ସଂକ୍ରମଣ ବାଣ୍ଟୁଛି ମୁମ୍ବାଇ ହସ୍ପିଟାଲ: ପିପିଇ ସୁବିଧା ସତ୍ତ୍ୱେ ୨୦୦ରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ

ନୂଆଦିଲ୍ଲୀ,୨୧।୪(ପିଟି): ଦେଶର ଅର୍ଥନୈତିକ ରାଜଧାନୀ କୁହାଯାଉଥିବା ମୁମ୍ବାଇ ଏବେ କରୋନା ହଟ୍‌ସ୍ପଟ୍‌ ପାଲଟିଛି। ମହାରାଷ୍ଟ୍ରରେ ସର୍ବାଧିକ ୪୪୮୩ଜଣ ସଂକ୍ରମିତ ହୋଇଥିବାବେଳେ ୨୨୩ଜଣଙ୍କ ମୃତ୍ୟୁ ଘଟିଲାଣି। ସେଥିରୁ ମୁମ୍ବାଇ ସହରରେ କେବଳ ୨୨୬୮ଜଣ ସଂକ୍ରମିତ ହୋଇଛନ୍ତି। ବିଶେଷକରି ମୁମ୍ବାଇର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରୁଥିବା ୨୦୦ରୁ ଊର୍ଦ୍ଧ୍ୱ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହେଲେଣି। ମହାରାଷ୍ଟ୍ର ସରକାର ରାଜ୍ୟରେ ଯଥେଷ୍ଟ ପରିମାଣର ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) ଗଚ୍ଛିତ ଥିବା କହୁଥିବାବେଳେ ଏତେସଂଖ୍ୟକ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମୁମ୍ବାଇର ୟଶଲୋକ ହସ୍ପିଟାଲରେ କାମକରୁଥିବା ୩୬ଜଣ ସ୍ବାସ୍ଥ୍ୟକର୍ମୀଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ସ୍ବାସ୍ଥ୍ୟକର୍ମୀ ପିପିଇ କିଟ୍‌ ଧାରଣ କରୁ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି, ଯାହାକି ଏକ ବଡ଼ ବିଶୃଙ୍ଖଳା ବୋଲି କ୍ଲିନିକାଲ୍‌ ନର୍ସିଂ ରିସର୍ଚ୍ଚ ସୋସାଇଟି(ସିଏନ୍‌ଆର୍‌ଏସ୍‌) ଉପାଧ୍ୟକ୍ଷ ସ୍ବାତୀ ରାଣେ କହିଛନ୍ତି। ବର୍ତ୍ତମାନ ସ୍ଥିତିରେ କୋଭିଡ୍‌-୧୯ ୱାର୍ଡରୁ ସଂକ୍ରମଣ ହେଉ ନାହିଁ ବରଂ ହସ୍ପିଟାଲର ଅନ୍ୟ ସବୁ ୱାର୍ଡ ଯଥା ଅପରେଶନ ଥିଏଟର, ଏମରଜେନ୍ସି(ଆପାତ୍‌କାଳୀନ) ବିଭାଗରୁ ଅଧିକ ସଂକ୍ରମଣ ହେଉଥିବା ଜଣାପଡ଼ିଛି। ଏପରି କି କରୋନା ସଂକ୍ରମିତଙ୍କୁ ଚିକିତ୍ସା କରିବା ସମୟରେ ଏନ୍‌-୯୫ ମାସ୍କ ପରିଧାନ ଜରୁରୀ ହୋଇଥିବାବେଳେ କେତେଜଣ ସ୍ବାସ୍ଥ୍ୟକର୍ମୀ ମାସ୍କ ନ ପିନ୍ଧି ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି। ଫଳରେ ସେମାନଙ୍କ ଠାରେ ସଂକ୍ରମଣର ଆଶଙ୍କା ଅଧିକ ରହିଛି। ତେଣୁ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଯଦି ବ୍ୟକ୍ତିଗତ ସୁରକ୍ଷା ଉପକରଣ ଉପଲବ୍ଧ ହେଉନାହିଁ, ତେବେ ସେମାନଙ୍କୁ ସର୍ବନିମ୍ନ ମାସ୍କ, ଗ୍ଲୋବ୍‌ସ ଏବଂ ଗାଉନ୍ସ ଯୋଗାଇଦେବା ଆବଶ୍ୟକ ବୋଲି ସ୍ବାତୀ କହିଛନ୍ତି।
ଅନ୍ୟପକ୍ଷରେ ଯେଉଁ କରୋନା ସଂକ୍ରମିତମାନେ ନିଜର ପରିଚୟ ଲୁଚାଇ ହସ୍ପିଟାଲ୍‌ର ବିଭିନ୍ନ ୱାର୍ଡରେ ବୁଲାବୁଲି କରୁଛନ୍ତି, ସେଠାରେ ମଧ୍ୟ ସ୍ବାସ୍ଥ୍ୟକର୍ମୀମାନେ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଛି। ବିଶେଷକରି ଯେଉଁ ସଂକ୍ରମିତଙ୍କ ଆଜ୍‌ମା ରହିଛି ସେମାନଙ୍କ ଠାରୁ ସଂକ୍ରମଣ ବ୍ୟାପିବାର ଅଧିକ ସମ୍ଭାବନା ରହିଛି। ଅନେକ ସ୍ବାସ୍ଥ୍ୟକର୍ମୀ ବା ନର୍ସମାନେ ବିଭିନ୍ନ ହଷ୍ଟେଲରେ ରହୁଛନ୍ତି। ସେଠାରେ ଥିବା ଶାୈଚାଳୟ ସୁବିଧା ଏବଂ ମେସକୁ ସମସ୍ତେ ମିଳିମିଶି ବ୍ୟବହାର କରିଥାନ୍ତି। ଏପରି କି ସେମାନେ ଏକାଠି ବସି ଟିଭି ଦେଖିଥାନ୍ତି। ଯଦି ସେମାନଙ୍କ ମଧ୍ୟରୁ ଜଣେ କେହି କରୋନା ସଂକ୍ରମିତ ହୋଇଥିବେ, ତେବେ ଅନ୍ୟମାନଙ୍କୁ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି। ମୁମ୍ବାଇର ଏକ ହସ୍ପିଟାଲ୍‌ର କାମ କରୁଥିବା ଜଣେ ଡାକ୍ତରଙ୍କ କହିବା ହେଲା ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ପିପିଇ ମିଳୁ ନାହିଁ, ଯାହାକି ଚିକିତ୍ସା କରିବା ସମୟରେ ପରିଧାନ କରିବା ଅତ୍ୟନ୍ତ ଜରୁରୀ। ଏନେଇ ମୁମ୍ବାଇ ମହାନଗର ନିଗମକୁ ଜଣାଯାଇଥିଲେ ସୁଦ୍ଧା ପିିପିଇ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉ ନ ଥିବାରୁ ସ୍ବାସ୍ଥ୍ୟକର୍ମୀମାନେ ଚିକିତ୍ସା ସେବା ନ ଯୋଗାଇବାକୁ ଚେତାବନୀ ଦେଇଛନ୍ତି। କୋଭିଡ୍‌-୧୯ ୱାର୍ଡ ଛାଡ଼ି ହସ୍ପିଟାଲର ଅନ୍ୟ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ସ୍ବାସ୍ଥ୍ୟକର୍ମୀଙ୍କ କହିବା ହେଲା ଯେଉଁମାନେ କୋଭିଡ୍‌-୧୯ ୱାର୍ଡରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ପ୍ରଦାନ କରାଯାଉଛି। ମାତ୍ର ଅନ୍ୟ ୱାର୍ଡରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଉ ନାହିଁ। ବର୍ତ୍ତମାନ ପରିସ୍ଥିତିରେ ହସ୍ପିଟାଲର ସମସ୍ତ ୱାର୍ଡରେ କାର୍ଯ୍ୟ କରୁଥିବା ସବୁ ସ୍ବାସ୍ଥ୍ୟକର୍ମୀଙ୍କୁ ପିପିଇ କିଟ୍‌ ଯୋଗାଇଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri