ସଙ୍କଟରୁ ସୁଯୋଗ ସାଉଁଟୁଛନ୍ତି ମାଫିଆ

ନୂଆଦିଲ୍ଲୀ,୨୬।୪: କରୋନା ମହାମାରୀର ମୁକାବିଲା ପାଇଁ ବିଶ୍ୱର ଅଧିକାଂଶ ଦେଶ ଲକ୍‌ଡାଉନରେ ଥିବାବେଳେ ବ୍ୟବସାୟ ଗୁରୁତର ବାଧାପ୍ରାପ୍ତ ହୋଇଛି। ଏହାସତ୍ତ୍ୱେ ଏହି ମହାମାରୀ ଅନେକ ବ୍ୟବସାୟ ପାଇଁ ବଡ଼ ସୁଯୋଗର ଅବକାଶ ଆଣିଛି। ଅସାଧାରଣ ଆବଶ୍ୟକତା ପୂରଣ ଲାଗି ଦ୍ରୁତ ଟେଣ୍ଡର ପ୍ରକ୍ରିୟା, ସାଧାରଣ ଯାଞ୍ଚ ଓ ଆଇନଗତ ପ୍ରକ୍ରିୟା ବିନା ଦ୍ରବ୍ୟ ପରିବହନ ଆଦି କଥାକୁ ବିଚାର କରାଯାଉ। ଲାଭର କଳା ଆବଶ୍ୟକତାର ଉପଯୋଗ ଉପରେ ନିର୍ଭର କରିଥାଏ। ସଂଗଠିତ ଅପରାଧ ବ୍ୟତୀତ ଅନ୍ୟ କେହି ଏହି ଅନ୍ଧକାର କଳାକୁ ଅଧିକ ଭଲ ଭାବେ ସିଦ୍ଧ କରିନାହିଁ। କୋଭିଡ୍‌-୧୯ ମହାମାରୀ ଏହାକୁ ସ୍ପଷ୍ଟ କରିଛି।
ନିକଟ ଦଶକରେ ଅପରାଧ ସଂଗଠନଗୁଡ଼ିକ ସେମାନଙ୍କ ବ୍ୟବସାୟ ବିଚକ୍ଷଣତା ସହିତ ଅନେକ କମ୍ପାନୀରେ ପୁଞ୍ଜିନିବେଶ କରିଛନ୍ତି। ବର୍ତ୍ତମାନର ସଙ୍କଟ ସମୟରେ ଲଣ୍ଡ୍ରି, ପରିବହନ, ଫନେରାଲ ହୋମ୍‌, ବର୍ଜ୍ୟ ସଂଗ୍ରହ, ଖାଦ୍ୟ ବିତରଣ ଓ ସ୍ବାସ୍ଥ୍ୟସେବା ଆଦି ବିଭିନ୍ନ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକର ଚାହିଦା ବଢ଼ିଛି। କିଛି ସପ୍ତାହ ହେଲା ଏହି ସେକ୍ଟରଗୁଡ଼ିକ ବଞ୍ଚତ୍ବା ଲାଗି ଅତି ଜରୁରୀ ହୋଇପଡିଛି। ଫଳରେ ମାଫିଆମାନେ ଏହି ସେକ୍ଟରରେ ପୁଞ୍ଜିନିବେଶ କରିବା ଲାଗି ଆଗେଇ ଆସିଥିବା ଦେଖିବାକୁ ମିଳିଛି। ଇଟାଲୀରେ ମାଫିଆ ସଂସ୍ଥାଗୁଡ଼ିକ ମାସ୍କ, ହ୍ୟାଣ୍ଡ ସାନିଟାଇଜର, ଲାଟେକ୍ସ ଗ୍ଲୋଭ୍‌ ଆଦି ମହାମାରୀ କିଟ୍‌ ଉତ୍ପାଦନ ଓ ବିତରଣ ସଂସ୍ଥାରେ ପୁଞ୍ଜିନିବେଶ କରୁଥିବା ନେଇ ସ୍ଥାନୀୟ ପୋଲିସ ସତର୍କ କରାଇଦେଇଛି। ମହାମାରୀ ଯୋଗୁ ଏହିସବୁ ସାମଗ୍ରୀର ଚାହିଦା ବଢ଼ିଯିବାରୁ ଦାମ୍‌ ଆକାଶଛୁଆଁ ହୋଇଛି। କାଲାବ୍ରିୟାର ମାଫିଆମାନେ ଔଷଧ ଓ ସ୍ବାସ୍ଥ୍ୟସେବା ସେକ୍ଟରରେ ପୁଞ୍ଜିନିବେଶ କରିଛନ୍ତି।
ମହାମାରୀ ବେଳେ କେବଳ ଏହିସବୁ ସେକ୍ଟର ଅପରାଧୀ ସଂଗଠନଗୁଡ଼ିକ ଲାଗି ସୁଯୋଗ ଆଣିନାହାନ୍ତି, ନୀରବତାରୁ ମଧ୍ୟ ସେମାନେ ଫାଇଦା ଉଠାଉଛନ୍ତି। ସାଧାରଣ ଜନତାଙ୍କ ଦୃଷ୍ଟି ସମ୍ପୂର୍ଣ୍ଣ ଭାବେ ମହାମାରୀ ଉପରେ କେନ୍ଦ୍ରୀଭୂତ ହୋଇଥିବାବେଳେ ମାଫିଆ ସିଣ୍ଡିକେଟ ଅବାଧରେ ଏହାର ପେସା ଚଳାଇପାରୁଛି। ସେମାନଙ୍କ ଅସାଧୁ କାର୍ଯ୍ୟ ପ୍ରତି କେହି ଦୃଷ୍ଟି ଦେଉନାହାନ୍ତି, କାରଣ ଭୂତାଣୁ ଏବେ ଲୋକମାନଙ୍କର ଏକ ନମ୍ବର ଶତ୍ରୁ ପାଲଟିଛି। ଫେବୃୟାରୀ ତୁଳନାରେ ଡ୍ରଗ୍‌ ସେବନ ଯୋଗୁ ଅଧିକ ଲୋକଙ୍କ ଜୀବନ ଯାଇଥିବାବେଳେ ଅଧିକାଂଶ ଖବରକାଗଜରେ ତାହା ସ୍ଥାନ ପାଇନାହିଁ। ଚିହୁଆହୁଆ ରାଜ୍ୟରେ ଏପ୍ରିଲ ପ୍ରଥମ ଭାଗରେ ଗୁଳିକାଣ୍ଡ ଘଟି ୧୯ ଜଣଙ୍କ ଜୀବନ ଯାଇଥିଲା। ହେଲେ କେହି ଏହାକୁ ଅନ୍ତର୍ଜାତୀୟ ରାଜନୈତିକ ଏଜେଣ୍ଡା କଲେ ନାହିଁ। ସୁରକ୍ଷା କର୍ମୀ ଲକ୍‌ଡାଉନ କାର୍ଯ୍ୟକାରିତାରେ ବ୍ୟସ୍ତ ଥିବାରୁ ଡ୍ରଗ୍‌ କାରବାର ଉପରୁ ଧ୍ୟାନ ହଟାଇଦେଇଛନ୍ତି। ଫଳରେ ମାଫିଆମାନଙ୍କ ପାଇଁ ଭଲ ସୁଯୋଗ ସୃଷ୍ଟି ହୋଇଛି।
ଇଟାଲୀର କେତେକ ଅଞ୍ଚଳରେ ଋଣ ଚାହିଦା ବଢ଼ିଥିବାରୁ ମାଫିିଆମାନେ ପୂର୍ବାପେକ୍ଷା କମ୍‌ ସୁଧରେ ଋଣ ଯୋଗାଇଦେବାକୁ ଆଗେଇ ଆସିଛନ୍ତି। କେତେକ ସ୍ଥାନରେ ସେମାନେ ଭୋକିଲାଙ୍କୁ ଖାଦ୍ୟ ଯୋଗାଇଦେଇ ସେମାନଙ୍କର ନିକଟତର ହେବାକୁ ଉଦ୍ୟମ କରୁଛନ୍ତି। ଏହାଦ୍ୱାରା ଲୋକେ ସେମାନଙ୍କ ପ୍ରତି କୃତଜ୍ଞ ରହିବେ। ପରବର୍ତ୍ତୀ ସମୟରେ ମାଫିଆମାନେ ଏହାର ଫାଇଦା ଉଠାଇବେ। ମେକ୍ସିକୋର ମାଫିଆ ସଂଗଠନଗୁଡ଼ିକ ଏହି ପଦ୍ଧତି ଆପଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri