ଭୁବନେଶ୍ୱର,୩୧ା୭(ବ୍ୟୁରୋ):କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏଣିକି ସାନ୍ତାଳୀ ଓ ନେପାଳୀ ଭାଷାରେ ଫେଲୋଶିପ୍ ତଥା ସ୍କଲାରଶିପ୍ ପ୍ରଦାନ କରିବ। ମଙ୍ଗଳବାର କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ପ୍ରହଲାଦ ସିଂ ପଟେଲ ଏନେଇ ଘୋଷଣା କରିଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଉଥିବା ଫେଲୋଶିପ୍ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ ଥିବା ଭାଷାଗୁଡ଼ିକରେ ପ୍ରଦାନ କରାଯାଇଥାଏ। ହେଲେ ନେପାଳୀ ଓ ସାନ୍ତାନ୍ତୀ ଭାଷା ସମ୍ବିଧାନର ଅନୁସୂଚୀରେ ସାମିଲ ଥିଲେ ମଧ୍ୟ ପୂର୍ବରୁ ଏଥିରେ ଫେଲୋଶିପ୍ ପ୍ରଦାନ କରାଯାଉ ନ ଥିଲା। ଏବେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକ୍ରମେ ସଂସ୍କୃତି କ୍ଷେତ୍ରରେ ଅସାଧାରଣ ପ୍ରତିଭାସମ୍ପନ୍ନ କଳାକାରଙ୍କୁ ଉଭୟ ଭାଷାରେ ସିନିୟର୍ ଏବଂ ଜୁନିୟର୍ ଫେଲୋଶିପ୍ ପ୍ରଦାନ କରାଯିବ। ଯୋଜନା ଅନ୍ତର୍ଗତ ‘ସାହିତ୍ୟ’ କ୍ଷେତ୍ରର ଉପକ୍ଷେତ୍ରରେ ଏହି ଦୁଇଟି ଭାଷାକୁ ସାମିଲ କରାଯିବ। ଏହାବ୍ୟତୀତ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କଳାକାର, ସାହିତି୍ୟକ ଓ ଗବେଷକମାନଙ୍କୁ ପ୍ରଦାନ କରାଯାଉଥିବା ସମସ୍ତ ପ୍ରକାର ଫେଲୋଶିପ୍ ଓ ସ୍କଲାରଶିପ୍ରେ ଏହି ଦୁଇ ଭାଷାକୁ ଅନ୍ତର୍ଭୁକ୍ତ କରାଯିବ। ଗବେଷଣା ସଂକ୍ରାନ୍ତ ପ୍ରକଳ୍ପ ଲାଗି ଏହି ଫେଲୋଶିପ୍ ପ୍ରଦାନ କରାଯାଉଥିବାରୁ ଏହାଦ୍ୱାରା ସାନ୍ତାଳୀ ଭାଷାରେ ଅଧିକରୁ ଅଧିକ ଗବେଷଣା ହେବା ସହିତ ଗବେଷକମାନେ ଗବେଷଣା ପାଇଁ ଆଗ୍ରହ ଦେଖାଇବେ ବୋଲି କୁହାଯାଇଛି।
ଦ୍ୱାରକାସ୍ଥିତ ସେଣ୍ଟର୍ ଫର୍ କଲ୍ଚରାଲ ରିସୋର୍ସେସ୍ ଆଣ୍ଡ୍ ଟ୍ରେନିଂ(ସିସିଆର୍ଟି) ଏହି ଫେଲୋଶିପ୍ କାର୍ଯ୍ୟକ୍ରମର ଚୟନ ପ୍ରକ୍ରିୟା ଲାଗି ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ। ଏହି ଯୋଜନାରେ ‘ଲିଟେରାରି ଆର୍ଟ’ ଏକ ବିଷୟବସ୍ତୁ ହୋଇଥିବାବେଳେ ଏହାର ଉପବିଭାଗ ବା ସବ୍-ଫିଲ୍ଡରେ ଜଣେ ୨୨ଟି ଭାଷାରେ ଗବେଷଣା ଲାଗି ଆବେଦନ କରିପାରିବ। ଏହି ଭାଷା ମଧ୍ୟରେ ଭାରତୀୟ ସମ୍ବିଧାନର ଧାରା ୩୪୪(୧) ଏବଂ ଧାରା ୨୫୧ର ଅଷ୍ଟମ ଅନୁସୂଚୀରେ ସାମିଲ ଥିବା ୨୦ଟି ଭାଷା ଯଥା ଓଡ଼ିଆ, ପଞ୍ଜାବୀ, ଅହମିୟା, ବଙ୍ଗଳା, ବୋଡୋ, ଡୋଗ୍ରୀ, ଗୁଜରାଟୀ, ହିନ୍ଦୀ, କନ୍ନଡ଼, କାଶ୍ମିରୀ, କୋଙ୍କଣୀ, ମୈଥିଳୀ, ମାଲାୟାଲମ୍, ମଣିପୁରୀ, ମରାଠୀ, ସଂସ୍କୃତ, ସିନ୍ଧୀ, ତାମିଲ୍, ତେଲୁଗୁ ଓ ଉର୍ଦ୍ଦୁ ରହିଛି। ଏହାସହ ଅନ୍ୟଦୁଇଟି ଭାଷା ମଧ୍ୟରେ ଇଂଲିଶ ଓ ଖାସୀ ଭାଷା ରହିଛି। ସାନ୍ତାଳୀ ଭାଷା ଓଡ଼ିଶାର ଅନ୍ୟତମ ପ୍ରମୁଖ ଭାଷା। ବିଶେଷକରି ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ଅଧିକ ବ୍ୟବହୃତ ହୋଇଥାଏ। ଓଡ଼ିଶାରୁ ବହୁ କବି ଓ ଗବେଷକ ଏହି ଭାଷାରେ ପାରଦର୍ଶିତା ଲାଭ କରିଥିବାବେଳେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି।
ସଂସ୍କୃତି ମନ୍ତ୍ରଣାଳୟ ଫେଲୋଶିପ୍ରେ ୨ ନୂଆ ଭାଷା ସାମିଲ: ସାନ୍ତାଳୀ ଭାଷାରେ ମିଳିବ ଫେଲୋଶିପ୍
Posted inଆମ ଜିଲା ଖବର, ମେଟ୍ରୋ View All
କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ
ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ...
ଶୀତରେ ଥରୁଛି କଳାହାଣ୍ଡି
ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...
୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…
ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...
ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…
ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...
ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି
ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...
ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…
ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...
ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ…
ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...
ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…
ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I ମୃତ ବୃଦ୍ଧା...
Archives


