ଷ୍ଟାର ସ୍କ୍ରିନ୍‌ ଆଓ୍ବାର୍ଡରେ ଚମକିଲେ ବଲିଉଡ୍‌ କଳାକାର

ମୁମ୍ବାଇ: ମୁମ୍ବାଇର ଗୋରେଗାଓଁ ସ୍ଥିତ ଫିଲ୍ମ ସିଟିରେ ରବିବାର ଷ୍ଟାର ସ୍କ୍ରିନ୍‌ ଆଓ୍ବାର୍ଡସ୍‌ ଶୋ’ର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ରୁ ଆରମ୍ଭ କରି ଟେଲିଜଗତର ବହୁ ନାମୀଦାମି ବ୍ୟକ୍ତିବିଶେଷ ଯୋଗଦେଇଥିଲେ। ଏଥିରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ, ଅଭିନେତା ରଣବୀର ସିଂହ, ଆୟୁଷ୍ମାନ ଖୁରାନା, କାର୍ତ୍ତିକ ଆର୍ଯ୍ୟନଙ୍କଠାରୁ ଆରମ୍ଭ କରି ରେଖା ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଥିଲେ। ଏହି ଅବସରରେ ରଣବୀର ସିଂହ ଓ ଦୀପିକା ପାଦୁକୋନ ଏକାସାଙ୍ଗରେ ପହଞ୍ଚିଥିବା ବେଳେ ଦୁହଁିଙ୍କୁ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ଗ୍ଲାମରସ୍‌ ଲୁକ୍‌ ଦେଇଥିଲା। ଏଥର ଫିଲ୍ମ‘ଗଲି ବୟ’ ପାଇଁ ରଣବୀରଙ୍କୁ ବେଷ୍ଟ ଆକ୍ଟର ଆଓ୍ବାର୍ଡ ଦିଆଯାଇଛି। ସେହିପରି ଆୟୁଷ୍ମାନ ଖୁରାନାଙ୍କୁ ବେଷ୍ଟ ଆକ୍ଟର(କ୍ରିଟିକ୍ସ ଚଏସ୍‌ ମେଲ୍‌)ର ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ଅପରପକ୍ଷରେ ଗୋଲଡେନ ଗାଉନ୍‌ରେ ଭୂମି ପେଡ୍‌ନେକର ମଧ୍ୟ ବେଶ୍‌ ସୁନ୍ଦର ଦେଖାଯାଉଥିଲେ। ତାଙ୍କୁ ବେଷ୍ଟ ଆକ୍ଟର(କ୍ରିଟିକ୍ସ୍‌ ଚଏସ୍‌ ଫିମେଲ୍‌) ଆଓ୍ବାର୍ଡ ମିଳିଥିଲା। ଏହା ବ୍ୟତୀତ ଅଭିନେତ୍ରୀ ତାପସୀ ପାନ୍ନୁଙ୍କୁ ମଧ୍ୟ ଏହି ପୁରସ୍କାରରେ ପୁରସ୍କୃତ କରାଯାଇଥିଲା। ଉକ୍ତ ଆଓ୍ବାର୍ଡ ଶୋ’ରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ଫର୍ମାଲ୍‌ ଲୁକ୍‌ରେ ଦେଖିବାକୁ ମିଳିଥିଲା। ଫିଲ୍ମ ‘ଲୁକା ଛୁପି’ ପାଇଁ କାର୍ତ୍ତିକ ଓ କ୍ରିତି ସେନନ୍‌ଙ୍କୁ ସମ୍ମାନୀତ କରାଯାଇଥିଲା। ଏଥିରେ ବ୍ଲାକ୍‌ ଶିମରୀ ଡ୍ରେଶ୍‌ ଓ ପନିଟେଲ୍‌ରେ କିୟାରାଙ୍କ ଜଲଓ୍ବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୁଟିଂ ସେଟ୍‌ରେ କଥା ହେଉ ନ ଥିଲେ ଅଭିନେତ୍ରୀ ଅଭିନେତା, ତଥାପି ସୁପରହିଟ୍‌ ହୋଇଥିଲା ଏହି ଫିଲ୍ମ

ମୁମ୍ବାଇ: ବଲିଉଡ୍‌ର ୩ ଖାଁ ଏକା ସାଥୀରେ କାମ କରି ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏହି ୩ ଖାଁ...

