ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ବ୍ରହ୍ମାନନ୍ଦ

ପୁରୀ ଅଫିସ, ୧୧ା୭: ଘୋଷଯାତ୍ରା ଏବଂ ବାହୁଡ଼ାଯାତ୍ରା ସମୟରେ ଅନେକ ସାମାଜିକ ଅନୁଷ୍ଠାନ ସଚେତନତା ବାର୍ତ୍ତ ପ୍ରଦାନ କରିଥାନ୍ତି। ଶରଧାବାଲିରେ ଗୁରୁବାର ପରିବେଶ ଓ ଘରଚଟିଆର ସୁରକ୍ଷା ବାର୍ତ୍ତା ଦେଇଥିଲେ ଗଞ୍ଜାମ ଜିଲା କବିସୂର୍ଯ୍ୟନଗରରୁ ଆସିଥିବା ଏ. ବ୍ରହ୍ମାନନ୍ଦ ଆଚାରୀ। ବାତ୍ୟା ଫନୀରେ ପୁରୀ ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି। ଜିଲାରେ ବହୁ ଗଛ ଭାଙ୍ଗିପଡ଼ିଛି। ଜୀବଜଗତ ସନ୍ତୁଳନ ଲାଗି ପ୍ରତ୍ୟେକ ବ୍ୟକ୍ତି ଚାରାଟିଏ ରୋପଣ ଲାଗି ସେ ସଚେତନତା ସୃଷ୍ଟି କରିଛନ୍ତି। ଏଥିସହିତ ଘର ଚଟିଆର ସୁରକ୍ଷା ଲାଗି ଆହ୍ବାନ ଦେଇଛନ୍ତି। ବ୍ରହ୍ମାନନ୍ଦ କହିଛନ୍ତି, ଘରଚଟିଆ ହେଉଛି ପ୍ରକୃତିର ବନ୍ଧୁ। ଏଗୁଡ଼ିକ ଦିନକୁ ଦିନ ଲୋପ ପାଇଯିବାକୁ ବସିଲେଣି। ଏହାର ସୁରକ୍ଷା ପ୍ରତ୍ୟେକ ବ୍ୟକ୍ତିଙ୍କ ଦାୟିତ୍ୱ। ସେହିପରି ସେ ବାଲିକା ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେମାନଙ୍କ ଉପରେ ବଢି ଚାଲିଥିବା ନିର୍ଯାତନାକୁ ରୋକିବା ଲାଗି ସମସ୍ତଙ୍କ ଉତ୍ତର ଦାୟିତ୍ୱ ରହିଛି ବୋଲି ମତବ୍ୟକ୍ତ କରିଛନ୍ତି। ବାଳିକାମାନଙ୍କୁ ନିର୍ଯାତନା ନୁହଁ ବରଂ ସେମାନଙ୍କୁ ଫୁଲ ପରି ଫୁଟିବାକୁ ଦିଆଯିବା ଉଚିତ ବୋଲି ସେ କହିଛନ୍ତି। ବ୍ରହ୍ମାନନ୍ଦ ପୁରୀରେ ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ପ୍ରଦାନ କରି ଆସୁଛନ୍ତି। ଗତ ୫ବର୍ଷ ଧରି ସେ ପରିବେଶ ସୁରକ୍ଷା ଓ ପଲିଥିନମୁକ୍ତ ଭାରତ ଲାଗି ଭକ୍ତଙ୍କୁ ସଚେତନ କରୁଛନ୍ତି। ପଲ୍ଳିଶ୍ରୀ ମେଳାରେ ଚାରାଟିଏ ରୋପଣ କରିବାକୁ ନିଜକୁ ଗଛବେଶରେ ସଜାଇ ଶ୍ରୀକ୍ଷେତ୍ରରେ ବୁଲୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Ali Khamenei Dead: ଖାମେନେଇଙ୍କ ପରେ କିଏ? ରକ୍ତମୁଖା ହେଲା ଇରାନ

ତେହରାନ୍‌,୧।୩: ଇରାନର ସର୍ୱୋଚ୍ଚ ନେତା ଅଲି ଖାମନେଇ ଇସ୍ରାଏଲୀ ଏବଂ ଆମେରିକୀୟ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଏହି ଘଟଣା ନିଶ୍ଚିତ ହୋଇଛି ଏବଂ ଇରାନରେ ଏକ ଜାତୀୟ…

ଧର୍ମାନ୍ତରୀକରଣ ଓ ଲଭ୍ ଜିହାଦ

ଆକାର ପଟେଲ ଆମ ଗଣମାଧ୍ଯମ ଏବଂ ହ୍ଵାଟ୍ସଆପ୍ ଗ୍ରୁପଗୁଡ଼ିକରେ ଆମେ ଯେଉଁ ସବୁ ବିଷୟରେ ଆଲୋଚନା ବା ପ୍ରଚାର କରୁଛୁ, ତାହା ମଧ୍ୟରୁ ଗୋଟିଏ। ହେଉ ହେଉଛି…

ମାର୍ଚ୍ଚରୁ ମେ’ ପ୍ରବଳ ଗରମ

ଭୁବନେଶ୍ୱର,୧।୩(ବନ୍ଦନା ସେଠୀ): ମାର୍ଚ୍ଚ ଆରମ୍ଭ ନ ହେଉଣୁ ରାଜ୍ୟରେ ତାପମାତ୍ରା ୩୬ ଡିଗ୍ରୀ ଟପିଛି। ଆଗକୁ ପ୍ରବଳ ଖରାତାତି ଓ ଗରମରେ ଶିଝିବ ସାରା ଓଡ଼ିଶା। ବିଶେଷକରି…

LPG Price Hike: ହୋଲି ପୂର୍ବରୁ ବଡ଼ ଝଟକା! ଆଜିଠୁ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର, ନୂଆ ମୂଲ୍ୟ…

ନୂଆଦିଲ୍ଲୀ, ୧।୩: ସାଧାରଣ ଲୋକଙ୍କ ପାଇଁ ବଡ଼ ଝଟକା। ହୋଲି ପୂର୍ବରୁ ୧ ମାର୍ଚ୍ଚରେ ୨୦୨୬ରେ ଏଲପିଜି ଦର ଅପଡେଟ୍ କରାଯାଇଛି। ହୋଲି ପୂର୍ବରୁ ମଧ୍ୟ ଗ୍ରାହକମାନେ…

ରାଜ୍ୟ ସଭା: କମନ୍‌ ପ୍ରାର୍ଥୀ ଦ୍ୱନ୍ଦ୍ୱ

ଭୁବନେଶ୍ୱର, ୧।୩(ସୁନିତ୍‌ ମିଶ୍ର): ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ହେବାକୁ ଥିବା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ବିଜେଡି ପକ୍ଷରୁ ଶନିବାର ରାଜ୍ୟ…

ଖାମନେଇଙ୍କ ହତ୍ୟାକୁ ନେଇ ଟ୍ରମ୍ପ କଲେ ବଡ଼ ଘୋଷଣା, ବିଶ୍ୱରେ ଚହଳ

ତେହରାନ,୧।୩: ଇସ୍ରାଏଲ ଇରାନର ସର୍ୱୋଚ୍ଚ ନେତା ଅଲି ଖାମନେଇଙ୍କ ମୃତ୍ୟୁ ଦାବି କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିଜେ ଖାମନେଇଙ୍କ ମୃତ୍ୟୁ ଦାବି କରିଛନ୍ତି। ଆମେରିକାର…

ହତ୍ୟା ଦାବି ମଧ୍ୟରେ ଖାମନେଇଙ୍କ ପୋଷ୍ଟ, ଖଣ୍ଡା ନେଇ…

ତେହରାନ,୧।୩: ଆୟାତୋଲ୍ଲା ଅଲି ଖାମନେଇଙ୍କ ହତ୍ୟା ଦାବି ମଧ୍ୟରେ, ଇରାନର ସର୍ୱୋଚ୍ଚ ନେତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକ ପୋଷ୍ଟ କରାଯାଇଛି। ପୋଷ୍ଟରେ ପୟଗମ୍ୱର ଅଲିଙ୍କୁ ଉଦ୍ଧୃତ…

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri