ସଦସ୍ୟତା ଅଭିଯାନର ସମୀକ୍ଷା କଲେ ନବୀନ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପୂର୍ବାହ୍ନରେ ଦଳର ସଦସ୍ୟତା ସମ୍ପର୍କିତ ସମୀକ୍ଷା କରିଛନ୍ତି। ବୈଠକ ସମ୍ପର୍କରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି ଯେ, ପ୍ରତିଦିନ ତୃଣମୂଳସ୍ତରୀୟ ଲୋକଙ୍କ ସହ ଆହୁରି ଜଡିତ ହେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଲେ। ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଯେପରି ସମସ୍ତଙ୍କ ନିକଟରେ ପହଞ୍ଚିପାରିବ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ କହିଥିବା ଉମା କହିଛନ୍ତି। ସଦସ୍ୟତା ଅଭିଯାନରେ ଯୁବବର୍ଗ, ମହିଳା ଏବଂ ବରିଷ୍ଠ ନାଗରିକଙ୍କୁ ଗୁରୁତ୍ୱ ଦିଆଯିବା ନେଇ କୁହାଯାଇଥିଲା। ବର୍ତ୍ତମାନ ସୁଦ୍ଧା ସଦସ୍ୟତା ଅଭିଯାନର ସ୍ଥିତି କ’ଣ ରହିଛି, ସେ ସମ୍ପର୍କରେ ବିଜେଡି ସଭାପତି ପଚାରି ବୁଝିଥିଲେ। ନବୀନ ନିବାସରେ ହୋଇଥିବା ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା, ସାଧାରଣ ସମ୍ପାଦକ ଦେବାଶିଷ ସାମନ୍ତରାୟ, ପୁରୀ ଜିଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ , ସମୀରରଞ୍ଜନ ଦାଶ ଏବଂ ତୁଷାରକାନ୍ତି ବେହେରା, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରମୋଦ ମଲ୍ଲିକ ଏବଂ ପ୍ରଦୀପ ମହାରଥୀ ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪,୫୦୦ କୋଟି ଟଙ୍କାର ପ୍ରକଳ୍ପକୁ ଏଚ୍‌ପିସି ଅନୁମୋଦନ

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ଗ୍ରାମ୍ୟ ରାସ୍ତା, ପୋଲ, ବିଦ୍ୟୁତୀକରଣ, ପାନୀୟଜଳ, ଆଡ଼ିବନ୍ଧ, ବ୍ୟାରେଜ ନିର୍ମାଣ, ଗ୍ରାମାଞ୍ଚଳ ଜୀବନଜୀବିକା ଉନ୍ନତୀକରଣ ଆଦି ୪,୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ରାଜ୍ୟ...

୧୩ରେ ଭୁବନେଶ୍ୱର ୟୁନିଟ-୧ ହାଟ ବନ୍ଦ

ଭୁବନେଶ୍ୱର, ୧୧।୯(ବ୍ୟୁରୋ): ନିଟ୍‌ ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଆସନ୍ତା ୧୩ ତାରିଖରେ ୟୁନିଟ-୧ ହାଟକୁ ୬ ଘଣ୍ଟା ପାଇଁ ବନ୍ଦ...

ରାସ୍ତାରେ କାର୍ଯ୍ୟାଳୟ ଚଳାଇଲେ ଅପରାଜିତା

ଭୁବନେଶ୍ୱର,୧୨ା୧୦(ବ୍ୟୁରୋ)ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ନିଜ ଜନ୍ମଦିନ ପାଳନ ସମୟରେ ଗହଳି କରି କୋଭିଡ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କ କାର୍ଯ୍ୟାଳୟକୁ ବିଏମ୍‌ସି ପକ୍ଷରୁ...

୧୨ରେ ନନ୍ଦନକାନନ ପାଳିବ ବିଶ୍ୱ ହସ୍ତୀ ଦିବସ

ବାରଙ୍ଗ,୧୧।୮(ଡି.ଏନ୍‌.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୨ ତାରିଖ ତଥା ସୋମବାର ୫ମ ଥର ପାଳନ ହେବ ବିଶ୍ୱ ହସ୍ତୀ ଦିବସ। ଏହି ଦିନ ନନ୍ଦନକାନନ ବନ୍ଦ...

ଅଧିକ ଟିକା ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର, ୭।୪(ବ୍ୟୁରୋ): କୋଭିଡ୍‌ ଟିକା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି। ଅତି କମ୍‌ରେ ୧୫ରୁ ୨୦ଲକ୍ଷ ଡୋଜ୍‌ କୋଭିଶିଲ୍ଡ ଟିକା...

ଓଡ଼ିଶାରୁ ରାମମନ୍ଦିର ଲାଗି ୪୨ କୋଟି ନିଧି ସଂଗ୍ରହ

ଭୁବନେଶ୍ୱର, ୧୫ା୩(ବ୍ୟୁରୋ):ଦୀର୍ଘ ୫୦୦ ବର୍ଷର ସଂଘର୍ଷମୟ କାଳଖଣ୍ଡର ଅବସାନ ଘଟାଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ କ୍ରମେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପଥ...

କୋରାପୁଟରେ ବାଜି ମାରିଲେ ବିଜେଡିର ରଘୁରାମ ପଡାଲ

କୋରାପୁଟ, ୨୩।୫(ସ୍ବ.ପ୍ର.)-କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ବାଜି ମାରିଛି ବିଜେଡି। କଂଗ୍ରେସର କୃଷ୍ଣ କୁଲ୍‌ଦୀପଙ୍କୁ ୬,୨୨୪ ଭୋଟରେ ହରାଇ ବିଜେଡିର ରଘୁରାମ ପଡାଲ ବିଜୟୀ ହୋଇଛନ୍ତି। ରଘୁରାମ...

ପ୍ରଜାପତି ମୁଣ୍ଡରେ କାଳିଆ

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି,୨୧ା୨: ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଝରିଗୁମା ପଞ୍ଚାୟତର ଡେଙ୍ଗପଦର ଗ୍ରାମର ଭୀଷ୍ମସେନ ବିଷୋୟୀଙ୍କ ଅଗଣାରେ ଏକ ବିରଳ ପ୍ରଜାପତି ଦେଖିବାକୁ ମିଳିଛି। ପ୍ରଜାପତିଟିର ଚଉଡ଼ା...

Advertisement


Archives

Model This Week

Why Dharitri