ସଂଶୋଧିତ ମୋଟର ଯାନ ଆଇନ: ୧୦ଦିନରେ କଟିଲା ୨୩ ହଜାର ଚାଲାଣ

କଟକ ଅଫିସ,୧୨ା୩: ଓଡ଼ିଶାରେ ସଂଶୋଧିତ ମୋଟରଯାନ ଆଇନ ମାର୍ଚ୍ଚ ପହିଲାରୁ କଡ଼ାକଡ଼ି ଲାଗୁ କରାଯାଇଛି। ରାଜ୍ୟବ୍ୟାପୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ) ଏବଂ ପୋଲିସ ତରଫରୁ ବ୍ୟାପକ ଯାଞ୍ଚ ଏବଂ ଜରିମାନା ଆଦାୟ କରାଯାଉଛି। ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ପହିଲାରୁ ୧୦ତାରିଖ ଭିତରେ ସାରା ରାଜ୍ୟରେ ୨୩ହଜାର ୧୯ଟି ଚାଲାଣ କଟାଯାଇଛି। ସେଥିରୁ ଆର୍‌ଟିଓଗୁଡ଼ିକ ତରଫରୁ ୧୦ହଜାର ୭୯୪ ଚାଲାଣ ରହିଛି। ଏଥିରୁ ୧୩୪୦ ଚାଲାଣ ଦ୍ରୁତଗତିରେ ଗାଡ଼ି ଚଳାଇବା ପାଇଁ କଟାଯାଇଥିବାବେଳେ ଗାଡି ଚଳାଇବା ସମୟରେ ମୋବାଇଲ୍‌ ଫୋନ୍‌ ବ୍ୟବହାର ପାଇଁ ୧୮୭, ବିପରୀତ ଦିଗରେ ଗାଡ଼ି ଚାଳନା ପାଇଁ ୧୪୮, ମଦ୍ୟ ପାନକରି ଗାଡ଼ି ଚଳାଇବା ପାଇଁ ୧୨୫, ସିଟ୍‌ ବେଲ୍ଟ ନ ପିନ୍ଧିବା ପାଇଁ ୫୫୨, ବାଇକ୍‌ରେ ତିନି ଜଣ ବସିଥିବା ଯୋଗୁ ୨୪୭, ହେଲମେଟ ବିନା ଗାଡ଼ି ଚଳାଇବା ପାଇଁ ୪୫୧୧ ଏବଂ ନାବାଳକମାନେ ଗାଡ଼ି ଚଳାଇବା ଯୋଗୁ ୧୦ଟି ଚାଲାଣ କଟିଛି। ମୋଟ ଚାଲାଣ ଭିତରୁ ଗଞ୍ଜାମ ଆର୍‌ଟିଓ ପକ୍ଷରୁ ସର୍ବାଧିକ ୧୩୧୪ଟି ଚାଲାଣ କଟିଥିବା ବେଳେ ସମ୍ବଲପୁର ଆର୍‌ଟିଓ ପକ୍ଷରୁ ୧୦୬୮, ବାଲେଶ୍ୱର ଆର୍‌ଟିଓ ପକ୍ଷରୁ ୮୭୦, ଭୁବନେଶ୍ୱର ଆର୍‌ଟିଓ (୧ ଏବଂ ୨) ପକ୍ଷରୁ ୭୭୩ ଏବଂ କୋରାପୁଟ ଆର୍‌ଟିଓ ପକ୍ଷରୁ ୪୬୫ଟି ଚାଲାଣ ରହିଛି।
ଅନ୍ୟପକ୍ଷରେ ପୋଲିସ ପକ୍ଷରୁ ୧୨ହଜାର ୨୨୫ଟି ଚାଲାଣ କଟାଯାଇଛି। ଏଥିରୁ ଦ୍ରୁତଗତିରେ ଗାଡ଼ି ଚଳାଇବା ପାଇଁ ୪୨୧, ମୋବାଇଲ୍‌ ଫୋନ୍‌ ବ୍ୟବହାର ପାଇଁ ୧୨୮, ବିପରୀତ ଦିଗରେ ଗାଡ଼ି ଚଳାଇବା ପାଇଁ ୬, ସିଟ୍‌ ବେଲ୍ଟ ନ ବାନ୍ଧି ଗାଡି ଚଳାଇବା ପାଇଁ ୧୫୦୯, ତିନି ଜଣ ବାଇକ୍‌ରେ ବସିଥିବା ଯୋଗୁ ୩୭୧ ଏବଂ ହେଲମେଟ ବିନା ଗାଡି ଚଳାଇବା ପାଇଁ ୫୩୫୫ ଚାଲାଣ କଟାଯାଇଛି। ଆର୍‌ଟିଓ ଏବଂ ପୋଲିସ ତରଫରୁ କେତେ ଟଙ୍କାର ଜରିମାନା ଆଦାୟ ହୋଇଛି, ସେନେଇ ଏସ୍‌ଟିଏ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri