ସତର ବର୍ଷରୁ ଯାତ୍ରା

ପୂରା ନାମ ମୃତ୍ୟୁଞ୍ଜୟ ବାରିକ। ହେଲେ ସମସ୍ତେ ତାଙ୍କୁ ଜୟନ୍ତ ନାମରେ ହିଁ ଜାଣନ୍ତି। ଓଡ଼ିଆ ଯାତ୍ରାଜଗତର ଏକ ଅତି ପରିଚିତ ନାମ ହେଉଛନ୍ତି ମୃତ୍ୟୁଞ୍ଜୟ ବାରିକ ଓରଫ୍‌ ଜୟନ୍ତ ବାରିକ। ଉଭୟ ନେଗେଟିଭ୍‌ ଏବଂ ପଜିଟିଭ୍‌ ଭୂମିକା ତୁଲାଇବାରେ ସେ ସିଦ୍ଧହସ୍ତ। ବାସ୍ତବଧର୍ମୀ ଅଭିନୟ ହିଁ ତାଙ୍କର ପରିଚୟ। ଘର ବାଲେଶ୍ୱର ଜିଲାର ଡୁଙ୍ଗୁରା ନିକଟସ୍ଥ ରଘୁନାଥପୁର ଗ୍ରାମ। ଗ୍ରାମ ଆଖପାଖ ଅଞ୍ଚଳରେ ଯାତ୍ରାର ଏକ ମାହୋଲ ରହିଥିଲା। ଅନେକ ଯାତ୍ରାପାର୍ଟି ତଥା ବହୁ ବଡ଼ ବଡ଼ କଳାକାରଙ୍କୁ ସେ ପିଲାଟି ବେଳୁ ଦେଖୁଥିଲେ। ମାତ୍ର ୧୭ବର୍ଷର ହୋଇଥିଲେ ଆସିଲେ ଯାତ୍ରାକୁ। ଏହା ୧୯୮୮ ମସିହା କଥା। ସ୍କୁଲ ଡ୍ରାମାରେ ଚମତ୍କାର ଅଭିନୟ କରୁଥିଲେ। ପାଣିଛତ୍ର ଗ୍ରାମର ଅଭିନେତା ବାବୁଲି ଭାଇ, ମୁକ୍ତିକାନ୍ତ ଭାଇ ଏବଂ ମଧୁ ସାମଲ ପ୍ରମୁଖ ଥିଲେ ସେତେବେଳେ ନାମକରା କଳାକାର। ସେମାନେ ହିଁ ତାଙ୍କୁ ନେଇ ଆସିଲେ ‘ଜୟ ମା’ ମଙ୍ଗଳା ଗଣନାଟ୍ୟ’କୁ। ପ୍ରଥମେ ତାଙ୍କୁ ଛୋଟମୋଟ ଭୂମିକା ମିଳିଲା। ସେ ନାୟକର ପିଲାବେଳ, ସାନ ଭାଇ, ସାନପୁଅ ଆଦି ଭୂମିକାରେ ଅଭିନୟ କଲେ। ପରେ ବୟସ ବଢ଼ିଲା। ନାୟକ ଭୂମିକାରେ ଆସିଲେ। ଜୟ ମା’ ମଙ୍ଗଳା ଗଣନାଟ୍ୟ ପରେ ସେ ସୋନାଲି ଗଣନାଟ୍ୟ, ତାରାପୁର ଅପେରା, ଓଡ଼ିଶା ଅପେରା, ବାଘାଯତୀନ ଲୋକନାଟ୍ୟ, କଳିଙ୍ଗ ଗଣନାଟ୍ୟ, ଗୌରୀ ଗଣନାଟ୍ୟ, ଯାତ୍ରାଗଁା ଆଦିରେ ଅଭିନୟ କରି ନିଜ ପ୍ରତିଭା ପ୍ରଦର୍ଶନ କଲେ। ସମ୍ପ୍ରତି ଜୟନ୍ତ ରାଜଧାନୀ ଅପେରାରେ ଅଭିନୟ କରୁଛନ୍ତି। ଏବେ ସେ ବଡ଼ଭାଇ, ବାପା ଆଦି ଭୂମିକାରେ ଆସୁଛନ୍ତି ମଞ୍ଚ ଉପରକୁ। ଇତିମଧ୍ୟରେ ସେ ବହୁ ନାଟକରେ ଅଭିନୟ କରି ସାରିଛନ୍ତି। ସେଥିମଧ୍ୟରେ ରହିଛି : ଅନ୍ଧ ଆଖିରେ ଚଷମା, ରାମ ପର୍ଶୁରାମ, ଜେଲ ଟାଇଗର, ମଝି ନଈରେ ଘର, ଶ୍ରୀକୃଷ୍ଣ ଆସୁଛନ୍ତି, ଚାଲ ମା’ ଯିବା ଜହ୍ନ ରାଇଜକୁ, ଏତେ ସପନକୁ ରାତି କାହିଁ, ମିଥୁନ ରାଶିର ଝିଅ, ସାନ ଶାଳୀ ଘର ଭୁବନେଶ୍ୱର, ରାଜଧାନୀ ତତେ ଦୂରୁ ଜୁହାର, କିଣା ସ୍ବାମୀ ନେଇ କରିଛି ଘର, ନଁା ନେଇଗଲା ଗଁା ପିଲାଟା, ତୁ ମୋଦି ମୁଁ ଗାନ୍ଧୀ, ବାଃ ବାଃରେ ଉପରବାଲା, ଗୌରୀନାନୀର ନୂଆ ଠିକଣା, ବ୍ରହ୍ମଅସ୍ତ୍ର ଏବଂ ଆହୁରି ଅନେକ। ସମ୍ପ୍ରତି ରାଜଧାନୀ ଅପେରାରେ ତାଙ୍କର ରହିଛି ‘ଲକ୍ଷେ ଶିବ ପୂଜି ପାଇଛି ତତେ’ ଏବଂ ‘ଭୁଲ ହେଇଗଲା ତତେ ଭଲପାଇ’ ଆଦି ନାଟକ। ସ୍ତ୍ରୀ ସୁଷମା ବାରିକ, ଦୁଇପୁଅ ପ୍ରକାଶ ଏବଂ ରାକେଶ ତଥା ଝିଅ ସୁଜାତାକୁ ନେଇ ସଂସାର କରିଥିବା ଏହି ଅଭିନେତା ଦର୍ଶକମାନଙ୍କୁ ତାଙ୍କ କଳାକାର ଜୀବନର ଶ୍ରେୟ ପ୍ରଦାନ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri