‘ସତର୍କ ରହିଲେ ମୁକାବିଲା କରିହେବ’

କଟକ ଅଫିସ, ୧୪।୩: ରାଜ୍ୟରେ କରୋନା ଭୂତାଣୁର ମୁକାବିଲା ପାଇଁ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷକରି ବାଟାଲିୟନ୍‌, ବାରାକ୍ସ ଓ ବିଭିନ୍ନ ପୋଲିସ ପ୍ରତିଷ୍ଠାନକୁ କରୋନା ଭୟ ରହିଥିବାରୁ ଏଥିପାଇଁ ସତର୍କ ହୋଇପଡିଛି ପୋଲିସ ବିଭାଗ। ଶୁକ୍ରବାର ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟରୁ ଡିଜିପି ଅଭୟ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଆଇଜି, ଡିଆଇଜି, ଡିସିପି, ଏସ୍‌ପି ଏବଂ ବାଟାଲିୟନ୍‌ଗୁଡିକର କମାଣ୍ଡାଣ୍ଟଙ୍କ ସହ ଆଲୋଚନା କରିଥିଲେ। ବହୁ ସଂଖ୍ୟାରେ ପୋଲିସ କର୍ମଚାରୀ ରହୁଥିବା ସ୍ଥାନରେ କିଭଳି କରୋନା ବ୍ୟାପିବ ନାହିଁ, ସେଥିପ୍ରତି ଗୁରୁତ୍ୱ ଦେବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଡିଜିପି ପରାମର୍ଶ ଦେଇଛନ୍ତି। ନିୟମିତ ସଫା ରଖିବା ସହ ଭୂତାଣୁ ନ ବ୍ୟାପିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ସତର୍କ ରହିବା ଦ୍ୱାରା ହିଁ କରୋନାର ମୁକାବିଲା କରାଯାଇପାରିବ ବୋଲି ଡିଜିପି କହିଛନ୍ତି।
ଗତ ୬ ତାରିଖରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ମହିଳା ପୋଲିସ କର୍ମଶାଳାରେ ଯେଉଁସବୁ ପ୍ରସ୍ତାବ ଦିଆଯାଇଥିଲା, ସେଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ଏହି ଆଲୋଚନାବେଳେ ବରିଷ୍ଠ ଅଧିକାରୀଙ୍କ ମତାମତ ଲୋଡ଼ାଯାଇଥିଲା। ଗତ ଦିନରେ ଘଟିଥିବା ଆପରାଧିକ ଘଟଣାଗୁଡ଼ିକର ସଫଳତା ତଦନ୍ତ ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପୋଲିସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମେଡାଲ୍‌ ପ୍ରଦାନ କରାଯିବ। ଏଥିପାଇଁ ଯଥାଶୀଘ୍ର ଅଧିକାରୀଙ୍କ ତାଲିକା ଦେବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସରେ ପ୍ରଦାନ କରାଯିବାକୁ ଥିବା ଡିଜିପି ପୁରସ୍କାର ପାଇଁ ଅଧିକାରୀଙ୍କ ନାମ ପଠାଇବାକୁ କୁହାଯାଇଛି। ରାଜ୍ୟର କେଉଁ ସ୍ଥାନରେ ଗଞ୍ଜେଇ ଚାଷ ଚାଲିଛି, ତାହାର ଭୌଗୋଳିକ ସ୍ଥିତିକୁ ଦେଖି ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି। ବିଭିନ୍ନ ଆପରାଧିକ ମାମଲାର ଯୁଗ୍ମ ତଦନ୍ତ, ଜିଲା ଏବଂ ବାଟାଲିୟନ୍‌ଗୁଡିକରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନଜନିତ ମାମଲାଗୁଡ଼ିକର ନିରୀକ୍ଷଣ, ବାଟାଲିୟନ୍‌ ସ୍ତରରେ ପଦୋନ୍ନତି ବୋର୍ଡର ବୈଠକ, ବାଟାଲିୟନ୍‌ର ବାର୍ଷିକ ତାଲିମ୍‌ କାର୍ଯ୍ୟକ୍ରମ ଆଦି ବିଷୟରେ ବରିଷ୍ଠ ଅଧିକାରୀଙ୍କ ସହ ଡିଜିପି ଆଲୋଚନା କରିଥିଲେ। ଏହି ଆଲୋଚନାବେଳେ ସ୍ବତନ୍ତ୍ର ଡିଜିପି(ଏସ୍‌ଏପି) ମନୋଜ ଛାବ୍ରା, ଏଡିଜି(ମୁଖ୍ୟାଳୟ) ଭି.ଟି. ମିଶ୍ର, ଏଡିଜି(ଆଇନଶୃଙ୍ଖଳା) ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି(ଆଧୁନିକୀକରଣ) ରେଖା ଲୋହାନୀ, ଆଇଜି(ରାଜ୍ୟ କ୍ରାଇମ୍‌ ରେକର୍ଡ ବ୍ୟୁରୋ) ରାଜେଶ କୁମାର ଏବଂ ଆଇଜି(ପ୍ରୋଭିଜନିଂ) ଯତୀନ୍ଦ୍ର କୋଏଲ୍‌ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜାହାଡ଼ା ପଞ୍ଚାୟତରେ ୩ଜଣ ନୁହେଁ, ଜଣଙ୍କର ମୃତ୍ୟୁ ହୋଇଛି: ଜିଲାପାଳ

ଛତ୍ରପୁର,୨୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଜାହାଡ଼ା ପଞ୍ଚାୟତରେ ତିନିଜଣଙ୍କର ନୁହେଁ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ଶନିବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ...

ବନ୍ଧୁକ ମୁନରେ ୨୦ ଲକ୍ଷ ଟଙ୍କା, ୩୦ ଭରି ସୁନା ଲୁଟ୍‌

ଧର୍ମଗଡ,୧୪।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଭଇରିପାଲି ଗାଁରେ ଏକ ବଡଧରଣ ଡକାୟତି ହୋଇଛି। ସୋମବାର ବିଳମ୍ବିତ ରାତିରେ ସୌରଭ ଜୈନଙ୍କ ଘରୁ ୬ ଜଣ...

ରାସାୟନିକ ଦୁର୍ଘଟଣା ଓ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ

ପୁରୀ ଅଫିସ,୩୧ା୧୨: ଜିଲାରେ ରାସାୟନିକ ଦୁର୍ଘଟଣା ଓ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ...

ଅଲ୍‌ରାଉଣ୍ଡର, ଶୋ’ମ୍ୟାନ୍‌

ଓଡ଼ିଆ ଚଳଚ୍ଚିତ୍ର ଜଗତର ଶୋ’ ମ୍ୟାନ୍‌ଭାବେ ପରିଚିତ ଥିଲେ ରାଜୁ ମିଶ୍ର। ତାଙ୍କର ପ୍ରତିଟି ସିନେମା ଥିଲା ଭିନ୍ନ ସ୍ବାଦର। ନିଜର ଦକ୍ଷତା ଓ ଲକ୍ଷ୍ୟ...

ଶେରଗଡ଼କୁ ଆସିଲା ୨ କରୋନା ଆମ୍ବୁଲାନ୍ସ

ଶେରଗଡ଼,୨ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼କୁ କରୋନା ରୋଗୀଙ୍କ ପାଇଁ ଦୁଇଟା ଆମ୍ବୁଲାନ୍ସ ଆସି ପହଞ୍ଚିଛି। ଶେରଗଡ଼ ବିଡିଓଙ୍କ ତତ୍ତ୍ୱାବଧାନରେ ଏହି ଦୁଇଟି ଆମ୍ବୁଲାନ୍ସ ରହିଛି।...

ଶ୍ରଦ୍ଧାଳୁଙ୍କ ପାଇଁ ହେବ ପ୍ରାଥମିକ ଚିକିତ୍ସା କେନ୍ଦ୍ର

ପୁରୀ ଅଫିସ, ୮ା୪: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ, ସେବାୟତ ଓ କର୍ମକର୍ତ୍ତାଙ୍କ ନିମନ୍ତେ ଶ୍ରୀମନ୍ଦିର ନିକଟରେ ଏକ ଶୀତତାପ ନିୟନ୍ତ୍ରିତ ପ୍ରାଥମିକ ଚିକିତ୍ସା କେନ୍ଦ୍ର ନିର୍ମାଣ...

ପରଲୋକରେ ବ୍ରହ୍ମାକୁମାରୀର ମୁଖ୍ୟ ପ୍ରଶାସିକା ଦାଦୀ ଜାନକୀ

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ବ୍ରହ୍ମାକୁମାରୀ ସଂସ୍ଥାର ମୁଖ୍ୟ ପ୍ରଶାସିକା ଏବଂ ସ୍ବଚ୍ଛ ଭାରତ ମିଶନର ବ୍ରାଣ୍ଡ୍‌ ଆମ୍ବାସାଡାର ଦାଦୀ ଜାନକୀ ୧୦୪ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।...

ରାସ୍ତାରେ ପକାଇଥିଲେ ବାଲି, ଚିପ୍ସ : କହିବାରୁ ବାପା, ଝିଅଙ୍କୁ ହାଣିଲେ

ଭଦ୍ରକ ଅଫିସ,୧୬।୭: ସାମାନ୍ୟ କଥାରୁ ବାପାଝିଅଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଛି। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଧୀନ ଏଲଖା ଗାଁରେ। ଉଭୟ...

Advertisement


Archives

Model This Week