୍ସ କପ୍‌: ଯୋଗଦେବେ ଭେଟେରାନ ଖେଳାଳି, ଜାଣନ୍ତୁ ମ୍ୟାଚ୍‌ ଭେନ୍ୟୁ ଓ ତାରିଖ…

ନୂଆଦିଲ୍ଲୀ, ୨୩ା୫: ଭେଟେରାନ ଖେଳାଳିଙ୍କୁ ନେଇ ହକି ଇଣ୍ଡିଆ ମାଷ୍ଟର୍ସ କପ୍‌ର ଉଦ୍‌ଘାଟନୀ ସଂସ୍କରଣ ଜୁନ୍‌ ୧୮ରୁ ୨୭ ପର୍ଯ୍ୟନ୍ତ ଚେନ୍ନାଇରେ ହେବ। ହକି ଇଣ୍ଡିଆ...

ଅବସର ନେବେ ଶ୍ରୀଲଙ୍କାର ଅଭିଜ୍ଞ କ୍ରିକେଟର ଆଞ୍ଜେଲୋ ମାଥ୍ୟୁସ୍

ନୂଆଦିଲ୍ଲୀ,୨୩ା୫: ଶ୍ରୀଲଙ୍କାର ଅଭିଜ୍ଞ କ୍ରିକେଟର ଆଞ୍ଜେଲୋ ମାଥ୍ୟୁସ୍ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଶୁକ୍ରବାର ଏକ ବିବୃତିରେ ୩୭ ବର୍ଷୀୟ ମାଥ୍ୟୁସ୍ ନିଶ୍ଚିତ କରିଛନ୍ତି...

ସଚିନ ତେନ୍ଦୁଲକରଙ୍କ ପ୍ରତିଦ୍ୱନ୍ଦୀରୁ ନୌକା ସଫେଇ କାମ: ଜାଣନ୍ତୁ ଏହି ଖେଳାଳିଙ୍କୁ

ନୂଆଦିଲ୍ଲୀ, ୨୩।୫: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ, ବିଶେଷତ ୧୯୯୦ ଦଶକରେ ବଢ଼ି ଉଠିଥିବା ଲୋକଙ୍କ ପାଇଁ, ହେନରୀ ଓଲୋଙ୍ଗାଙ୍କ ନାମ ମନରେ ସଚିନଙ୍କ ଏକ...

ଗୁଜରାଟକୁ ହରାଇଲା ଲକ୍ଷ୍ନୌ

ଅହମଦାବାଦ,୨୨ା୫: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ଏକ ହାଇ ସ୍କୋରିଂ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏଲ୍‌ଏସ୍‌ଜି) ୩୩ ରନରେ ଗୁଜରାଟ ଟାଇଟନ୍ସ (ଜିଟି)କୁ ପରାସ୍ତ...

ରାହୁଲ କି ଗିଲ୍ ନୁହେଁ, ଏହି ଅଣଦେଖା ଷ୍ଟାର ପୂରଣ କରିବେ କୋହଲିଙ୍କ ଶୂନ୍ୟସ୍ଥାନ

ନୂଆଦିଲ୍ଲୀ, ୨୨।୫: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଦଳର ‘ଏ’ ଟିମ୍ ଘୋଷଣା କରାଯାଇଛି। ଏହି ଦଳରେ ଦୀର୍ଘ ଦିନ ପରେ କରୁଣ ନାୟାରଙ୍କୁ...

ଇଂଲଣ୍ଡ ଯିବେ ବୈଭବ ସୂର୍ଯ୍ୟବଂଶୀ 

ନୂଆଦିଲ୍ଲୀ,୨୨।୫: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଶୁଭମନ ଗିଲ, ଜସପ୍ରିତ ବୁମ୍‌ରା, ରିଷଭ ପନ୍ତଙ୍କ ଭଳି କ୍ରିକେଟର ଖେଳିବାର ଆଶା କରାଯାଉଛି। କିନ୍ତୁ ଏହି ସମୟରେ...

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ କୋର୍ଟର ଦ୍ୱାରସ୍ଥ ହେଲେ ପ୍ରିତି ଜିଣ୍ଟା? ନକଲି ଫଟୋ ଭାଇରାଲ ପରେ…

ନୂଆଦିଲ୍ଲୀ,୨୨।୫: ପ୍ରୀତି ଜିଣ୍ଟା କୋର୍ଟରେ ପହଞ୍ଚିଛନ୍ତି। ପ୍ରଶ୍ନ ହେଉଛି କାହିଁକି? କିଛି ଦିନ ପୂର୍ବେ ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଭାଇରାଲ ହୋଇଥିବା ନକଲି ଫଟୋ ହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri