Posted inଖେଳ

ସନ୍ତୋଷ ଟ୍ରଫି: ପଞ୍ଜାବ-ସର୍ଭିସେସ୍‌ ଫାଇନାଲ

ଲୁଧିଆନା, ୨୦।୪(ପି.ଟି.)-ଭାରତୀୟ ଘରୋଇ ଫୁଟ୍‌ବଲର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ସନ୍ତୋଷ ଟ୍ରଫିର ଫାଇନାଲ ରବିବାର ପଞ୍ଜାବ ଓ ସର୍ଭିସେସ୍‌ ମଧ୍ୟରେ ହେବ। ଶୁକ୍ରବାର ସ୍ଥାନୀୟ ଗୁରୁ ନାନକ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଘରୋଇ ପଞ୍ଜାବ ୨-୧ ଗୋଲରେ ଗୋଆକୁ ପରାସ୍ତ କରିଛି। ମ୍ୟାଚ୍‌ର ଦ୍ୱାଦଶ ମିନିଟ୍‌ରେ ପଞ୍ଜାବ ପକ୍ଷରୁ ଯଶପ୍ରୀତ୍‌ ସିଂ ଗୋଲ ଦେଇ ଦଳକୁ ପ୍ରଥମାର୍ଦ୍ଧ ସୁଦ୍ଧା ୧-୦ରେ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟାର୍ଦ୍ଧରେ ଗୋଆ ଗୋଲକୁ ଶୁଝାଇବା ପାଇଁ ଜୋର୍‌ଦାର ପ୍ରୟାସ କରିଥିଲା। ତେବେ ମ୍ୟାଚ୍‌ ଶେଷ ଭାଗରେ ଗୋଆ ଅଧିନାୟକ ସତବୀର ସିଂଙ୍କଠାରୁ ବଲ୍‌ ପାସ୍‌ ପାଇ ବଦଳ ଖେଳାଳି ରୋନାଲ୍ଡୋ ଓଲିଭେରିଆ ବଲ୍‌କୁ ନେଟ୍‌ ମଧ୍ୟକୁ ପଠାଇଦେବାରେ କୌଣସି ତ୍ରୁଟି କରି ନ ଥିଲେ। ଫଳରେ ମ୍ୟାଚ୍‌ ୧-୧ ସ୍ଥିତିକୁ ଚାଲିଆସିଥିଲା। ଗୋଆର ଏହି ଖୁସି କିନ୍ତୁ ବେଶି ସମୟ ରହି ନ ଥିଲା। ଏହାର କିଛି ସମୟ ପରେ ହରଜିନ୍ଦରଙ୍କ ଗୋଲବଳରେ ପଞ୍ଜାବ ୨-୧ ଗୋଲରେ ବିଜୟୀ ହୋଇଥିଲା। ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ସର୍ଭିସେସ୍‌ ପେନାଲଟି ଶୁଟ୍‌ଆଉଟରେ କର୍ନାଟକକୁ ପରାସ୍ତ କରିଥିଲା। ମ୍ୟାଚର ନିର୍ଦ୍ଧାରିତ ସମୟ ଖେଳ ୧-୧ ଗୋଲରେ ଅମୀମାଂସିତ ରହିଥିଲା। ଶୁଟ୍‌ ଆଉଟରେ ସର୍ଭିସେସ୍‌ ସମସ୍ତ ୪ଟି ପେନାଲ୍ଟିକୁ ଗୋଲରେ ପରିଣତ କରିବାରେ ସମର୍ଥ ହୋଇଥିବା ବେଳେ କର୍ନାଟକ ଦୁଇଟି କିକ୍‌ ମିସ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଞ୍ଜାବୀ ଗୀତ ବୁଝି ପାରିଲେନି Vaibhav Suryavanshi! ବିଜୟ ପରେ ଡ୍ୟାନ୍ସ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୭।୨: ୧୯ ବର୍ଷରୁ କମ ବିଶ୍ୱକପ ଇତିହାସର ସବୁଠାରୁ ଶକ୍ତିଶାଳୀ ପ୍ରଦର୍ଶନ ପରେ, Vaibhav Suryavanshi ଏକ ଜବରଦସ୍ତ ଉତ୍ସବ ସହିତ ଭାରତର ବିଜୟ ପାଳନ କଲେ,…

ବିଶ୍ୱ ଚାମ୍ପିୟନ ଟିମ ପାଇଁ ଭଣ୍ଡାର ଖୋଲିଦେଲା BCCI: ଏତିକି କୋଟି ଟଙ୍କାର ପୁରସ୍କାର ଘୋଷଣା

ନୂଆଦିଲ୍ଲୀ,୭।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଭାରତ…

Jasprit Bumrah: ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା, ପ୍ରଥମ ମ୍ୟାଚରୁ ଜସପ୍ରିତ ବୁମରା ବାଦ!

ନୂଆଦିଲ୍ଲୀ,୭।୨: ୨୦୨୬ ଟି-୨୦ ବିଶ୍ୱକପ୍ ଆରମ୍ଭ ନହେଉଣୁ ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି । ବିଶ୍ୱକପ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଯୁବ ଦ୍ରୁତ ବୋଲର…

BCCI ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟରେ ସର୍ବାଧିକ ଦରମା ପାଇବେ ଏହି ୩ ଖେଳାଳି: ତଳକୁ ଖସିବେ ରୋହିତ-କୋହଲି

ନୂଆଦିଲ୍ଲୀ,୭।୨: ଭାରତୀୟ କ୍ରିକେଟ ଦଳର ତାରକାମାନେ ଏହି ବର୍ଷ କେତେ ଟଙ୍କା ପାଇବେ ତାହା ସ୍ଥିର ହୋଇସାରିଛି। ସବୁଦିନ ପରି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)…

ଆଉ U19 ବିଶ୍ୱକପରେ ଖେଳିପାରିବେ ନାହିଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୭।୨: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୨୦୨୬ର ୧୯ ବର୍ଷରୁ କମ ବିଶ୍ୱକପରେ ଇତିହାସ ରଚିଥିଲେ। ଫାଇନାଲରେ ୮୦ ବଲ ରୁ ୧୭୫ ରନ କରି ଭାରତକୁ…

ଟି-୨୦ ବିଶ୍ୱକପ ଆରମ୍ଭର କିଛି ଘଣ୍ଟା ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା: ବଦଳିଲା ଟିମ୍‌

ନୂଆଦିଲ୍ଲୀ,୭।୨:  ଟି-୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଟିମ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ଦ୍ରୁତ ବୋଲର ହର୍ଷିତ ରାଣା ଆଣ୍ଠୁରେ ଆଘାତ ଯୋଗୁ ସମଗ୍ର ଟୁର୍ନାମେଣ୍ଟରୁ…

ଆଜିଠୁ ଟି୨୦ ବିଶ୍ୱକପ୍‌: ସାମ୍ନାସାମ୍ନି ହେବେ…

ମୁମ୍ବାଇ, ୭।୨: ଆଇସିସି ପୁରୁଷ ଟି୨୦ କ୍ରିକେଟ ବିଶ୍ୱକପ୍‌ର ୧୦ମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ମେଗା ପ୍ରତିଯୋଗିତାରେ ଗତଥରର ଚାମ୍ପିୟନ ଭାରତ ନିଜର…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri