ସଦର ରେଞ୍ଜ୍‌ରେ ବୁଲୁଛି ବାଘ

ଭାପୁର, ୨୦।୧୦(ଡି.ଏନ୍‌.ଏ.)

ଢେଙ୍କାନାଳ ସଦର ରେଞ୍ଜ ମାଟିଆମୁଣ୍ଡିଆ ପାହାଡ଼ ପାଦଦେଶରେ ଏକ କଲରାପତରିଆ ବାଘ ବୁଲୁଥିବା ବନ ବିଭାଗ ସ୍ପଷ୍ଟ କରିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ପାହାଡ଼ତଳି ଅଞ୍ଚଳର ଲୋକଙ୍କୁ ସତର୍କ ରଖିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ପ୍ରାୟ ସପ୍ତାହେ ହେବ ଉକ୍ତ ବାଘ ପାହାଡ଼ ଆଖପାଖ ଅଞ୍ଚଳରେ ଘୂରି ବୁଲୁଛି। କେତେବେଳେ ସଦର ରେଞ୍ଜ ତ ଆଉ କେତେବେଳେ ତିଗିରିଆ ବନାଞ୍ଚଳରେ ବାଘଟି ବିଚରଣ କରୁଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜିଲା ବନଖଣ୍ଡ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଡିଏଫ୍‌ଓଙ୍କଠାରୁ ସୂଚନା ପାଇ ବନପାଳ ପ୍ରଭାକର ରଣା ଘଟଣାର ସତ୍ୟାସତ୍ୟ ଜାଣିବାକୁ ଉକ୍ତ ଅଞ୍ଚଳ ପରିଦର୍ଶନ କରି ବାଘ ପଞ୍ଝା ଚିହ୍ନ ଠାବ କରିଥିଲେ। ଗତ ମାସରେ ତିଗିରିଆ ବନାଞ୍ଚଳରେ ଏକ କଲରାପତିରିଆ ବାଘର ମୃତଦେହ ଉଦ୍ଧାର କରାଯାଇଥିଲା। ଏକାକୀ ବୁଲୁଥିବା ଏହି ବାଘ ସମ୍ଭବତଃ ତା’ର ସାଥୀ ବୋଲି ଅନୁମାନ କରାଯାଉଛି। ହେଲେ ଏହା ସ୍ପଷ୍ଟ ହୋଇନାହିଁ। ବାଘଟିର ସୁରକ୍ଷା ଲାଗି ଏହାର ଗତିବିଧି ଉପରେ ନଜର ରଖାଯାଇଥିବା ବନପାଳ କହିଛନ୍ତି। ପ୍ରଥମରୁ ହାତୀ ଉପଦ୍ରବରେ ଅଞ୍ଚଳବାସୀ ଅତିଷ୍ଠ ହୋଇ ରହିଥିବାବେଳେ ଏବେ ସେମାନଙ୍କୁ ଘାରିଛି ବାଘ ଭୟ। ଲୋକମାନେ ଭାପୁର-ଅଭିମାନପୁର ରାସ୍ତାରେ ଯାତାୟାତ କରିବାକୁ ସୁରକ୍ଷିତ ମଣୁନାହାନ୍ତି। ବନ ବିଭାଗ ପକ୍ଷରୁ ଅଞ୍ଚଳରେ କଡ଼ା ପାଟ୍ରୋଲିଂ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ

ମହାକାଳପଡ଼ା,୨୭ା୧୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ବେଆଇନ୍‌ ଭାବେ ଅନୁପ୍ରବେଶ। ଏହାକୁ ନେଇ ଏବେ...

ଏଲ୍‌ଏନ୍‌ଜି ବ୍ୟବହାର ବଢ଼ିଲେ ପ୍ରଦୂଷଣ କମିବ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୭।୧୧(ପି.ଆଇ.ବି.): ରାଷ୍ଟ୍ରାୟତ୍ତ ପ୍ରାକୃତିକ ଗ୍ୟାସ୍‌ ବିତରଣ କମ୍ପାନୀ ଗେଲ୍‌ ଏବଂ ଭାରତୀୟ ଅଟୋମୋବାଇଲ ନିର୍ମାଣକାରୀ ସଂଘ ସିଆମ୍‌ ପକ୍ଷରୁ ଶୁକ୍ରବାର ଆୟୋଜିତ ‘ପରିବହନ ଇନ୍ଧନ...

କଠୋର ହେଲା ବିଏମ୍‌ସି

ଭୁବନେଶ୍ୱର,୪।୧୦: ଆଗକୁ ଆସୁଛି ଶୀତ ଋତୁ। ଶୀତରେ କରୋନା ସଂକ୍ରମଣ ବଢିବା ଆଶଙ୍କା କରି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପୁଣି କୋଭିଡ୍‌ କଟକଣାକୁ କଠୋର କରିଛିି।...

୧୭୪ ସ୍କୁଲରେ ଝୁଲିବ ତାଲା

ଅନୁଗୋଳ ଅଫିସ, ୧୯ା୧୦:  ଅନୁଗୋଳ ଜିଲାର ଆଉ ୧୭୪ ବିଦ୍ୟାଳୟରେ ତାଲା ଝୁଲାଇବେ ସରକାର। ବନ୍ଦ ହେବାକୁ ଥିବା ଏହି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକୁ...

ଆଜି ରାଜ୍ୟରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୦।୯(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୪୦୧୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୮୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୪୩୪, ପୁରୀରୁ ୨୭୪,...

କେନ୍ଦୁଝର ଗସ୍ତରେ ୫-ଟି, ମୁଖ୍ୟ ଶାସନ ସଚିବ: ନିର୍ମାଣ ହେଉଥିବା କୋଭିଡ ହସ୍ପିଟାଲର କଲେ ସମୀକ୍ଷା

କେନ୍ଦୁଝର,୧୬।୪(ସ୍ବ.ପ୍ର.): ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ପାଣ୍ଡିଆନ ଗୁରୁବାର କେନ୍ଦୁଝର ଗ୍ରସ୍ତ କରି ଫେରିଛନ୍ତି। ହେଲିକପ୍ଟରରେ ଆସି ରାଇସୁଆଁ ଏୟାରଷ୍ଟ୍ରିପରେ...

ଖୋଲିଲା ଶ୍ରୀମନ୍ଦିର

ପୁରୀ ଅଫିସ,୨୩ା୮: ଦୀର୍ଘ ୪ ମାସର ବ୍ୟବଧାନ ପରେ ସୋମବାରଠାରୁ ସର୍ବସାଧାରଣଙ୍କ ଲାଗି ଶ୍ରୀମନ୍ଦିର ଖୋଲିଛି। କୋଭିଡ୍‌ଗାଇଡ୍‌ ଲାଇନ୍‌ ଅନୁଯାୟୀ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରେ ଶ୍ରୀଜିଉଙ୍କୁ...

ନଭେମ୍ବର ପାଇଁ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ରାଜ୍ୟ ସରକାର ନଭେମ୍ବର ପାଇଁ ଗାଇଡ୍‌ଲାଇନ ଜାରି କରିଛନ୍ତି। ଗାଇଡ୍‌ଲାଇନ ଅନୁସାରେ କୋଭିଡ-୧୯ ସଂକ୍ରମଣକୁ ରୋକିବା ନେଇ କଣ୍ଟେନମେଣ୍ଟ ଜୋନ୍‌, ଲକ୍‌ଡାଉନ କଟକଣା ବଳବତ୍ତର...

Advertisement
Archives

Model This Week