ବିଦେଶୀଙ୍କ ପ୍ରେମରେ ପଡ଼ିଥିଲେ ବଲିଉଡ୍‌ର ଏସବୁ ସେଲିବ୍ରିଟି; କିଏ ବିବାହ କରିଥିଲେ ତ ଆଉ କିଏ ଲିଭ୍‌ ଇନ୍‌ରେ ରହି ଖୁସି

ଫିଲ୍ମ ଜଗତରେ ବିବାହ ସବୁବେଳେ ସ୍ବତନ୍ତ୍ର। ବିବାହ ଖବର ସାମ୍ନାକୁ ଆସିବା ମାତ୍ରେ ନିର୍ବନ୍ଧଠୁ ନେଇ ହନିମୁନ ପର୍ଯ୍ୟନ୍ତ ସେଲିବ୍ରିଟିମାନେ ଚର୍ଚ୍ଚାରେ ରହିଥା’ନ୍ତି । ବଲିଉଡ...

ପଞ୍ଚଭୂତରେ ଲିନ ହେଲେ ରିଷି

ମୁମ୍ବାଇ: ବଲିଉଡ୍‌ ଅଭିନେତା ରିଷି କୁପରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୁମ୍ବାଇର ମରିିନ ଲାଇନ୍ସରେ ଥିବା ଚନ୍ଦନଓ୍ବାଡି ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।...

ଆଥିଆ-ରାହୁଲଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ସୁନୀଲ ଶେଟ୍ଟୀ

ଭାରତୀୟ କ୍ରିକେଟର୍‌ କେ.ଏଲ ରାହୁଲ ଏବଂ ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କ ବିବାହକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ଉଭୟ କୁଆଡେ ପରିବାର ଏବଂ କିଛି ଘନିଷ୍ଠ...

ଅର୍‌ମାନଙ୍କ ରିସେପ୍‌ସନ ପାର୍ଟିରେ ମଲାଇକା, ଅର୍ଜୁନ

କରିନା- କରିସ୍ମାଙ୍କ ସମ୍ପର୍କୀୟ ଭାଇ ଅରମାନ ଜୈନଙ୍କ ରିସେପ୍‌ସନ ପାର୍ଟିରେ ବହୁ ନାମୀଦାମୀ ଅତିଥି ଯୋଗ ଦେଇଥିଲେ। ମାତ୍ର ପାର୍ଟିରେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ...

୨ ମାସ ଭିତରେ ମାତା, ପିତାଙ୍କୁ ହରାଇଲେ ମହେଶ ବାବୁ

ସାଉଥ ସିନେମାର ଲୋକପ୍ରିୟ ଅଭିନେତା ମହେଶ ବାବୁଙ୍କ ପାଇଁ ସମୟ ଏବେ ଭଲ ଚାଲିନାହିଁ। ନିକଟରେ ମାତାଙ୍କୁ ହରାଇଥିବା ମହେଶ ବାବୁଙ୍କ ପିତାଙ୍କ ଦେହାନ୍ତ ଘଟିଛି।...

ଫିଲ୍ମର ସଫଳତା ପରେ ବାରଣାସୀରେ ପହଞ୍ଚିଲେ କାର୍ତ୍ତିକ

ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ ଭୁଲେୟା-୨’ ରିଲିଜ୍‌ ହୋଇଛି । ଫିଲ୍ମଟି ଚାରି ଦିନ ମଧ୍ୟରେ ୬୬ କୋଟି ଅତିକ୍ରମ କରିଛି । ଖୁବ୍‌ଶୀଘ୍ର...

ତିନିଜଣଙ୍କୁ ବିବାହ ସତ୍ତ୍ୱେ ଏକାକୀ ଜୀବନ ବିତାଉଛନ୍ତି ଏହି ପ୍ରସିଦ୍ଧ ଗାୟକ

ଲେଖକ, ଗାୟକ ତଥା ସଙ୍ଗୀତକାର ଲକି ଅଲ୍ଲୀ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହି ଆସୁଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ...

Advertisement
Archives

Model This Week